|
logo
Live
Argus News App
GET APP

Argus News - କଳକୀ ଅବତାର ପାଇଁ ଜୀବନ୍ତ ହେଲାଣି ଏହି ଘୋଡା

Devotion

କଳକୀ ଅବତାର ପାଇଁ ଜୀବନ୍ତ ହେଲାଣି ଏହି ଘୋଡା

Arpita Mohanty
Browse all articles by Arpita Mohanty
·11 months ago·3 min read
କଳକୀ ଅବତାର ପାଇଁ ଜୀବନ୍ତ ହେଲାଣି ଏହି ଘୋଡା

Key Points

ପାଖେଇ ଆସୁଛି କଳିଯୁଗର ଅନ୍ତ

ସଙ୍କେତ ଦେଲେଣି ଏହି ସବୁ ମନ୍ଦିର

ସମୟ ପାଖେଇ ଆସିଲାଣି । ସତର୍କ ଘଣ୍ଟି ବାଜିବାରେ ଲାଗିଲାଣି । ଆମ ଆଖି ସାମ୍ନାରେ ଘଟି ଯାଉଥିବା ଗୋଟିଏ ପରେ ଗୋଟିଏ ଘଟଣା ଏହାର ସଂକେତ ଦେଉଛି । ଆଉ ସୂଚେଇ ଦେଉଛି ପ୍ରଳୟର କରାଳ ରୂପ ଆଉ ବେଶି ଡେରି ନୁହେଁ । ସାଧୁ ସନ୍ଥମାନେ କଳିଯୁଗ ଅନ୍ତ ନିକଟତରର ଯେଉଁସବୁ ସଂକେତ ଦିଅନ୍ତି ତାହା ଗୋଟିଏ ପରେ ଗୋଟିଏ ସତ ହେବାକୁ ଯାଉଛି । ଆପଣ କରୋନାର କରାଳ ରୂପ କଥା କୁହନ୍ତୁ, କି ବାହାର ଦେଶଗୁଡିକର ଯୁଦ୍ଧ କଥା, ଏସବୁ କଳିଯୁଗର ଶେଷ ସମୟରେ ହେବ ବୋଲି କିଛି ବିଶିଷ୍ଟ ସାଧୁ ସନ୍ଥ ମାନେ ଅନେକ ଆଗରୁ କହି ଆସିଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି, ଭାରତରେ ଏମିତି କିଛି ମନ୍ଦିର ଅଛି, ଯେଉଁଠି କଳିଯୁଗ ଶେଷ ହେବାର ସଂକେତ ଦେବା ଆରମ୍ଭ ହେଲାଣି । ଆଜି ଆମେ ଏହି ଭଳି ପ୍ରସିଦ୍ଧ ପ୍ରାଚୀନ ମନ୍ଦିର ବିଷୟରେ ଜାଣିବା ଯାହାର ଅନେକ ରୋଚକମୟ ରହସ୍ୟ ରହିଛି।


Kalki Temple

ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ଏକ ଘୋଡା ଦିନକୁ ଦିନ ଜୀବିତ ହେଉଛି। ଏହା କୌଣସି ସାଧାରଣ ଘୋଡା ନୁହେଁ। ଏହା ବିଶ୍ବାସ କରାଯାଏ କି ଧରାପୃଷ୍ଠରେ ଶ୍ରୀକୃଷ୍ଷଙ୍କ କଳକୀ ଅବତାରର ଅବତରଣ ଏହି ଧଳା ଘୋଡାରେ ହେବ। ଆମେ କହୁଛୁ ରାଜସ୍ଥାନର ଜୟପୂର ସହରରେ ଥିବା କଳକୀ ମନ୍ଦିର ବିଷୟରେ । ଏହି ମନ୍ଦିରରେ ଦେବଦତ୍ତ ନାମରେ ଏକ ଧଳା ଘୋଡାର ମୂର୍ତ୍ତି ଅଛି। ଏହା ଶୁଣିବାକୁ ମିଳେ କି ଏହି ଘୋଡା ଧୀରେ ଧୀରେ ଜୀବନ୍ତ ହେଉଛି ଯାହା ସୂଚାଉଛି କି ଭଗବାନ ବିଷ୍ଷୁଙ୍କର କଳକୀ ଅବତାର ଖୁବ୍ ଶୀଘ୍ର ହେବାକୁ ଯାଉଛି ।


ତେବେ କାହାଣୀ ଅନୁସାରେ ୧୮ତମ ଶତାବ୍ଦୀରେ ଯେତେବେଳେ ଜୟପୂରର ମହାରାଜା ଜୟସିଂହ ଦ୍ବିତୀୟ କଳକୀ ମନ୍ଦିରର ନିର୍ମାଣ କରୁଥିଲେ, ମନ୍ଦିର ବାହାରେ ତିଆରି ହୋଇଥିବା ଦେବଦତ୍ତ ମୂର୍ତ୍ତିରେ ବାମ ଗୋଡରେ ଅଜ୍ଞାନବଶତଃ କେମିତି ଏକ ଖଣ୍ଡିଆ ଚିହ୍ନ ହୋଇଗଲା । କେମିତି ହେଲା କେହି ଜାଣିନାହାଁନ୍ତି। ଏହି ଚିହ୍ନକୁ ଠିକ୍ କରିବା ପାଇଁ ବହୁତ ପ୍ରକାର ଚେଷ୍ଟା କରାଗଲା କିନ୍ତୁ ଏହା ଠିକ୍ ହେଲାନାହିଁ ତେଣୁ ତାକୁ ସେମିତି ଛାଡିଦିଆଗଲା, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ କିଛି ଦିନ ପରେ ଦେଖିବାକୁ ମିଳିଲା କି ସେହି ଚିହ୍ନ ଧୀରେ ଧୀରେ ମନକୁ ମନ ଠିକ୍ ହେବାରେ ଲାଗିଲା । ଏହା ବିଶ୍ବାସ କରାଯାଉଛି କି ଯେଉଁଦିନ ଏହି ଖଣ୍ଡିଆ ପୂରା ଠିକ୍ ହୋଇଯିବ ସେହିଦିନ ଦେବଦତ୍ତ ଜୀବନ୍ତ ହୋଇଯିବ ଏବଂ ସେହିଦିନ ଭଗବାନ ବିଷ୍ଷୁ କଳକୀ ଅବତାରରେ ପୁଣିଥରେ ପୃଥିବୀ ପୃଷ୍ଠରେ ଜନ୍ମନେବେ।


Kedareswar Temple

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ତ ଥିଲା କଳକୀ ମନ୍ଦିର କଥା ଭାରତରେ ଆଉ ଏକ ଏମିତି ମନ୍ଦିର ଅଛି ଯାହା କେବଳ ଗୋଟିଏ ସ୍ତମ୍ଭରେ ଠିଆ ହୋଇଛି। ଆଉ ଏହା କୌଣସି ସାଧାରଣ ସ୍ତମ୍ଭ ନୁହେଁ ଏହା ହେଉଛି ସମୟ ସ୍ତମ୍ଭ। ଏହା ବିଶ୍ବାସ କରାଯାଏ ଯେ ଯେଉଁଦିନ ଏହି ସ୍ତମ୍ଭ ଭୁସୁଡିବ ସେହିଦିନ କଳିଯୁଗର ବିନାଶ ହେବ। ତେବେ ଚାଲନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ରୋଚକ ତଥ୍ୟ।


ମହାରାଷ୍ଟ୍ରର କେଦାରେଶ୍ବର ମନ୍ଦିର। ଏଠାରେ ପ୍ରଭୁ ଶୀବ ପୂଜା ପାଆନ୍ତି। ସ୍ଥାନୀୟ ଲୋକଙ୍କ ମତରେ, ଷଷ୍ଠ ଶତାବ୍ଦୀରେ କଳାଚୁରୀ ରାଜବଂଶ ଦ୍ୱାରା ଏହି ମନ୍ଦିର ହରିଶ୍ଚନ୍ଦ୍ରଗଡ଼ ଦୁର୍ଗ ଭିତରେ ନିର୍ମିତ ହୋଇଥିଲା। ଏହି ମନ୍ଦିର ନିକଟରେ ତିନୋଟି ଗୁମ୍ଫା ରହିଛି। ଗୋଟିଏ ଗୁମ୍ଫାରେ ୫ ଫୁଟ ଉଚ୍ଚତାର ଶିବ ଲିଙ୍ଗ ରହିଛି। ଏହା ବିଶ୍ବାସ କରାଯାଏ କି ଏହି ଶିବଲିଙ୍ଗ ସ୍ବୟଂ ଆର୍ବିଭାବ ହୋଇଛନ୍ତି। ଏହାର ସ୍ଥାପନା କରାଯାଇନାହିଁ।


ବାସ୍ତବରେ ଗୁମ୍ଫାଟି ୪ଟି ସ୍ତମ୍ଭରେ ଠିଆ ହୋଇଥିଲା, କିନ୍ତୁ ବର୍ତ୍ତମାନ କେବଳ ଗୋଟିଏ ସ୍ତମ୍ଭରେ ଠିଆ ହୋଇଛି , ବାକି ୩ଟି ଯାକ ସ୍ତମ୍ଭ ସମୟାନୁସାରେ ଭାଙ୍ଗିଯାଇଛି। ଲୋକଙ୍କର ବିଶ୍ବାସ ରହିଛି ଯେ ଏହି ୪ଟି ସ୍ତମ୍ଭ ସଂସାରର ୪ଟି ଯୁଗକୁ ଦର୍ଶାଏ। ସତ୍ୟଯୁଗ , ତ୍ରେତୟା ଯୁଗ, ଦ୍ବାପରଯୁଗ ଏବଂ କଳିଯୁଗ। ଏହା କୁହାଯାଉଛି କି ଯେଉଁ ୩ଟି ଯୁଗ ବିତି ଯାଇଛି , ସେହି ଯୁଗ ଗୁଡିକ ଶେଷ ହେବା ସହିତ ସ୍ତମ୍ଭ ବି ଭାଙ୍ଗି ଭାଙ୍ଗି ଯାଇଛି। ବର୍ତ୍ତମାନ ଯେହେତୁ ଆମେ ଶେଷ ଯୁଗ କଳିଯୁଗରେ ପହଁଞ୍ଚିସାରିଛେ ତେଣୁ ମନ୍ଦିରର ଆଉ ଗୋଟିଏ ସ୍ତମ୍ଭ ରହିଛି। ଯେଉଁଦିନ ଏହି ସ୍ତମ୍ଭ ଭାଙ୍ଗିବ ସେହିଦିନ କଳିଯୁଗର ଅନ୍ତ ହେବ ଏବଂ ସାରା ସଂସାର ନଷ୍ଟ ହୋଇଯିବ ।


ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଉପରେ ଦିଆଯାଇଥିବା ଭିଡିଓକୁ ଦେଖନ୍ତୁ।


Sponsored
କଳକୀ ଅବତାର ପାଇଁ ଜୀବନ୍ତ ହେଲାଣି ଏହି ଘୋଡା | Argus News