ବ୍ୟାଙ୍କ ଅଫ୍ ବରୋଦା SO Recruitment 2025: ପୂରଣ ହେବ ୧୦୨୭ ପୋଷ୍ଟ, ଶୀଘ୍ର କରନ୍ତୁ ଆବେଦନ

ସ୍ପେଶାଲିଷ୍ଟ ଅଫିସର (SO) ପଦବୀ ପୂରଣ ପାଇଁ ବ୍ୟାଙ୍କ ଅଫ୍ ବରୋଦା ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ବ୍ୟାଙ୍କ ଅଫ୍ ବରୋଦା- bankofbaroda.in ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ପ୍ରାର୍ଥୀମାନେ ବ୍ୟାଙ୍କ ଅଫ୍ ବରୋଦା SO ନିଯୁକ୍ତି 2025 ଜାନୁୟାରୀ 17 ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ 1267 ମ୍ୟାନେଜର୍ ଏବଂ ଅନ୍ୟାନ୍ୟ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛି। ବିଭିନ୍ନ ବିଭାଗରେ ଖାଲିଥିବା ପଦଗୁଡ଼ିକ ନିମ୍ନଲିଖିତ ଅଟେ।
ବ୍ୟାଙ୍କ ଅଫ୍ ବରୋଦା SO ନିଯୁକ୍ତି 2025: ପଦବୀ ବିବରଣୀ
ବିଭାଗ - ଗ୍ରାମୀଣ ଏବଂ ଏଗ୍ରି ବ୍ୟାଙ୍କିଂ: 200 ପୋଷ୍ଟ
ବିଭାଗ - ଖୁଚୁରା ଦାୟିତ୍ବ :: 450 ପୋଷ୍ଟ
ବିଭାଗ - MSME ବ୍ୟାଙ୍କିଂ: 341 ଟି ପୋଷ୍ଟ
ବିଭାଗ - ସୂଚନା ସୁରକ୍ଷା: 9 ଟି ପୋଷ୍ଟ
ବିଭାଗ - ସୁବିଧା ପରିଚାଳନା: 22 ଟି ପୋଷ୍ଟ
ବିଭାଗ - କର୍ପୋରେଟ୍ ଏବଂ ଅନୁଷ୍ଠାନିକ କ୍ରେଡିଟ୍: 30 ଟି ପୋଷ୍ଟ
ବିଭାଗ - ଫିନାନ୍ସ- 13 ଟି ପୋଷ୍ଟ
ବିଭାଗ - ସୂଚନା ପ୍ରଯୁକ୍ତିବିଦ୍ୟା: 177 ଟି ପୋଷ୍ଟ
ବିଭାଗ - ଏଣ୍ଟରପ୍ରାଇଜ୍ ଡାଟା ମ୍ୟାନେଜମେଣ୍ଟ ଅଫିସ୍: 25 ଟି ପୋଷ୍ଟ
📱 Get Argus News App
✨ବ୍ୟାଙ୍କ ଅଫ୍ ବରୋଦା SO ନିଯୁକ୍ତି 2025: ଯୋଗ୍ୟତା ସମସ୍ତ ପଦବୀ ପାଇଁ ଯୋଗ୍ୟତା ଯଥା ବୟସ ସୀମା, ଅତ୍ୟାବଶ୍ୟକ ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା ଇତ୍ୟାଦି ଭିନ୍ନ ଅଟେ। ପ୍ରାର୍ଥୀମାନେ ଏଠାରେ ଅଫିସିଆଲ୍ ବ୍ୟାଙ୍କ ଅଫ୍ ବରୋଦା SO ନିଯୁକ୍ତି 2025 ବିଜ୍ଞପ୍ତି ମାଧ୍ୟମରେ ପସନ୍ଦିତ ପଦବୀ ପାଇଁ ଯୋଗ୍ୟତା ତାଲିକା ଯାଞ୍ଚ କରିପାରିବେ।
ବ୍ୟାଙ୍କ ଅଫ୍ ବରୋଦା SO ନିଯୁକ୍ତି 2025: ଆବେଦନ ଶୁଳ୍କ ଜେନେରାଲ, ଇଡବ୍ଲ୍ୟୁଏସ୍ ଏବଂ ଓବିସି ବର୍ଗର ପ୍ରାର୍ଥୀଙ୍କୁ ୬୦୦ରୁ ଅଧିକ ଟଙ୍କା ଦେବାକୁ ପଡିବ। ଏସସି, ଏସଟି, ପିଡବ୍ଲ୍ୟୁଡି, ଏବଂ ମହିଳା ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ।
ଅନଲାଇନ୍ ପରୀକ୍ଷା ଆପଣ ଯଦି ଦେଇପାରି ନାହାନ୍ତି ତାହେଲେ ମଧ୍ୟ ଆବେଦନ ଶୁଳ୍କ ଫେରସ୍ତ ହୋଇନଥାଏ।
ବ୍ୟାଙ୍କ ଅଫ୍ ବରୋଦା SO ନିଯୁକ୍ତି 2025: BOB SO ପୋଷ୍ଟଗୁଡିକ ପାଇଁ କିପରି ଆବେଦନ କରିବେ?
ଷ୍ଟେପ ୧: ବ୍ୟାଙ୍କ ଅଫ ବରୋଦାର ଅଫିସିଆଲ ଓ୍ବେବସାଇଟ ଚେକ କରନ୍ତୁ
ଷ୍ଟେପ ୨: ହୋମପେଜକୁ ଯାଇ "କ୍ୟାରିଅର୍” ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ଏବଂ current opportunities ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
ଷ୍ଟେପ ୩: ବର୍ତ୍ତମାନ ଲିଙ୍କରେ କ୍ଲିକ୍ କରନ୍ତୁ ଯେଉଁଥିରେ “ବିଭିନ୍ନ ବିଭାଗରେ ନିୟମିତ ଭିତ୍ତିରେ ବୃତ୍ତିଗତ ନିଯୁକ୍ତି” ଲେଖା ଅଛି।
ଷ୍ଟେପ ୪: ଆପଣଙ୍କ ନାମ, ମୋବାଇଲ୍ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ବିବରଣୀ ପ୍ରବେଶ କରି ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।
ଷ୍ଟେପ ୫: ପଞ୍ଜୀକରଣ ପ୍ରକ୍ରିୟା ସରିବାପରେ ଆପଣଙ୍କ କମ୍ପ୍ୟୁଟରରେ ଏକ ରେଜିଷ୍ଟ୍ରେସନ ନମ୍ବର ଆସିବା ପରେ ଏକ ପାସଓ୍ବାର୍ଡ କ୍ରିଏଟ କରନ୍ତୁ
ଷ୍ଟେପ୍ ୬: ବର୍ତ୍ତମାନ ବ୍ୟାଙ୍କ ଅଫ୍ ବରୋଦା SO ନିଯୁକ୍ତି 2025 ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ
ଷ୍ଟେପ୍ ୭: ଆବେଦନ ଫର୍ମ ଦାଖଲ କରନ୍ତୁ ଏବଂ ଭବିଷ୍ୟତର ରେଫରେନ୍ସ ପାଇଁ ଏକ ପ୍ରିଣ୍ଟଆଉଟ୍ ନିଜ ପାଖେ ରଖନ୍ତୁ।