Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସୂତକ କାଳ ସମୟରେ କରନ୍ତୁ ନାହିଁ ଏହି କାମ, ଭୋଗିବେ ଏହି ଦସା...

Devotion

Lunar Eclipse / ସୂତକ କାଳ ସମୟରେ କରନ୍ତୁ ନାହିଁ ଏହି କାମ, ଭୋଗିବେ ଏହି ଦସା...

Banajyotshna Ray
Browse all articles by Banajyotshna Ray
·4 months ago·2 min read
ସୂତକ କାଳ ସମୟରେ କରନ୍ତୁ ନାହିଁ ଏହି କାମ, ଭୋଗିବେ ଏହି ଦସା...
Lunar Eclipse

Key Points

ଚନ୍ଦ୍ର ଗ୍ରହଣ ବିଷୟରେ ଜାଣନ୍ତୁ
କେବେଠାରୁ ଆରମ୍ଭ ହେଉଛି ସୂତକ କାଳ ?

ଚନ୍ଦ୍ର ଗ୍ରହଣକୁ ନେଇ ସବୁଠି ଆଲୋଚନା ହେଉଛି। ଏହାସହ ଚନ୍ଦ୍ର ଗ୍ରହଣରେ ସୂଚତକ କାଳ କଣ ବୋଲି ସମସ୍ତେ ଜାଣିବାକୁ ଚାହିୁଁଛନ୍ତି। ଧାର୍ମିକ ଦୃଷ୍ଟିକୋଣରୁ ଚନ୍ଦ୍ର ଗ୍ରହଣକୁ ଅଶୁଭ ବୋଲି ବିଶ୍ବାସ ରହିଛି। ଏଥିପାଇଁ ଗ୍ରହଣ ସମୟରେ ଅନେକ ନିୟମ ଏବଂ ପରମ୍ପରା ପାଳନ କରାଯାଏ। ବିଶେଷ କରି ଚନ୍ଦ୍ର ଗ୍ରହଣରେ ସୂତକ ସମୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ମାର୍ଚ୍ଚ ୩ରେ ଅର୍ଥାତ ଦୋଳ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଏହା ବର୍ଷର ସବୁଠାରୁ ଦୀର୍ଘ ଚନ୍ଦ୍ରଗ୍ରହଣ ହେବ। ଚନ୍ଦ୍ର ଗ୍ରହଣ ୩ ଘଣ୍ଟା ୨୭ ମିନିଟ୍ ପାଇଁ ରହିବ। ଚଳିତ ବ​‌ର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୩ ମଙ୍ଗଳବାର ଅପରାହ୍ନ ୩:୨୦ରୁ ସନ୍ଧ୍ୟା ୬:୪୭ ପର୍ଯ୍ୟନ୍ତ ହେବ। ତେଣୁ ଏହାର ୯ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୯:୦୬ରୁ ସୂତକ ସମୟ ଆରମ୍ଭ ହୋଇ ସନ୍ଧ୍ୟା ୬:୪୭ ପର୍ଯ୍ୟନ୍ତ ରହିବ।

ସୂତକ କାଳ କ'ଣ?

ଜ୍ୟୋତିଷ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ସୂତକ ସମୟକୁ ଅଶୁଭ ଏବଂ ଅଶୁଭ ବୋଲି ବିବେଚନା କରାଯାଏ। ସରଳ ଭାଷାରେ କହିବାକୁ ଗଲେ, ସୂତକ ସମୟ ହେଉଛି ଗ୍ରହଣ ପୂର୍ବରୁ ଆରମ୍ଭ ହେଉଥିବା ସମୟ। ସୂତକ ସମୟରେ, କୌଣସି ପୂଜା, ହୋମ, ଯଜ୍ଞ କିମ୍ବା ଶୁଭ କାର୍ଯ୍ୟ କରାଯାଏ ନାହିଁ। ଏହି ସମୟ ମଧ୍ୟରେ କୌଣସି ନୂତନ କିମ୍ବା ଶୁଭ କାର୍ଯ୍ୟ ଆରମ୍ଭ କରାଯାଏ ନାହିଁ। ଏହି ସମୟରେ ଖାଦ୍ୟ ରାନ୍ଧିବା ଏବଂ ଖାଇବା ନିଷେଧ ରହିଥାଏ। ଧାର୍ମିକ ଦୃଷ୍ଟିକୋଣରୁ ଏହି ସମୟରେ କିଛିଟା ସାବଧାନତା ତଥା ସତର୍କକା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଏ।

ସୂତକ ସମୟର ଅବଧି ଗଣନା କରିବା ପାଇଁ ଗ୍ରହଣର ତାରିଖ ଏବଂ ସମୟ ବ୍ୟବହାର କରାଯାଏ। ସୂତକ ସମୟ ଗଣନା କରିବା ପାଇଁ, ଗ୍ରହଣର ତାରିଖ ଏବଂ ସମୟ ନିର୍ଣ୍ଣୟ କରାଯାଏ। ସୂତକ ସମୟ ଏବଂ ଗ୍ରହଣ ସମୟରେ ବିବାହ, ଗୃହ ପ୍ରବେଶ ଭଳି ଶୁଭ କାର୍ଯ୍ୟକ୍ରମ କରାଯାଏ ନାହିଁ। ସୂତକ ସମୟ ଆରମ୍ଭ ହେବା ପରେ ଗର୍ଭବତୀ ମହିଳାମାନଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଏ। ସେହଭଳି ଏହି ସମୟରେ ଦେବନୀତି ବନ୍ଦ ରହିଥାଏ। ସୂର୍ଯ୍ୟପରାଗରେ ଗ୍ରହଣର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୁଏ ଏବଂ ଗ୍ରହଣ ସମାପ୍ତ ହେବା ପର୍ଯ୍ୟନ୍ତ ରହେ। ସେହିପରି ଚନ୍ଦ୍ରଗ୍ରହଣରେ ସୂତକ ସମୟ ତିନି ପ୍ରହର ପୂର୍ବରୁ ଅର୍ଥାତ୍ ଗ୍ରହଣର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୁଏ।

ଏଥିସହ ପଢ଼ନ୍ତୁ: ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ବଡ଼ ଅପଡେଟ, ଏଣିକି ଉଚ୍ଚ ଦରମା ପାଇବେ ପିଅନ...

ଏହି ଚନ୍ଦ୍ର ଗ୍ରହଣ ସିଂହ ରାଶି ଏବଂ ପୂର୍ବ ଫାଲଗୁନୀ ନକ୍ଷତ୍ରରେ ହେବ। ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଫଳସ୍ୱରୂପ ଦେଶରେ ସୂତକ ସମୟ ମଧ୍ୟ ବୈଧ ହେବ। ତେବେ କ’ଣ ଏହି ସୂତକ ସମୟ କ'ଣ ଏବଂ ଚନ୍ଦ୍ରଗ୍ରହଣ କେତେ ସମୟ ପୂର୍ବରୁ ଆରମ୍ଭ ହୁଏ ? ଏହା ସହ ସୂତକ ସମୟରେ କ’ଣ କରିବାରୁ ବିରତ ରହିବା ଦରକାର ?
ଏହି ଖବରରେ ଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ସାଧାରଣ ସୂଚନା ଉପରେ ଆଧାରିତ। ଖବର ପ୍ରସାରଣ ନିମନ୍ତେ ଏହାକୁ ଆମେ ପ୍ରକାଶ କରିଛୁ।

ଅଧିକ ପଢ଼ନ୍ତୁ ଧର୍ମ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Painting
Sponsored