Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ବିଷ୍ଣୁ ଭଗବାନଙ୍କ ଏହି ଅଲୌକିକ କାହାଣୀ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ

Ritu Das
Browse all articles by Ritu Das
·11 months ago·2 min read
ବିଷ୍ଣୁ ଭଗବାନଙ୍କ ଏହି ଅଲୌକିକ କାହାଣୀ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ

Key Points

ଭଗବାନଙ୍କ ଦେହକୁ ସ୍ପର୍ଶ କଲେ ମୂର୍ତ୍ତିରୁ ରକ୍ତ ଝରୁଛି

ମଣିଷ ଭଳି ଏଠାରେ ନିଶ୍ବାସ ନେଉଛନ୍ତି ଭଗବାନ ବିଷ୍ଣୁ

ଶ୍ରୀ ଲକ୍ଷ୍ମୀନାରାୟଣସ୍ଵାମୀ ମନ୍ଦିର ବା ୟଦାଗିରିଗୁଟ୍ଟା ମନ୍ଦିର ହେଉଛି ନରସିଂହସ୍ଵାମୀଙ୍କର ଏକ ଲୋକପ୍ରିୟ ହିନ୍ଦୁ ମନ୍ଦିର

ସବୁଠାରୁ ଅନନ୍ୟ ପାହାଡ ଉପରେ ଶୋଭା ପାଉଥିବା ଏହି ମନ୍ଦିର ରହିଛି ତେଲେଙ୍ଗାନାରେ। ଭାରତୀୟ ରାଜ୍ୟ ତେଲେଙ୍ଗାନାର ପୁରାତନ ମନ୍ଦିର ୟଦାଗିରିଗୁଟ୍ଟା ମନ୍ଦିର। ଶ୍ରୀ ଲକ୍ଷ୍ମୀନାରାୟଣସ୍ଵାମୀ ମନ୍ଦିର ବା ୟଦାଗିରିଗୁଟ୍ଟା ମନ୍ଦିର ହେଉଛି ନରସିଂହସ୍ଵାମୀଙ୍କର ଏକ ଲୋକପ୍ରିୟ ହିନ୍ଦୁ ମନ୍ଦିର। ହିନ୍ଦୁ ମାନଙ୍କ ମାନ୍ୟତା ରହିଛି ଏହି ମନ୍ଦିରରେ ପୂଜା ପାଉଥିବା ବିଷ୍ଣୁ ପ୍ରଥମେ ଏକ ଗୁମ୍ପାରେ ଲକ୍ଷୀ ନୃସିଂହ ଅବତାରରେ ଦର୍ଶନ ଦେଇଥିଲେ। ଭୁବନଗିରି ଜିଲ୍ଲାର ପାହାଡ ଉପରେ ଥିବା ଏହି ହିନ୍ଦୁ ମନ୍ଦିର ହେଉଛି ୟଦାଗିରିଗୁଟ୍ଟା ମନ୍ଦିର। ଏଠାରେ ଭଗବାନ ବିଷ୍ଣୁ ନରସିଂହ ଅବତାରରେ ପୂଜା ପାଉଛନ୍ତି। ଆଉ କେଉଁଠି ବି ଆପଣଙ୍କୁ ନୃସିଂହଙ୍କ ମୂର୍ତ୍ତି ଦେଖିବାକୁ ମିଳିବନି। ନୃସିଂହଙ୍କ ସହିତ ମାତା ଲକ୍ଷ୍ମୀ ଏଠାରେ ବିରାଜମାନ। ଏହି ମନ୍ଦିର ୬୦୦୦ ବର୍ଷର ପୁରୁଣା। କାରୁକାର୍ଯ୍ୟ ଦେଖିଲେ ଆପଣଙ୍କ ଆଖି ଲାଖିଯିବ। କଳାପଥରରେ ଖଚିତ ଏହି ମନ୍ଦିରର ସ୍ଥାପତ୍ୟ ଏବଂ କାରୁକାର୍ଯ୍ୟ ଭାରି ମନଲୋଭା। ତେବେ ଏହି ମନ୍ଦିରର ଭଗବାନଙ୍କ ମାହାମ୍ଭ୍ୟ ଯିଏ ଶୁଣିଲେ ଚକିତ ହୋଇଯିବ। କିନ୍ତୁ ଏହା ସତ। ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ପାହାଡ ତଳେ ଚାପି ହୋଇ ରହିଥିଲା।


