Astrology / ଗୋଟିଏ ରାଶିରେ ଏକାଠି ରହିବେ ସୂର୍ଯ୍ୟ ଚନ୍ଦ୍ର, ବଦଳିଯିବ ଏମାନଙ୍କ ଭାଗ୍ୟ

Key Points
ଗୋଟିଏ ରାଶିରେ ଏକାଠି ରହିବେ ସୂର୍ଯ୍ୟ ଚନ୍ଦ୍ର
ଏହି ୩ଟି ରାଶିର ସମ୍ପୂର୍ଣ୍ଣ ବଦଳିଯିବ ଭାଗ୍ୟ
ଆସୁଛି ନୂଆବର୍ଷ ୨୦୨୬ । ଜ୍ୟୋତିଷଙ୍କ ଅନୁସାରେ, ନୂଆବର୍ଷର ଆରମ୍ଭ ଅଦ୍ଭୁତ ଯୋଗ ଏବଂ ସଂଯୋଜନ ଘଟିବାକୁ ଯାଉଛି । ଦ୍ରିକ୍ ପଞ୍ଚାଙ୍ଗ ଅନୁଯାୟୀ, ୧୮ ଜାନୁଆରୀରେ ମକର ରାଶିରେ ସୂର୍ଯ୍ୟ ଏବଂ ଚନ୍ଦ୍ରମାର ମିଳନ ହେବ । ୧୪ ଜାନୁଆରୀରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବ, ଏବଂ ଠିକ ୪ ଦିନ ପରେ ଚନ୍ଦ୍ର ମଧ୍ୟ ମକର ରାଶିରେ ପ୍ରବେଶ କରିବ । ଯାହା ଦ୍ଵାରା ସୂର୍ଯ୍ୟ ଚନ୍ଦ୍ରର ମିଳନ ହେବ ।
ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ରମା ଗୋଟିଏ ରାଶି କିମ୍ବା ଗୋଟିଏ ଘରେ ଥାଆନ୍ତି , ତାହା ୟୁତି ଅମାବାସ୍ୟାର କାରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ୩ଟି ରାଶି ପାଇଁ ଏହି ବର୍ଷର ସୂର୍ଯ୍ୟ ଚନ୍ଦ୍ରମାର ସଂଯୋଗ ଶୁଭ ଫଳ ଦେବ ।
ମେଷ ରାଶି
ମେଷ ରାଶି ପାଇଁ ଏହି ସମୟ ଧୈର୍ଯ୍ୟ ଏବଂ ଆତ୍ମବିଶ୍ଵାସ ବଢାଇବ । ଅଫିସରେ କିମ୍ବା ବିଜନେସରେ ଆପଣଙ୍କ କଥାକୁ ଗମ୍ଭୀରତାର ସହ ନିଆଯିବ । ନୂଆ କାମ କିମ୍ବା ପ୍ରୋଜେକ୍ଟର ଦାୟିତ୍ଵ ମିଳିବାର ସମ୍ଭାବନା ଅଛି । ବିଶେଷ କରି ଯେଉଁମାନେ ପ୍ରଶାସନିକ ସେବା କିମ୍ବା କୌଣସି ସରକାରୀ ଚାକିରି କରନ୍ତି, ସେମାନଙ୍କୁ ଲାଭ ମିଳିବ । ଟଙ୍କା ସମ୍ବନ୍ଧୀୟ ନିଷ୍ପତ୍ତିକୁ ଭାବିଚିନ୍ତି ନେବାକୁ ପଡିବ ।
ଏଥିସହ ପଢ଼ନ୍ତୁ: ଠାକୁରଙ୍କ ପାଖରେ ଏହି ସବୁ ଜିନିଷ ଥରେ ଲାଗେ, ଜାଣନ୍ତୁ କ'ଣ...
କର୍କଟ ରାଶି
ଏହି ରାଶିରେ ପାରିବାରିକ ସନ୍ତୁଳନ ଦେଖାଦେବ । ବର୍ଷ ତମାମ ଘରେ ସୁଖ ଶାନ୍ତି ଭରି ରହିବ । ଟଙ୍କା ସଞ୍ଚୟ କରିବାର ସୁଯୋଗ ମିଳିବ । ଘର, ଦୋକାନ କିମ୍ବା ଗାଡି ସମ୍ବନ୍ଧୀୟ ନେବାକୁ ଥିବା ସମସ୍ତ ନିଷ୍ପତ୍ତି ଆପଣଙ୍କ ପକ୍ଷ ଭାବରେ ହେବ । ମାନସିକ ଅସ୍ଥିରତା ପୂର୍ବ ଅପେକ୍ଷା କମ ରହିବ । ଭବିଷ୍ୟତକୁ ନେଇ ଭରଷା ମଜବୁତ ହେବ ।
ମକର ରାଶି
ମକର ରାଶି ପାଇଁ ଏହି ସଂଯୋଗ ସମ୍ମାନ, ପରିଚୟ ଏବଂ ପ୍ରଗତି ଆଣିବ। ଦରମା ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି । ଯେଉଁ ଲୋକରାଜନୀତି, ମିଡିଆ ମ୍ୟାନେଜମେଣ୍ଟ ତଥା କ୍ରିଏଟିଭ୍ ଫିଲ୍ଡର ଅଟନ୍ତି, ସେମାନଙ୍କ ପାଇଁ ଏହି ସମୟ ବେଶ ଭଲ ରହିବ । ସମାଜରେ ଆପଣଙ୍କ ଛବି ମଜବୁତ ରହିବ ।
📱 Get Argus News App
✨Related Topics
Explore more stories