Kartika Special / ପ୍ରକୃତରେ ଏ ରାଈ କିଏ ? ଯାହାଙ୍କ ପାଇଁ ମହାପ୍ରଭୁ ହୁଅନ୍ତି ରାଈଦାମୋଦର ବେଶ...

Key Points
କାର୍ତ୍ତିକ ମାସରେ କାହିଁକି ମହାପ୍ରଭୁ ରାଈ ଦାମୋଦର ବେଶ ହୁଅନ୍ତି ?
କ'ଣ ରହିଛି ଏହା ପଛର ରହସ୍ୟ ?
ପ୍ରକୃତରେ 'ରାଈ' କିଏ ?
"ନ କାର୍ତ୍ତିକ ସମୋ ମାସୋ, ନ କୃତେନ ସମଂ ଯୁଗଂ
ନ ଦେବ ସଦୃଶଂ ଶାସ୍ତ୍ରଂ, ନତୀର୍ଥ ଗଙ୍ଗୟା ସମମ୍"
ଅର୍ଥାତ୍ କାର୍ତ୍ତିକ ମାସ ସମ ମାସ ନାହିଁ । ସତ୍ୟ ଯୁଗ ପରି ଯୁଗ ନାହିଁ । ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ନଦୀ ତୁଲ୍ୟ ତୀର୍ଥ ମଧ୍ୟ ନାହିଁ ।
ସାନତନ ସଂସ୍କୃତି ଓ ପରମ୍ପରାରେ ଏହି ମାସର ସ୍ୱତନ୍ତ୍ରତା ରହିଛି । ଯାହା ଅନୁଭୂତ ହୋଇଥାଏ ଶ୍ରୀମନ୍ଦିର ନୀତିକାନ୍ତି ଠାରୁ ଆରମ୍ଭ କରି ପୁର ପଲ୍ଲୀ ସର୍ବତ୍ର... ହେଲେ ଆମ ମହାପ୍ରଭୁମାନେ କାହିଁକି କେବଳ କାର୍ତ୍ତିକ ମାସରେ ହିଁ ରାଇଦାମୋଦର ବେଶରେ ସଜ୍ଜିତ ହୁଅନ୍ତି । କାହିଁକି ଅର୍ପଣ ହୁଏ ବାଳଭୋଗ ? ଆସନ୍ତୁ ଜାଣିବା...
📱 Get Argus News App
✨ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରାଇଦାମୋଦର ବେଶରେ ସଜ୍ଜିତ ହୋଇଥାନ୍ତି । ଦାମୋଦରଙ୍କ ସହ ରାଇ ନାମ ଯୋଡିଯିବା ପଛରେ ରହିଛି ରୋଚକ କିମ୍ବଦନ୍ତୀ । ଦିନେ ଶ୍ରୀମମନ୍ଦିର ବଡପଣ୍ଡା ବାର୍ଦ୍ଧକ୍ୟ କାରଣରୁ ସେବାରୁ ବିରତ ହେବା ପାଇଁ ପ୍ରଭୁଙ୍କର ଅନୁମତି ଭିକ୍ଷା କରିଥିଲେ । ଏହି ସମୟରେ ପ୍ରଭୁ ତାଙ୍କ ସେବାରେ ସନ୍ତୁଷ୍ଟ ହୋଇ ବର ମାଗିବା ପାଇଁ କହିଥିଲେ । ଆଜନ୍ମ ଶ୍ରୀକୃଷ୍ଣ ଉପାସିକା ତାଙ୍କ କନ୍ୟା ରାଇକୁ ଦର୍ଶନ ଦେବା ପାଇଁ ବଡ଼ପଣ୍ଡା ମହାପ୍ରଭୁଙ୍କୁ ଅନୁରୋଧ କରିଥିଲେ । ଭକ୍ତର ମନବାଞ୍ଛା ପୂର୍ଣ୍ଣ ପାଇଁ ବଡ଼ପଣ୍ଡାଙ୍କ ଗୃହରେ ମହାପ୍ରଭୁ ଆବିର୍ଭୂତ ହୋଇଥିଲେ । ଏହା ଦେଖି ରାଇ ଅଭିଭୂତ ହୋଇପଡିଥିଲେ । ଆଉ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରିବା ପାଇଁ ପ୍ରାର୍ଥନା କରିଥିଲେ । ପ୍ରଭୁ ବି ରାଜି ହୋଇଥିଲେ । ହେଲେ ଏହି ଏକ ସର୍ତ୍ତ ରଖିଥିଲେ । ଯେ ମନ୍ଦିରକୁ କେବେ ବି ଆସିବନି । ତା ହେଲେ ଯାଇ ପତ୍ନୀ ରୂପେ ଗ୍ରହଣ କରିବି ।
