Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚାଲିଛି ନବରାତ୍ରୀ ପୂଜା: ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ

Devotion

ଚାଲିଛି ନବରାତ୍ରୀ ପୂଜା: ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଚାଲିଛି ନବରାତ୍ରୀ ପୂଜା: ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ

ଅର୍ଗସ ବ୍ୟୁରୋ:  ଆଉ ଦିନ କେଇଟା ପରେ ବିରାଜମାନ କରିବେ ଦୁର୍ଗତିନାଶିନୀ ମା ଦୁର୍ଗା । ଦଶଭୂଜା ଦେବୀ ମା ଦୂର୍ଗାଙ୍କ ନବରାତ୍ରି ଆଜିଠାରୁ ଆରମ୍ଭ ହୋଇଛି । ଏହି ପର୍ବକୁ ସମଗ୍ର ଦେଶବାସୀ ଖୁବ ଧୁମଧାମରେ ପାଳନ କରିଥାନ୍ତି । ତେବେ ନବରାତ୍ରୀ ଚାଲିଥିବା ସମୟରେ ପିଆଜ ଏବଂ ରସୁଣ ଖାଇବା ଅନୁଚିତ । ନବରାତ୍ରୀରେ ଲୋକମାନେ ମା ଦୁର୍ଗାଙ୍କ ପୂଜା କରିବା ସହ ବ୍ରତ ବି ରଖିଥାନ୍ତି । ବ୍ରତ ରଖିଥିବା ସମୟରେ ଲୋକମାନେ ସାତିକ ଭୋଜନ କରିଥାନ୍ତି । ଯେଉଁଥିରେ ରସୁଣ କିମ୍ବା ପିଆଜ ପକାଇବା ବାରଣ କରାଯାଇଛି । ହିନ୍ଦୁ ପୁରାଣ ଅନୁସାରେ ପୂଜାପାଠ କିମ୍ବା ବ୍ରତ ରଖିବା ସମୟରେ ପିଆଜ, ରସୁଣ ବ୍ୟବହାର କରାଯିବା ଉଚିତ ନୁହେଁ କିମ୍ବା ସେମାନଙ୍କଠାରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ୍ ନୁହେଁ । କିମ୍ବଦନ୍ତୀ କୁହେ ଦୁଇଜଣ ଦାନବ ରାହୁ ଏବଂ କେତୁଙ୍କ ରକ୍ତରୁ ପିଆଜ ଏବଂ ରସୁଣର ସୃଷ୍ଟି ହୋଇଥିଲା। ସେଥିପାଇଁ ରସୁଣ ଏବଂ ପିଆଜରୁ ଦୁର୍ଗନ୍ଧ ବାହାରିଥାଏ ।

ଏଥିପାଇଁ ବ୍ରତ ଏବଂ ପୂଜା ଦିନ ପିଆଜ ଏବଂ ରସୁଣକୁ ବାରଣ କରାଯାଏ । ତେବେ ଏହାର ଏକ ଭଲ ଗୁଣ ମଧ୍ୟ ରହିଛି । ରାହୁ ଏବଂ କେତୁ ପାନ କରିଥିବା ଅମୃତ କିଛି ତାଙ୍କ ଶରୀର ଭିତରକୁ ମଧ୍ୟ ପ୍ରବେଶ କରିଯାଇଥିଲା । ଯାହା ଦ୍ୱାରା ରସୁଣ-ପିଆଜକୁ ବ୍ୟବହାର କଲେ ଆମକୁ ରୋଗ ସହ ଲଢିବାକୁ ସାହାସ ମିଳିଥାଏ ।ଚଳିତ ବର୍ଷ ପୂଜା ପାଇଁ ଅତି ଉତ୍କଣ୍ଠାର ସହ ଭକ୍ତ ଅପେକ୍ଷା କରି ରହିଛନ୍ତି । ଦଶଭୂଜା ଦେବୀ ମା ଦୂର୍ଗାଙ୍କ ନବରାତ୍ରି ଆଜିଠାରୁ ଆରମ୍ଭ ହୋଇଛି । ଏହି ପର୍ବକୁ ସମଗ୍ର ଦେଶବାସୀ ଖୁବ ଧୁମଧାମରେ ପାଳନ କରିଥାନ୍ତି । ଏହି ଦିନମାନଙ୍କରେ ମା ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ । ତେବେ ଶାସ୍ତ୍ର ଅନୁସାରେ ଏହି ଦିନମାନଙ୍କରେ ଯେଉଁମାନେ ଶ୍ରଦ୍ଧା ଏବଂ ଭକ୍ତିର ସହିତ ମାଙ୍କ ପୂଜା ଅର୍ଚ୍ଚନା କରିବେ ସେମାନଙ୍କୁ ମାଙ୍କ ଆର୍ଶିବାଦ ପ୍ରାପ୍ତି ହେବ । ହିନ୍ଦୁ ପାଞ୍ଜି ଅନୁସାରେ ଆଶ୍ଵିନ ମାସ ଶୁକ୍ଲ ପକ୍ଷର ପ୍ରତିପଦା ହିସାବରେ ଆଜି ଠାରୁ ଆରମ୍ଭ ନବରାତ୍ରୀ ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
these are the foods forbidden in navratri | Argus News