Videos
|
Devotion

Hindu Mythology / ଯଜ୍ଞରେ କାହିଁକି କୁହାଯାଏ ‘ସ୍ୱାହା’ ? ଜାଣନ୍ତୁ ରହସ୍ୟ...

Rashmita Mishra
Browse all articles by Rashmita Mishra
·2 weeks ago·2 min read
ଯଜ୍ଞରେ କାହିଁକି କୁହାଯାଏ ‘ସ୍ୱାହା’ ? ଜାଣନ୍ତୁ ରହସ୍ୟ...
Hindu Mythology

Key Points

  • ଯଜ୍ଞରେ କାହିଁକି କୁହାଯାଏ ‘ସ୍ୱାହା’? ଜାଣନ୍ତୁ ରହସ୍ୟ
  • ‘ସ୍ୱାହା’ ଶବ୍ଦର ପ୍ରକୃତ ଅର୍ଥ ଓ ଆଧ୍ୟାତ୍ମିକ ମହତ୍ତ୍ୱ
  • ମନ୍ତ୍ର ଶେଷରେ ‘ସ୍ୱାହା’ କହିବା ପଛରେ କ’ଣ ରହିଛି?
  • ଦେବୀ ସ୍ୱାହାଙ୍କ କାହାଣୀ ଓ ଯଜ୍ଞ ସହିତ ଏହାର ସମ୍ପର୍କ
  • 'ସ୍ୱାହା'... ଏହି ଗୋଟିଏ ଶବ୍ଦ ଆପଣ ଅନେକ ଥର ଶୁଣିଥିବେ । ଯଜ୍ଞ କିମ୍ବା ହୋମ ସମୟରେ ପ୍ରତ୍ୟେକ ମନ୍ତ୍ରର ଶେଷରେ ଏହାର ଉଚ୍ଚାରଣ ହୁଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି, କାହିଁକି ପ୍ରତ୍ୟେକ ଆହୁତି ସହିତ "ସ୍ୱାହା" କୁହାଯାଏ  ? ଏହା କେବଳ ଗୋଟିଏ ଶବ୍ଦ ନା ଏହା ପଛରେ ଲୁଚି ରହିଛି କୌଣସି ଦିବ୍ୟ ରହସ୍ୟ ?

    ଆଶ୍ଚର୍ଯ୍ୟର କଥା ହେଉଛି, ଦୈନନ୍ଦିନ ଜୀବନରେ "ସବୁ ସ୍ୱାହା ହୋଇଗଲା" ବୋଲି ଆମେ କ୍ଷତି କିମ୍ବା ବିନାଶର ଅର୍ଥରେ କହୁଥାଉ । କିନ୍ତୁ ସନାତନ ପରମ୍ପରାରେ ଏହି "ସ୍ୱାହା" ହିଁ ସମର୍ପଣ, ଶୁଦ୍ଧିକରଣ ଓ ଈଶ୍ୱରଙ୍କ ପାଖକୁ ଭକ୍ତି ପହଞ୍ଚାଇବାର ଦିବ୍ୟ ମାଧ୍ୟମ ବୋଲି ମନାଯାଏ ।

    ତେବେ "ସ୍ୱାହା" ଶବ୍ଦର ପ୍ରକୃତ ଅର୍ଥ କ'ଣ ? ଏହା କେବଳ ଏକ ମନ୍ତ୍ରର ଅଂଶ, ନା ଏହା ପଛରେ ରହିଛି ଜଣେ ଦେବୀଙ୍କ ଅଦ୍ଭୁତ କାହାଣୀ ? ଆସନ୍ତୁ, ଜାଣିବା "ସ୍ୱାହା" ଶବ୍ଦର ଆଧ୍ୟାତ୍ମିକ ମହତ୍ତ୍ୱ ଓ ଏହା ପଛର ରହସ୍ୟ ।