ଏଥିସହ ପଢ଼ନ୍ତୁ: ଚିର ନିଦ୍ରାରେ ମହାଭାରତର ’କର୍ଣ୍ଣ’ ପଙ୍କଜ ଧୀର
ପରବର୍ତ୍ତୀ ସମୟରେ ନାରଦଙ୍କ ପରାମର୍ଶ କ୍ରମେ ରାଇ ପ୍ରତ୍ୟେହ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ସେବାରେ ନିମଗ୍ନା ହୋଇଛନ୍ତି । ରାଇଙ୍କୁ ଦେଖି ଚପଳା ଚଞ୍ଚଳା ମା' ମହାଲକ୍ଷ୍ମୀ ରାଗି ଯାଇଛନ୍ତି । ଏତିକିବେଳେ ଜଗନ୍ନାଥ ଓ ବଳଭଦ୍ର ସେଠାରେ ପହଞ୍ଚି ଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଇଛନ୍ତି । ଶେଷରେ ସେଠାରେ ନାରଦ ପହଞ୍ଚି ସମାଧାନ ସୂତ୍ର ବତାଇଛନ୍ତି । ସମାଧାନ ଏଇଆ ଥିଲା ଯେ, ପ୍ରଭୁ ଏକ ମାସ ରାଇଙ୍କ ନିକଟରେ ଅବସ୍ଥାନ କରିବେ । ସେହି ଦିନଠାରୁ ପ୍ରଭୁ ରାଇଦାମୋଦର ବେଶରେ ସୁଶୋଭିତ ହେଉଛନ୍ତି ।
ଆଉ ପ୍ରଭୁଙ୍କ ଏହି ବେଶ ଦେଖିବାକୁ ପ୍ରବଳ ଭକ୍ତଙ୍କ ସମାଗମ ହେଉଛି । ଏହି ବେଶରେ ପ୍ରଭୁ ତ୍ରିକଳ୍ପ ପରିଧାନ କରିବା ସହିତ ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ପରିଧାନ କରିଥାନ୍ତି। ଚୂଳର ଶୀର୍ଷରେ ଥାଏ ଚନ୍ଦ୍ରିକା । କଣ୍ଠରେ କୁଣ୍ଡଳ, କଟିରେ ଓଡ଼ିଆଣୀ କମରପଟି, କଣ୍ଠରେ ଘାଘଡ଼ାମାଳି ସହିତ ସୁବର୍ଣ୍ଣର ନଳୀଭୂଜ ଧାରଣ କରିଥାନ୍ତି । ଏହି ବେଶରେ ଥିବାବେଳେ ମହାପ୍ରଭୁଙ୍କୁ ଏକ ସ୍ବତନ୍ତ୍ର ଭୋଗ ‘ବାଳ ଭୋଗ’ ଅର୍ପଣ କରାଯାଏ ।
ସେଥିପାଇଁ ତ ଉକ୍ତି, ଭାବ ଏବଂ ଶ୍ରଦ୍ଧାରେ ଉଠୁଛି ପଡୁଛି ଶ୍ରୀକ୍ଷେତ୍ର । ହୁଳହୁଳି, ତାଳିରେ ପ୍ରକମ୍ପିତ ହେଉଛି ହବିଷ୍ୟାଳି ଶିବିର । କିଏ ହରିନାମ ରସରେ ବୁଡି ଯାଉଛି ତ କିଏ ବିଭୋର ହୋଇ ନାଚି ଉଠୁଛି । କିଏ କୋଣରେ ବସି ମାଳି ଗଡେଇ ନାମ ଜପୁଛି ତ କିଏ ଭକ୍ତିରେ ଆଖିରୁ ଧାର ଧାର ଲୁହ ଝରାଉଛି । ଚାରିଆଡେ ଜମୁଛି ହବିଷ୍ୟାଳିଙ୍କ ଭିଡ । ଚଉରା ପୂଜା ସମୟରେ ମା ମାନେ ରାଧା କୃଷ୍ଣ ଅଭିନୟ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଦଧି ମନ୍ଥନ, ଲହୁଣୀ ଚୋରି ରାଇଦାମୋଦର କଉଡି ଖେଳ ଆଦି ବିଧିକୁ ମା ମାନେ ଅଭିନୟ ମାଧ୍ୟମରେ ଜୀବନ୍ତ କରିଦେଖାଉଛନ୍ତି ।
Related Topics
Explore more stories