Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

Co location Of Anganwadi / କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍: ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ରର କୋ-ଲୋକେସନ୍

Sudeshna Mishra
Browse all articles by Sudeshna Mishra
·10 months ago·2 min read
କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍: ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ରର କୋ-ଲୋକେସନ୍

Key Points

ପିଲାମାନଙ୍କ ଶିକ୍ଷା, ପୋଷଣ ଓ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ନୂତନ ପଦକ୍ଷେପ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମହିଳା ଶିଶୁ ବିକାଶ ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀଙ୍କ ଉଦ୍ୟମରେ ଗାଇଡଲାଇନ୍ ଲୋକାର୍ପଣ

କୋ-ଲୋକେସନ୍ ଅର୍ଥାତ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍କୁଲ ଭବନ ସହିତ ଏକାସାଥିରେ ରଖାଯିବ

ଏହା ଦ୍ୱାରା ପିଲାମାନେ ଶିକ୍ଷା, ପୋଷଣ ଓ ସ୍ୱାସ୍ଥ୍ୟ ସେବା ସମାନ ଛାତ ତଳେ ପାଇପାରିବେ

୧୪ ଲକ୍ଷ ୨ ହଜାର ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୨ଲକ୍ଷ ୯୦ ହଜାର କେନ୍ଦ୍ରର କୋ-ଲୋକେସନ୍ ସଫଳ

ଆଜିର ପିଲାମାନେ ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ। ସେମାନଙ୍କର ଶିକ୍ଷା, ପୋଷଣ ଓ ସ୍ୱାସ୍ଥ୍ୟରେ ଦୃଢ଼ ଭିତି ସୃଷ୍ଟି କରିବା, ଦେଶର ଶକ୍ତିଶାଳୀ ଭବିଷ୍ୟତ ପାଇଁ ସର୍ବୋତ୍ତମ ପଦକ୍ଷେପ। ଏହି ପରିପ୍ରେକ୍ଷିରେ, ଅଙ୍ଗନବାଡ଼ି କେନ୍ଦ୍ର ଆଜି ଭାରତର ପ୍ରାଥମିକ ଶିକ୍ଷାର ଭିତିକୁ ସୁଦୃଢ଼ କରୁଛି।

ଏହି ଦିଗରେ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି। ବିଦ୍ୟାଳୟ ସହିତ କୋ ଲୋକେସନ ଅଫ ଅଙ୍ଗନବାଡି ସେଣ୍ଟର ନେଇ ଗାଇଡ଼ଲାଇନର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷା ମନ୍ତ୍ରାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ମିଲତ ଉଦ୍ୟମରେ ଏହି ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ଏହି ଗାଇଡଲାଇନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଏକାସାଥିରେ କାମ କରିବାକୁ ସହାୟତା ଦେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।


ଅଙ୍ଗନବାଡ଼ି କେନ୍ଦ୍ରର କୋ-ଲୋକେସନ୍ ନେଇ ସରକାରଙ୍କ ଏହି ଉଦ୍ୟମ ପ୍ରଶଂସନୀୟ ଯାହା ଅଙ୍ଗନବାଡ଼ି କେନ୍ଦ୍ରକୁ ସିଧାସଳଖ ବିଦ୍ୟାଳୟ ପ୍ରାଙ୍ଗଣରେ କିମ୍ବା ସ୍କୁଲ ଭବନ ସହିତ ଏକାସାଥି ରେ ରଖିବ । ଆଉ ଯାହାର ଲାଭ ହେଉଛି, ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନବାଡ଼ି ଦୁଇଟି ସେବା (ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟ) ଗୋଟିଏ ସ୍ଥାନରେ, ସମାନ ଛାତ ତଳେ ସୁବିଧାରେ ମିଳିପାରିବ।


ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣକୁ ଆଖି ଆଗରେ ରଖି ମିଳିତ ଭାବେ ଏହି ଗାଇଡ଼ଲାଇନ କାର୍ଯ୍ୟ କରିବ। ଏବଂ ନୂଆ-ନୂଆ ଟେକ୍ନୋଲଜି ସହିତ ପିଲାମାନେ ଓ ଶିକ୍ଷକଙ୍କୁ ଯୋଡ଼ିବାରେ ରାଜ୍ୟମାନଙ୍କୁ ବଡ଼ ଦାୟିତ୍ୱ ଦେବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଙ୍ଗନବାଡ଼ି କେନ୍ଦ୍ରର କୋ-ଲୋକେସନ୍ ଅର୍ଥାତ, ଅଙ୍ଗନବାଡ଼ି କେନ୍ଦ୍ରକୁ ସିଧାସଳଖ ବିଦ୍ୟାଳୟ ପ୍ରାଙ୍ଗଣରେ କିମ୍ବା ସ୍କୁଲ ଭବନ ସହିତ ଏକାସାଥି ରେ ରଖାଯିବା ନେଇ ସରକାର ଚେଷ୍ଟିତ। ଯାହାର ଲାଭ ହେଲା, ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନବାଡ଼ି ଦୁଇଟି ସେବା (ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟ) ଗୋଟିଏ ସ୍ଥାନରେ, ସମାନ ଛାତ ତଳେ ସୁବିଧାରେ ମିଳିପାରିବ।


14 ଲକ୍ଷ 2 ହଜାର ଅଙ୍ଗନବାଡିରୁ 2 ଲକ୍ଷ 90 ହଜାର ଅଙ୍ଗନବାଡିଙ୍କର କୋ ଲୋକେସନ ହୋଇ ସାରିଛି। ଏହା ପିଲାଙ୍କ ପାଇଁ ବଡ଼ ଉପଲବ୍ଧି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି.


ଏହି ପଦକ୍ଷେପ ପିଲାଙ୍କ ପାଇଁ ଅନେକ ଲାଭବାନ ହେବ. ଅଙ୍ଗନବାଡି ଆଙ୍ଗନ, ବିଦ୍ୟାଳୟ ପ୍ରାଙ୍ଗନ ପିଲାଙ୍କ ପାଇଁ ଜରୁରୀ ବୋଲି କହିଛନ୍ତି ମହିଳା ଶିଶୁ ବିକାଶ ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବି। “ଗୋଟିଏ ପରିସର ମଧ୍ୟରେ ସ୍କୁଲ ଓ ଅଙ୍ଗନବାଡ଼ି ରହିଲେ, ପିଲାଙ୍କୁ ସ୍କୁଲ ଯିବା ପାଇଁ କୌଣସି ଅସୁବିଧା ହେବ ନାହିଁ।” ଏହି ପ୍ରୟାସ ଶିକ୍ଷାର ମୂଳଦୁଆକୁ ଆହୁରି ଶକ୍ତିଶାଳୀ କରିବ। ଭାରତର ଭବିଷ୍ୟତ ଏହି ପିଲାମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।


Related Topics

Explore more stories

Sponsored
Co location Of Anganwadi | Ministry of Women and Child Development and Ministry of Education release Guidelines for Co-location of Anganwadi Centres with School | Argus News