ମୂର୍ତ୍ତିକୁ ଉଦ୍ଧାର କରିବା ପରେ ଏଠାରେ ଭଗବାନ ପୂଜା ପାଉଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି ଏଠି ଭଗବାନଙ୍କ ଶରୀର ମଣିଷଙ୍କ ଭଳି କୋମଳ ହୋଇଥାଏ। ଯେତେବେଳେ ପୂଜାରୀ ତାଙ୍କୁ ଫୁଲ ଚଢାନ୍ତି ସେତେବେଳେ ଫୁଲ ତାଙ୍କ ଦେହର ଭିତରକୁ ଚାଲିଯାଏ। ଆଉ ଭଗବାନ ଜୀବନ୍ତ ଭଳି ନିଶ୍ଵାସ ପ୍ରଶ୍ଵାସ ନେଉଥିବାର ମଧ୍ୟ କଥା ଶୁଣିବାକୁ ମିଳେ। କିମ୍ବଦନ୍ତୀ କହେ ସନ୍ଥ ୟାଦବ ଏଠାରେ ଭଗବାନ ବିଷ୍ଣୁଙ୍କୁ ତାଙ୍କର ତିନୋଟି ଅବତାରରେ ଉଭା ହେବାକୁ ତପସ୍ୟା କରିଥିଲେ। ସେ ଭଗବାନଙ୍କୁ ଜ୍ୱାଳା ନରସିଂହ , ଗନ୍ଧଭେରେନ୍ଦ୍ର ନରସିଂହ ଓ ୟୋଗାନନ୍ଦ ନରସିଂହ ଭାବରେ ଏହି ପର୍ବତରେ ଆସ୍ଥାନ କରି ରହିବାକୁ ଅନୁରୋଧ କରିଥିଲେ। ତାଙ୍କ ନାମ ଅନୁସାରେ ହି ଏଠାରେ ଲକ୍ଷ୍ମୀନରସିଂହ ଦେବ ମନ୍ଦିର ନିର୍ମିତ ହେଲା, ଆଉ ଏହି ସ୍ଥାନକୁ ୟଦାଗିରି ନାମରେ ନାମିତ କରାଗଲା। ଏଠାରେ ରହିଛି ଏକ ବିଶାଳକାୟ ସ୍ଵତନ୍ତ୍ର ଗୁମ୍ଫା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୁହାଯାଏ ଏଠାରେ ଭକ୍ତ ନିଷ୍ଠାର ମନ କଥା ପ୍ରଭୁଙ୍କୁ କହିଲେ, ନିଶ୍ଚୟ ମନସ୍କାମନା ପୂର୍ଣ୍ଣ ହେଇଥାଏ। ହାଇଦ୍ରାବାଦ ସହରରୁ ଠିକ୍ 80 କିଲୋମିଟର ଦୂରରେ ରହିଛି ଏହି ପବିତ୍ର ସ୍ଥାନଟି। ପ୍ରତ୍ୟେକ ଦିନ ହାରାହାରି 5000-8000 ଭକ୍ତ ଧାଇଁ ଆସନ୍ତି ଏହି ମନ୍ଦିର ପରିଦର୍ଶନ ପାଇଁ। ତେବେ ଆମ ଦେଶରେ ଏଭଳି ପ୍ରାଚୀନ କାରୁକାର୍ଯ୍ୟର ମନ୍ଦିର ରହିଛି। ଯେଉଁଠିକି ପର୍ଯ୍ୟଟକ ଯିବା ଦରକାର। ଲୋକେ କିନ୍ତୁ ଦେଶର କାରୁକାର୍ଯ୍ୟ ଏବଂ ଐତିହ୍ୟ ଜାଣିପାରୁ ନାହାନ୍ତି ବିଦେଶକୁ ଅଧିକ ପଇସା ଖର୍ଚ୍ଚ କରି ବୁଲିବାକୁ ଯାଉଛନ୍ତି। ଆମ ଦେଶର ପର୍ଯ୍ୟଟନ ଏବଂ ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ ଦେଶର ଅର୍ଥନୀତି ଏବଂ ଐତିହ୍ୟ ଆହୁରି ସୁଦୃଢ଼ ହେବ।

Sponsored
you-will-be-surprised-to-know-this-supernatural-story-of-lord-vishnu | Argus News