    ହିନ୍ଦୁ ଧର୍ମରେ ସ୍ୱାହା ଶବ୍ଦଟି ସାଧାରଣତଃ ଅଗ୍ନି ରୀତିନୀତିରେ ଯେମିତିକି ଯଜ୍ଞ କିମ୍ବା ହୋମ ସମୟରେ ବ୍ୟବହାର କରାଯାଏ। ଯେତେବେଳେ ଅଗ୍ନିକୁଣ୍ଡରେ କିଛି ଅର୍ପଣ କରାଯାଏ ମନ୍ତ୍ରର ଶେଷରେ ସ୍ବାହା ପ୍ରୟୋଗ କରାଯାଇ ଦେବତାଙ୍କୁ ନିମନ୍ତ୍ରଣ କରାଯାଏ ବୋଲି ବିଶ୍ୱାସ କରାଯାଇଥାଏ। ତେବେ ଏହି ଶବ୍ଦର ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ପାର୍ଶ୍ଵ ରହିଛି ।

    ଏହି ଶବ୍ଦଟି ନକାରାତ୍ମକ ଭାବେ ସେତେବେଳେ ବ୍ୟବହାର କରାଯାଏ,ଯେତେବେଳେ କୁହାଯାଏ ସବୁ କିଛି ସ୍ୱାହା ହେଇଗଲା,ଅର୍ଥାତ୍ ସବୁ କିଛି ଧ୍ଵଂସ ହୋଇଗଲା କିନ୍ତୁ ଆମେ ଆଜି ଜାଣିବା ସ୍ୱାହାକୁ ସକାରାତ୍ମକ ଭାବରେ କେଉଁଠି ଏବଂ କଣପାଇଁ ବ୍ୟବହାର କରାଯାଏ ?

    ଯେତେବେଳେ ଅଗ୍ନିଦେବଙ୍କୁ କିଛି ଅର୍ପଣ କରାଯାଏ ସେତେବେଳେ ସ୍ୱାହା ଶବ୍ଦର ବ୍ୟବହାର କରାଯାଏ କାରଣ ସ୍ବାହା ହେଉଛି ଅର୍ପଣ ଏବଂ ସମର୍ପଣ କରିବାର ଏକ ଉପାୟ। ଏହା ଦ୍ବାରା ଭକ୍ତର ପ୍ରାର୍ଥନା, ଉଦ୍ଦେଶ୍ୟ ଏବଂ ଭକ୍ତି ଈଶ୍ଵରଙ୍କ ପାଖରେ ପହଁଞ୍ଚିଥାଏ। ସ୍ବାହା ଶବ୍ଦଟି ଏକ ଶୁଦ୍ଧ ଏବଂ ପରିବର୍ତ୍ତନଶୀଳ ପ୍ରଭାବ ବୋଲି ବିବେଚନା କରାଯାଏ ।

    ସନାତନ ଧର୍ମରେ ସ୍ବାହା ଶଦ୍ଦ ପ୍ରୟୋଗ ପଛରେ ଏକ ରହସ୍ୟ ରହିଛି। ସ୍ୱାହା ହେଉଛି ଏକ ଦେବୀଙ୍କ ନାମ। ସେ ରାଜା ଦକ୍ଷ ପ୍ରଜାପତିଙ୍କ ଝିଅ ଥିଲେ ଏବଂ ଅଗ୍ନିଦେବଙ୍କୁ ବିବାହ କରିଥିଲେ। ସ୍ୱାହା ଦେବୀଙ୍କୁ ଏକ ବରଦାନ ମିଳିଥିଲା କି ଯେତେବେଳେ ବି ମନୁଷ୍ୟ କୌଣସି ପଦାର୍ଥ ଅଗ୍ନିଦେଵଙ୍କ ସହାୟତାରେ ଯଜ୍ଞ କୁଣ୍ଡରେ ପହଞ୍ଚାଇବାକୁ ଚାହିଁବେ ତାହା ଦେବତାଙ୍କ ପାଖରେ ସେତେବେଳେ ପହଞ୍ଚିବ ଯେତେବେଳେ ସ୍ୱାହା ଶବ୍ଦର ପ୍ରୟୋଗ କରାଯିବ । ସେଥିପାଇଁ ମନ୍ତ୍ର ଉଚ୍ଚାରଣ ବେଳେ ଶେଷରେ ସ୍ୱାହା କୁହାଯାଇ ଅଗ୍ନିଦେବଙ୍କୁ ଅର୍ପଣ କରାଯାଏ।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Hindu Mythology | Why Is ‘Swaha’ Chanted During Yajna? Know the Mystery | Argus News