ଶକ୍ତି ଦକ୍ଷତା ତଥା ସଂରକ୍ଷଣ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା ଲକ୍ଷ୍ୟ

ଅର୍ଗସ ବ୍ୟୁରୋ: ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ। ଶକ୍ତି ସଂରକ୍ଷଣର ଗୁରୁତ୍ବ ଉପରେ ବାର୍ତ୍ତା ବିସ୍ତାର କରିବା ଏବଂ ଶକ୍ତି ଦକ୍ଷତା ତଥା ସଂରକ୍ଷଣ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ରୂପେ ପାଳନ କରାଯାଉଛି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଂଶଗ୍ରହଣ କରିବେ।
ଏହି ଅବସରରେ ରାଷ୍ଟ୍ରପତି ସମାବେଶକୁ ସମ୍ବୋଧିତ କରିବେ ଏବଂ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର , ଜାତୀୟ ଶକ୍ତି ଦକ୍ଷତା ଅଭିନବ ପୁରସ୍କାର ଏବଂ ଶକ୍ତି ସଂରକ୍ଷଣ ଉପରେ ଜାତୀୟ ଚିତ୍ରକଳା ପ୍ରତିଯୋଗିତା 2023 ର ବିଜେତାମାନଙ୍କୁ ମଧ୍ୟ ସମ୍ମାନିତ କରିବେ।