Brihadeeswarar Temple / ତାମିଲନାଡୁର ରହସ୍ୟମୟୀ ଶିବ ମନ୍ଦିର, ଜାଣନ୍ତୁ ମନ୍ଦିର ସହ ଜଡ଼ିତ ରୋଚକ ତଥ୍ୟ
·7 months ago·2 min read

Key Points
ରହସ୍ୟମୟୀ ମନ୍ଦିର
ଇଞ୍ଜିନିଅରଙ୍କ ମନରେ ପ୍ରଶ୍ନ ଏହାର କାରିଗରୀକୁ ଦେଖି

କାହିଁକି ପ୍ରତିଦିନ ମନ୍ଦିର ଯିବା ଉଚିତ ? ଜାଣନ୍ତୁ… ଶାସ୍ତ୍ର ଅନୁଯାୟୀ ପ୍ରତିଦିନ ମନ୍ଦିର ଯିବାର ବିଧି ରହିଛି।ତେବେ ଭାରତୀୟ ସଂସ୍କୃତି ସର୍ବଦା ବିଜ୍ଞାନ ସମ୍ମତ ମତ ଦେଇଥାଏ । ଏହି ଧାରା ରେ ହିନ୍ଦୁ ମନ୍ଦିର ପଛରେ ମଧ୍ୟ ଅନେକ ବିଜ୍ଞାନ ଲୁଚି ରହିଛି।ଆସନ୍ତୁ ଜାଣିବା ଏ ନେଇ କଣ କୁହନ୍ତି ବିଶେଷଜ୍ଞ। ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ମସ୍ତିଷ୍କ ତରଙ୍ଗ ସମନ୍ୱୟ ସୃଷ୍ଟି ହୁଏ, ଯାହା ସଦଭାବନାକୁ ବୃଦ୍ଧି କରେ ବୋଲି ବିଶ୍ୱାସ କରାଯାଏ।
ଆପଣ ଅନେକ ମନ୍ଦିର ବିଷୟରେ ଜାଣିଥିବେ, କିନ୍ତୁ କେବେ ଶୁଣିଛନ୍ତି କି ଐମିତି ମନ୍ଦିର ରହିଛି ଯାହା କେବଳ ଗ୍ରାନାଇଟରେ ତିଆରି ହୋଇଛି। ପ୍ରାୟ ହଜାରେ ବର୍ଷରୁ ଅଧିକ ହେବ ଏହି ମନ୍ଦିର ଗଢା ଯାଇଥିଲା। ଚୋଳ ବଂଶର ରାଜା ରାଜରାଜ ଚୋଳ ପ୍ରଥମ ଏହି ମନ୍ଦିର ତାଙ୍କ ରାଜୁତି ସମୟରେ ତିଆରି କରିଥିଲେ। ଏହାର କାରିଗରୀ ସେତେବେଳେ ଲୋକଙ୍କ ମନରେ ଅନେକ କୌତୁହଳ ସୃଷ୍ଟି କରିଥିଲେ ଆଉ ଏବେ ମଧ୍ୟ ଏହାର କାରୀଗରି ନେଇ ଅନେକ ଚର୍ଚ୍ଚା କରାଯାଉଛି। ତାମିଲନାଡୁର ବୃହଦେଶ୍ୱର ମନ୍ଦିର ଆଜିର ଡିଜିଟାଲ ଦୁନିଆ ବାସୀଙ୍କୁ ଚକିତ କରିଦେଇଥାଏ। ଏହାର କାରୀଗରି ଓ ଭିନ୍ନ ଧରଣର ଗଠନ ଲୋକଙ୍କ ମନେର ତଥା ଇଞ୍ଜିନିଅରଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥାଏ।
ହଜାର ହଜାର ବର୍ଷ ପୁରୁଣା ଏହି ମନ୍ଦିରର ସ୍ଥାପତ୍ୟକୁ ଦେଖିଲେ ମନେହୁଏ ଯେ ପ୍ରାଚୀନ ସମୟର ପ୍ରଯୁକ୍ତିବିଦ୍ୟା ଏବଂ ଇଞ୍ଜିନିୟରିଂ ବହୁତ ଉନ୍ନତମାନର ଥିଲା।