Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

Eight Pay Commission / ସରକାରଙ୍କ ବଡ଼ ଘୋଷଣା: ଏହି ଦିନ ଆସିବ ଅଷ୍ଟମ ବେତନ ଟଙ୍କା ?

Banajyotshna Ray
Browse all articles by Banajyotshna Ray
·5 months ago·2 min read
ସରକାରଙ୍କ ବଡ଼ ଘୋଷଣା: ଏହି ଦିନ ଆସିବ ଅଷ୍ଟମ ବେତନ ଟଙ୍କା ?
8th Pay Commission

Key Points

କେଉଁଠି ପହଞ୍ଚିଲା ଅଷ୍ଟମ ବେତନ କାମ
କେବେ ଆସିବ ବଢ଼ା ଦରମା
ସରକାରଙ୍କ ବଡ଼ ଘୋଷଣା। କେଉଁଦିନ ମିଳିବ ଅଷ୍ଟମ ବେତନ ତାକୁ ନେଇ ପ୍ରକାଶ କଲେ ସୂଚନା। ଅନେକ ଦିନ ଧରି ଯେଉଁ ପ୍ରଶ୍ନ ଥିଲା ତାହା ଆଜି ସତ ହୋଇଛି।କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗ (8th Pay Commission) ସମ୍ପର୍କିତ ଆଲୋଚନା ଏବେ ଶେଷ ହେବାକୁ ଯାଉଛି ।ଆୟୋଗ ଗଠନର ତୃତୀୟ ମାସରେ ହିଁ ସରକାର ତା’ର ପ୍ରସ୍ତୁତିକୁ ବଢ଼ାଇଛନ୍ତି ଏବଂ ଆୟୋଗର କାର୍ଯ୍ୟ ଆଧିକାରିକ ଭାବେ ଆରମ୍ଭ ହୋଇଯାଇଛି।ଏବେ ପ୍ରଶ୍ନ କେବେଠୁ ମିଳିବ ଅଷ୍ଟମ ବେତନ ଟଙ୍କା ଜାଣି ରଖନ୍ତୁ।

୨୫ ଫେବୃଆରୀ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ JCM (Staff Side) National Council ର ଏକ ମୁଖ୍ୟ ବୈଠକ ହେବ। ଏହି ବୈଠକରେ ୮ମ ବେତନ ଆୟୋଗକୁ ଦିଆଯିବା ମେମୋରାଣ୍ଡମ୍ (Demand Charter) ଉପରେ ଆଲୋଚନା କରାଯିବ। ଏହି ଦସ୍ତାବିଜରେ ବେତନ ବୃଦ୍ଧି, ଭତ୍ତାରେ ପରିବର୍ତ୍ତନ, ପୁରୁଣା ପେନ୍‌ସନ୍ ଯୋଜନା ଭଳି ଦାବିଗୁଡ଼ିକୁ ସାମିଲ କରାଯିବ। କର୍ମଚାରୀ ସଂଗଠନମାନଙ୍କ ପାଇଁ ଏହା ତାଙ୍କର ଦାବି ମଜବୁତ ଭାବେ ରଖିବାର ପ୍ରଥମ ବଡ଼ ସୁଯୋଗ ହେବ।

ତାଜା ଅପଡେଟ୍ ଅନୁସାରେ, ନୂଆ ଦିଲ୍ଲୀର ଜନପଥ ସ୍ଥିତ ‘ଚନ୍ଦ୍ରଲୋକ ବିଲ୍ଡିଂ’ରେ ୮ମ ବେତନ ଆୟୋଗ ପାଇଁ ଅଫିସ୍ ଆଲଟ୍ କରାଯାଇଛି। ଏହାସହିତ ଆୟୋଗର କାମ ପାଇଁ ଡିପୁଟେସନ୍ ମାଧ୍ୟମରେ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସମ୍ବନ୍ଧିତ ନୋଟିଫିକେସନ୍ ମଧ୍ୟ ଜାରି କରାଯାଇଛି। ସରକାରୀ ସୂଚନା ଅନୁଯାୟୀ, ନିୟମ ଅନୁସାରେ, ଆୟୋଗକୁ ତା’ର ସୁପାରିଶ ଦେବା ପାଇଁ ୧୮ ମାସ ସମୟ ମିଳିଛି। ଏହାର ଅର୍ଥ, ଆୟୋଗ ୨୦୨୭ର ମଧ୍ୟଭାଗ ସୁଦ୍ଧା ସରକାରଙ୍କୁ ତା’ର ରିପୋର୍ଟ ଦେଇପାରିବ। ବର୍ତ୍ତମାନ ଆୟୋଗ ଗଠନକୁ ପ୍ରାୟ ୩ ମାସ ହୋଇସାରିଥିବାବେଳେ ଆଉ ୧୫ ମାସ ସମୟ ବାକି ରହିଛି।

ଏହି ପରିସ୍ଥିତିରେ Confederation of Central Government Employees & Workers (CCGEW) ଦ୍ୱାରା ୧୨ ଫେବୃଆରୀ ୨୦୨୬ରେ ଏକ ଦିନିଆ ଦେଶବ୍ୟାପୀ ହରତାଳ ଘୋଷଣା କରାଯାଇଛି। ସଂଗଠନର ପ୍ରମୁଖ ଦାବି ମଧ୍ୟରେ ଅନ୍ତର୍ବର୍ତ୍ତୀ ରିହାତି ୦ ଘୋଷଣା, ମହଙ୍ଗାଭତ୍ତା (DA) କୁ ମୂଳ ବେତନରେ ମର୍ଜ, Terms of Reference (ToR) ରେ ସଂଶୋଧନ ଇତ୍ୟାଦି ରହିଛି । ଯଦିଓ ଆୟୋଗ ଗଠିତ ହୋଇଛି, କେନ୍ଦ୍ରୀୟ କର୍ମଚାରୀଙ୍କୁ ଏଯାବତ୍ କୌଣସି ଆଶ୍ଵସ୍ତି ମିଳିନାହିଁ। ୟୁନିୟନ୍ ବଜେଟ୍ ୨୦୨୬ ରେ ୮ମ ବେତନ ଆୟୋଗକୁ ନେଇ କିଛି ଅନ୍ତର୍ବର୍ତ୍ତୀ ଘୋଷଣା ହେବ ବୋଲି କର୍ମଚାରୀ ସଂଗଠନମାନେ ଆଶା କରୁଥିଲେ। କିନ୍ତୁ ବଜେଟ୍‌ରେ ଏହି ବିଷୟରେ ପୂର୍ଣ୍ଣ ନିରବତା ଥିବାରୁ ସଂଗଠନଗୁଡ଼ିକ ଅସନ୍ତୁଷ୍ଟ ହୋଇଛନ୍ତି।

ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Eight Pay Commission | 8th Pay Commission Update 2026: Office Allotted in Delhi | Argus News | Argus News