Navaratri Special / ନବରାତ୍ରିର ଷଷ୍ଠୀରେ ମା' କାତ୍ୟାୟିନୀଙ୍କୁ କାହିଁକି ଆରାଧନା କରାଯାଏ?

Key Points
ଚଳିତ ବର୍ଷ ନବରାତ୍ରିର ଷଷ୍ଠ ଦିନ ସେପ୍ଟେମ୍ବର ୨୭ ତାରିଖରେ ପଡୁଛି। ନଅ ଦିନିଆ ହିନ୍ଦୁ ପର୍ବ ସେପ୍ଟେମ୍ବର ୨୨ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଅକ୍ଟୋବର ୨ ତାରିଖରେ ଶେଷ ହେବ।
ଚଳିତ ବର୍ଷ ନବରାତ୍ରିର ଷଷ୍ଠ ଦିନ ସେପ୍ଟେମ୍ବର ୨୭ ତାରିଖରେ ପଡୁଛି। ନଅ ଦିନିଆ ହିନ୍ଦୁ ପର୍ବ ସେପ୍ଟେମ୍ବର ୨୨ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଅକ୍ଟୋବର ୨ ତାରିଖରେ ଶେଷ ହେବ। ଏହି ସମୟରେ ଭକ୍ତମାନେ ମା ଦୁର୍ଗା ଏବଂ ତାଙ୍କର ନଅ ଦିବ୍ୟ ଅବତାର, ନବଦୁର୍ଗାଙ୍କୁ ପୂଜା କରନ୍ତି।
ଏହି ଷଷ୍ଠ ଦିନ, କିମ୍ବା ଷଷ୍ଠୀ ତିଥିରେ, ମା' କାତ୍ୟାୟନୀଙ୍କୁ ପୂଜା କରନ୍ତି। ଦେବୀଙ୍କ ବିଷୟରେ ଆପଣଙ୍କୁ ଜାଣିବା ପାଇଁ ଆବଶ୍ୟକ ସମସ୍ତ ବିଷୟ, ତାଙ୍କୁ ପୂଜା କରିବାର ମହତ୍ତ୍ୱ, ମନେ ରଖିବାର ରୀତିନୀତି, କେଉଁ ରଙ୍ଗ ପିନ୍ଧିବେ, ପୂଜା ମୁହୂର୍ତ୍ତ, ଚାଲନ୍ତୁ ଜାଣିବା।
ମା' କାତ୍ୟାୟିନୀଙ୍କ ରୂପ ଭବ୍ୟ, ଉର୍ଜାବାନ ଏବଂ ମା' ଦିବ୍ୟ ଶକ୍ତିର ପ୍ରତୀକ ହୋଇଥାନ୍ତି। ମା' ଚତୁର୍ଭୁଜା। ଡାହାଣ ହାତ ଉପରକୁ ଅଭୟ ମୁଦ୍ରା କୁହାଯାଉଥିବାବେଳେ ନିମ୍ନ ହାତକୁ ନୀଚ ମୁଦ୍ରା କୁହାଯାଏ। ବାମ ହାତରେ ଖଣ୍ଡା ଏବଂ ପଦ୍ମ ଶୋଭିତା। ମା' କାତ୍ୟାୟିନୀ ସିଂହରେ ଉପରେ ବିରାଜମାନ।
ପୂଜା ବିଧି:
-ଷଷ୍ଠୀ ଦିନ ପୂଜା କରିବା ପୂର୍ବରୁ ପ୍ରଥମେ ସ୍ନାନ କରନ୍ତୁ ଏବଂ ଏହାପରେ ପୂଜା ସ୍ଥଳକୁ ପରିଷ୍କାର କରନ୍ତୁ
- ପୂଜାସ୍ଥାନକୁ ଗଙ୍ଗାଜଳ ଛିଞ୍ଚି ପରିଷ୍କାର କରନ୍ତୁ
-ପଦ୍ମ ଫୁଲ ହାତରେ ଧରି ମା' କାତ୍ୟାୟିନୀଙ୍କୁ ଆବାହନ କରନ୍ତୁ
-ଏହାପରେ ପଞ୍ଚ ଉପଚାର ବିଧି କରି ମା'ଙ୍କୁ ନାଲି ଫୁଲ, ଅକ୍ଷତ, କୁମକୁମ ଏବଂ ସିନ୍ଦୂର ଅର୍ପଣ କରନ୍ତୁ
-ଘିଅ ଏବଂ କର୍ପୂର ଦେଇ ଆଳତୀ କରନ୍ତୁ
- ମା'ଙ୍କ ମନ୍ତ୍ର ଉଚ୍ଚାରଣ କରନ୍ତୁ
ମା' କାତ୍ୟାୟିନୀଙ୍କ ମହତ୍ତ୍ବ
ମା' କାତ୍ୟାୟିନୀଙ୍କୁ ଫଳ ଦେଇ ମାନଭଞ୍ଜ କରାଯାଏ। ମାନ୍ୟତା ଅଛି ଯେ, ମା'ଙ୍କ ଆରାଧନା କରିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଏବଂ କୁମାରୀ ଝିଅଙ୍କର ଶୀଘ୍ର ବିବାହ ହୋଇଥାଏ ବୋଲି ମାନ୍ୟତା ରହିଛି। କଥାରେ ଅଛି ବ୍ରଜର ଗୋପୀ ନାରୀ ଭଗବାନ କୃଷ୍ଣଙ୍କୁ ନିଜ ଜୀବନସାଥୀ ଭାବେ ପାଇବାକୁ ଯମୁନା ଘାଟରେ ମା' କାତ୍ୟାୟିନୀଙ୍କୁ ପୂଜା କରୁଥିଲେ। ଏହି କାରଣୁ ତାଙ୍କୁ ବ୍ରଜମଣ୍ଡଳର ଆରାଧନା ଦେବୀ ବୋଲ କୁହାଯାଏ।
📱 Get Argus News App
✨Related Topics
Explore more stories