Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବ୍ୟାଙ୍କରେ ବାହାରିଲା ନିଯୁକ୍ତି: ମାସକୁ ଦରମା ୧ ଲକ୍ଷରୁ ଅଧିକ...

Education & Employment

Bank Recruitment / ବ୍ୟାଙ୍କରେ ବାହାରିଲା ନିଯୁକ୍ତି: ମାସକୁ ଦରମା ୧ ଲକ୍ଷରୁ ଅଧିକ...

Banajyotshna Ray
Browse all articles by Banajyotshna Ray
·2 days ago·2 min read
ବ୍ୟାଙ୍କରେ ବାହାରିଲା ନିଯୁକ୍ତି: ମାସକୁ ଦରମା ୧ ଲକ୍ଷରୁ ଅଧିକ...
Bank Recruitment

Key Points

Indian ବ୍ୟାଙ୍କରେ ବାହାରିଲା ନିଯୁକ୍ତି
ମାସିକ ଦରମା ୧ ଲକ୍ଷ ଟଙ୍କାରୁ ଅଧିକ
Indian ବ୍ୟାଙ୍କ ଦେଲା ବମ୍ଫର ଅଫର। ମାସକୁ ଦରମା ପାଇବେ ୧ ଲକ୍ଷ। ଏବେ ହିଁ କରନ୍ତୁ ଆବେଦନ। ନହେଲେ ହୋଇପାରିବେ ଚାକିରିରୁ ବାହାର। ଇଣ୍ଡିଆନ୍ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୮ ଏପ୍ରିଲ, ୨୦୨୬ ଠାରୁ ଅନଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୮ ଏପ୍ରିଲ, ୨୦୨୬। ଆବେଦନ କେବଳ ଅନଲାଇନରେ ଗ୍ରହଣ କରାଯିବ। ଅଫଲାଇନ୍ ଫର୍ମ ଗ୍ରହଣ କରାଯିବ ନାହିଁ। ବିଭିନ୍ନ ପଦବୀ ପାଇଁ ବାହାରିଛି ଚାକିରି।

ସେହିଭଳି ଟେକ୍ନିକାଲ୍ ପଦବୀ ପାଇଁ କମ୍ପ୍ୟୁଟର ସାଇନ୍ସରେ ବିଇ/ବିଟେକ୍, ସୂଚନା ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ, ଏମସିଏ, ଏମ୍ଏସସି ଆଇଟି, କିମ୍ବା ଡାଟା ସାଇନ୍ସରେ ଏମଏସ ଭଳି ଯୋଗ୍ୟତା ଆବଶ୍ୟକ। ଦରମା ଦୃଷ୍ଟିରୁ, ସ୍କେଲ୍ I ରେ ମୂଳ ଦରମା ୪୮,୪୮୦, ସ୍କେଲ୍ II ରେ ୬୪,୮୨୦ ଏବଂ ସ୍କେଲ୍ III ରେ ୮୫,୯୨୦ । ଭତ୍ତା ମିଶାଇଲେ, ମାସିକ ଦରମା ୧ ଲକ୍ଷରୁ ଅଧିକ ହୋଇପାରେ।ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ସ୍ଥିର କରାଯାଇଛି। ମ୍ୟାନେଜରିୟଲ୍ ପଦବୀ ପାଇଁ ଗ୍ରାଜୁଏସନ୍, ସିଏ, ସିଏଫଏ, ଏମବିଏ (ଫାଇନାନ୍ସ), ପିଜିଡିବିଏ, ପିଜିଡିବିଏମ୍ ଏବଂ ଫାଇନାନ୍ସରେ ଏମଏମଏସ୍ ଭଳି ଡିଗ୍ରୀ ଆବଶ୍ୟକ।

.ଏହିପରି ଚୟନ କରାଯିବ:

ଆବେଦନପତ୍ରର ସଂକ୍ଷିପ୍ତ ତାଲିକା ଆଧାରରେ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ। ଏହା ପରେ ଏକ ସାକ୍ଷାତକାର କିମ୍ବା ଲିଖିତ/ଅନଲାଇନ୍ ପରୀକ୍ଷା ହୋଇପାରେ। ପ୍ରତ୍ୟେକ ପଦବୀ ପାଇଁ ଚୟନ ପ୍ରକ୍ରିୟା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ସରକାରୀ ବିଜ୍ଞପ୍ତିରେ ପ୍ରଦାନ କରାଯାଇଛି।

ଏଥିସହ ପଢ଼ନ୍ତୁ: ଖୁବଶୀଘ୍ର ପ୍ରକାଶ ପାଇବ ଦଶମ ଓ ଦ୍ବାଦଶ ରେଜଲ୍ଟ , ବଡ଼ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଇଣ୍ଡିଆନ୍ ବ୍ୟାଙ୍କ ନିଯୁକ୍ତି ୨୦୨୬: କିପରି ଆବେଦନ କରିବେ ?
ସର୍ବପ୍ରଥମେ ଇଣ୍ଡିଆନ୍ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ indianbank.in କୁ ଯାଆନ୍ତୁ।
ହୋମପେଜରେ ଥିବା ନିଯୁକ୍ତି ବିଭାଗରେ କ୍ଲିକ୍ କରନ୍ତୁ।
ଇଣ୍ଡିଆନ ବ୍ୟାଙ୍କ ଏସଓ ନିଯୁକ୍ତି ୨୦୨୬ଲିଙ୍କ୍ ଖୋଲନ୍ତୁ।
ନୂତନ ପଞ୍ଜୀକରଣ ଉପରେ କ୍ଲିକ୍ କରନ୍ତୁ ଏବଂ ଆବଶ୍ୟକୀୟ ସୂଚନା ପୂରଣ କରନ୍ତୁ।
ପଞ୍ଜୀକରଣ ପରେ, ଲଗଇନ୍ କରନ୍ତୁ ଏବଂ ଆବେଦନ ଫର୍ମକୁ ସମ୍ପୂର୍ଣ୍ଣ ପୂରଣ କରନ୍ତୁ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ, ଫଟୋ ଏବଂ ଦସ୍ତଖତ ଅପଲୋଡ କରନ୍ତୁ।
ସମସ୍ତ ସୂଚନା ଯାଞ୍ଚ କରିବା ପରେ, ଫର୍ମଟି ଦାଖଲ କରନ୍ତୁ।
ଶେଷରେ, ଆବେଦନ ଫର୍ମର ପ୍ରିଣ୍ଟଆଉଟ୍ ଆପଣଙ୍କ ପାଖରେ ସୁରକ୍ଷିତ ରଖନ୍ତୁ।

ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored