Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୧ କେନ୍ଦ୍ରରେ ଚାଲିବ ଖାତା ଦେଖା

Education & Employment

Matric Examination / ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୧ କେନ୍ଦ୍ରରେ ଚାଲିବ ଖାତା ଦେଖା

Banajyotshna Ray
Browse all articles by Banajyotshna Ray
·1 month ago·2 min read
ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୧ କେନ୍ଦ୍ରରେ ଚାଲିବ ଖାତା ଦେଖା
Matric Examination

Key Points

ଆଜିଠୁ ମାଟ୍ରିକ ଖାତା ଦେଖା
ରାଜ୍ୟର ୫୧ କେନ୍ଦ୍ରରେ ଚାଲିବ ଖାତା ଦେଖା
ଏପ୍ରିଲ ୨ରେ ସରିବ ଖାତା ଦେଖା ପ୍ରକ୍ରିୟା
ଆଜିଠୁ ମାଟ୍ରିକ ଖାତା ଦେଖା । ରାଜ୍ୟର ୫୧ କେନ୍ଦ୍ରରେ ଚାଲିବ ଖାତା ଦେଖା । ଏପ୍ରିଲ ୨ରେ ସରିବ ଖାତା ଦେଖା ପ୍ରକ୍ରିୟା । ମୂଲ୍ୟାଙ୍କନ ସମୟରେ ନିର୍ଦ୍ଦିଷ୍ଟ ନିୟମାବଳୀ ଅବଲମ୍ବନ କରିବାକୁ ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ । ମୂଲ୍ୟାଙ୍କନ କେନ୍ଦ୍ର ଗୁଡିକରେ ସିସିଟିଭି ସହ ରହିଛି ସମସ୍ତ ସିକ୍ୟୁରିଟି ବ୍ୟବସ୍ଥା । ମୂଲ୍ୟାୟନ ହେଉଥିବା ରୁମ୍ ଗୁଡ଼ିକରେ ଲାଇଟ୍, ଫ୍ୟାନ୍‌, ପିଇବା ପାଣି ବ୍ୟବସ୍ଥା କରାଯାଇଛି । ଷ୍ଟ୍ରଙ୍ଗ ରୁମ୍ ଗୁଡ଼ିକରେ ଅଗ୍ନି ନିର୍ବାପକ ଯନ୍ତ୍ର ନିୟୋଜିତ ହୋଇଛି । ମୂଲ୍ୟାଙ୍କନ ସମୟରେ କେହି ବି ମୋବାଇଲ ରଖିପାରିବେ ନାହିଁ । ମୋବାଇଲ ସାମ୍ନାକୁ ଆସିଲେ ଗ୍ରହଣ କରାଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ 15 ହଜାର ଶିକ୍ଷକ କରିବେ ମୂଲ୍ୟାଙ୍କନ ।

ଯେଉଁମାନେ ଚିଠି ପାଇ ଖାତା ଦେଖାରେ ଯୋଗ ଦେବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋର୍ଡ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ଏକ୍ସପର୍ଟ ଅନୁସାରେ ନିଜ ଅଞ୍ଚଳରେ ଖାତା ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ଖାତା ଦେଖାରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ସଠିକ ଭାବେ ଖାତା ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋର୍ଡ । ଆଜିଠାରୁ ରାଜ୍ୟର ୩୦ ଟି ଜିଲ୍ଲାର ୫୧ଟି କେନ୍ଦ୍ରରେ ମାଟ୍ରିକ୍ ଖାତାଦେଖା । ମାଟ୍ରିକ ଖାତା ଦେଖା ପାଇଁ ଏହି ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ଜିଲ୍ଲା ଶିକ୍ଷାଧିକାରୀ ମାନେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ।

ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା । ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ରାଜ୍ୟର ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ । ଖାତା ଦେଖା ପାଇଁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କିଛି ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ସେମାନେ ମେଡ଼ିକାଲ ସାର୍ଟିଫିକେଟ ସହିତ ବୋର୍ଡକୁ ଆବେଦନ କଲେ ଖାତା ଦେଖାରୁ ବିରତ ରହି ପାରିବେ ବୋଲି ବୋର୍ଡ ସୂଚନା ଦେଇଛି।

ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର: ରେଲୱେରେ ନିଯୁକ୍ତି ସୁଯୋଗ: ଖାଲି ପଡ଼ିଛି ୫ ହଜାର ପଦବୀ, ଏବେ ହିଁ କରନ୍ତୁ ଆପ୍ଲାଏ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Matric Examination | The evaluation of matric examination answer sheets has begun from today across the state | Argus News | Argus News