ବାତ୍ୟା, ଭୂମିକମ୍ପ ଏବଂ ସୁନାମି ଭଳି ବିପର୍ଯ୍ୟୟ ସହ୍ୟ କରି ପାରିଛି ଏହି ମନ୍ଦିର। ମନ୍ଦିର ଉପରେ ଗୋଟିଏ ପଥରରୁ ଖୋଦିତ ଏକ 80 ଟନ୍ ଗମ୍ବ ଅଛି, ଏବଂ କ୍ରେନର ସାହାଯ୍ୟ ବିନା ଏତେ ଉଚ୍ଚତାରେ ଏତେ ଭାରୀ ପଥର ରଖାଯାଇଥିଲା।ଏହା ହେଉଛି ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ଭିତରୁ ଗୋଟେ। ଥରେ ଭାବନ୍ତୁ ମନ୍ଦିର ତିଆରି ସମୟରେ ଏତେ ବଡ଼ ବଡ଼ ଗାଡି ନଥିଲା। ତେବେ ଗ୍ରାନାଇଟ ଆଖପାଖରେ କେଉଁଠାରୁ ମିଳୁନଥିବାରୁ ସୁଦୁର ସ୍ଥାନରୁ ହାତୀ ଯୋଗେ ଗ୍ରାନାଇଟ ଆଣି ମନ୍ଦିର ତିଆରି ହୋଇଥିବା ବୋଲି କୁହାଯାଉଛି।
ଏହି ମନ୍ଦିର ପ୍ରାୟ 1,000 ବର୍ଷ ପୁରୁଣା ଏବଂ ଏହା ଏପରି ଭାବରେ ନିର୍ମିତ ହୋଇଛି ଯାହା ଆଜିର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରେ। ଏହି ମନ୍ଦିର 66 ମିଟର ଉଚ୍ଚ, କିମ୍ବା ପ୍ରାୟ 13 ମହଲା ଉଚ୍ଚ, ତଥାପି ଏହି ଉଚ୍ଚ ମନ୍ଦିରକୁ ଧରି ରଖିବା ପାଇଁ କୌଣସି ଭିତ୍ତିଭୂମି ନିର୍ମାଣ କରାଯାଇ ନଥିଲା, ଅର୍ଥାତ୍ ଏହା ସିଧାସଳଖ ଭୂମି ଉପରେ ନିର୍ମିତ ହୋଇଛି।ଏହି ମନ୍ଦିର ନିର୍ମାଣ ପାଇଁ ଏକ ଲକ୍ଷ ତିରିଶ ହଜାର ଟନ୍ ଗ୍ରାନାଇଟ୍ ପଥର ବ୍ୟବହାର କରାଯାଇଥିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ମନ୍ଦିର ନିକଟରେ କୌଣସି ସ୍ଥାନରେ ଗ୍ରାନାଇଟ୍ ମିଳିଲା ନାହିଁ, ତେବେ ଏତେ ପରିମାଣର ଗ୍ରାନାଇଟ୍ କିପରି ଏଠାକୁ ଅଣାଯାଇ ପାରିଲା?
ତାହା ଏକ ବଡ଼ ପ୍ରଶ୍ନ। ମନ୍ଦିର ସ୍ଥାପତ୍ୟର ଆଉ ଏକ ଆଶ୍ଚର୍ଯ୍ୟଜନକ ରହସ୍ୟ ହେଉଛି ଯେ ଏହି ଉଚ୍ଚ ମନ୍ଦିରକୁ ସୁଦୃଢ଼ କରିବା ପାଇଁ କୌଣସି ସିମେଣ୍ଟ କିମ୍ବା ମାଟି ପରି ପଦାର୍ଥ ବ୍ୟବହାର କରାଯାଇ ନଥିଲା, ତଥାପି ମନ୍ଦିର ହଜାର ହଜାର ବର୍ଷ ଧରି ଅକ୍ଷୁର୍ଣ୍ଣ ରହିଛି। ଏହି ଗମ୍ବୁଜ ବିଷୟରେ ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହାକୁ ଏପରି ଭାବରେ ନିର୍ମାଣ କରାଯାଇଛି ଯେ ଏହାର ଛାଇ କେବେ ଭୂମିରେ ଦେଖାଯାଏ ନାହିଁ ବୋଲି ଅନେକ କୁହନ୍ତି।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories