Videos
|
Education-employment

Jobs: ଅଗ୍ନିଶମରେ ଚାକିରି ପାଇବାକୁ ହେଲେ ଆପଣଙ୍କୁ ଦୈବୀ ଶକ୍ତି ଅର୍ଜନ କରିବାକୁ ପଡ଼ିବ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Jobs: ଅଗ୍ନିଶମରେ ଚାକିରି ପାଇବାକୁ ହେଲେ ଆପଣଙ୍କୁ ଦୈବୀ ଶକ୍ତି ଅର୍ଜନ କରିବାକୁ ପଡ଼ିବ !

Key Points

ୟୁଜର୍ସ ବ୍ୟଙ୍ଗାତ୍ମକ ଭାବ ବିଭାଗକୁ ଟ୍ରୋଲ କରିବା ସହ ଲେଖିଲେ.. ଏହି ଚାକିରି ପାଇଁ କେବଳ 'ମାର୍ଭେଲ୍ ସୁପରହିରୋ' ହିଁ ଯୋଗ୍ୟ ହୋଇପାରିବେ ।

ଚାକିରି ପାଇଁ ଆପଣଙ୍କୁ ସୁପରମ୍ୟାନ ହେବାକୁ ପଡ଼ିବ । ଆଜ୍ଞା ହଁ.. ଏମିତି କିଛି ଚର୍ଚ୍ଚା ଏବେ ଉତ୍ତରାଖଣ୍ଡରେ ଜୋରସୋରରେ ଚାଲିଛି । କାରଣ ଉତ୍ତରାଖଣ୍ଡ ଅଗ୍ନିଶମ ବିଭାଗରେ ଚାକିରି ପାଇଁ ଯେଉଁ ବିଜ୍ଞପ୍ତି ବାହାରିଛି, ତାକୁ ଦେଖିଲେ ଠିକ୍‌ ଏୟା ହିଁ ଅନୁଭବ ହେଉଛି । ଏହି କ୍ଲାସ-୨ ଚାକିରି ପାଇଁ ପ୍ରାର୍ଥୀଙ୍କୁ ଜଣେ ଅଲିମ୍ପିକ୍ ସ୍ପ୍ରିଣ୍ଟରଙ୍କଠାରୁ ମଧ୍ୟ ଅଧିକ ଦ୍ରୁତ ଗତିରେ ଦୌଡ଼ିବାକୁ ପଡ଼ିବ ଏବଂ ତାଙ୍କଠାରୁ ଅଧିକ ଶକ୍ତିଶାଳୀ ହେବାକୁ ମଧ୍ୟ ପଡିବ। ତେବେ ଏହି ବିଜ୍ଞପ୍ତିକୁ ପରେ ପରିବର୍ତ୍ତନ କରାଯାଇଛି ଏବଂ କୁହାଯାଇଛି ତାହା ଟାଇପିଂ ତ୍ରୁଟି କାରଣରୁ ହୋଇଥିଲା ।


ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ବିଜ୍ଞପ୍ତିରେ ଲେଖାଯାଇଥିଲା ପ୍ରାର୍ଥୀଙ୍କୁ 65 କିଲୋଗ୍ରାମ ଓଜନ ଉଠାଇ ମାତ୍ର ୬୦ ସେକେଣ୍ଡରେ ୯୦୦ ମିଟର ଦୌଡ଼ ସମାପ୍ତ କରିବାକୁ ପଡ଼ିବ। ତେବେ ଯାଇ ସେମାନେ ଏହି ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେ । ଯାହାକୁ ନେଇ ଅଗ୍ନିଶମ ବିଭାଗକୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଶେଷଜ୍ଞମାନେ କହିଛନ୍ତି ଯେ କୌଣସି ଓଜନ ନଉଠାଇ ୧.୪୧ ମିନିଟରେ ଜଣେ ପୁରୁଷ ଖେଳାଳି ୮୦୦ ମିଟର ଦୌଡ଼ ସମାପ୍ତ କରିଥିବାର ବିଶ୍ୱ ରେକର୍ଡ ରହିଛି । ଏହି ରେକର୍ଡ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ କେନିଆର ଡେଭିଡ୍ ରୁଡିଶା ଅର୍ଜନ କରିଛନ୍ତି । ଏହାପରେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଖିବାକୁ ମିଳିଥିଲା ଗଦା ଗଦା ମିମ୍ସ । ୟୁଜର୍ସ ବ୍ୟଙ୍ଗାତ୍ମକ ଭାବ ବିଭାଗକୁ ଟ୍ରୋଲ କରିବା ସହ ଲେଖିଲେ.. ଏହି ଚାକିରି ପାଇଁ କେବଳ 'ମାର୍ଭେଲ୍ ସୁପରହିରୋ' ହିଁ ଯୋଗ୍ୟ ହୋଇପାରିବେ ।


ଏହା ପରେ, ଭୁଲ ବୁଝିପାରି ରାଜ୍ୟ ସରକାର ଘଟଣାକୁ ଚାପିବାକୁ ଚେଷ୍ଟା କଲେ । ଗୃହ ବିଭାଗ ସଚିବ ଶୈଳେଶ ବଗୌଲି କହିଲେ ଯେ ଏଭଳି ଭୁଲ 'ଟାଇପିଂ ତ୍ରୁଟି' ପାଇଁ ଘଟିଛି । ଏହାକୁ ଖୁବ୍‌ଶୀଘ୍ର ସଂଶୋଧନ କରାଯିବ।


ସେ ଆହୁରି କହିଛନ୍ତି, 'ମାପଦଣ୍ଡଗୁଡ଼ିକ ବୈଷୟିକ ସ୍ତରରେ ପ୍ରସ୍ତୁତ କରାଯାଇଥିଲା। ଏହି ବିଷୟ ଆମ ନଜରକୁ ଆସିବା ମାତ୍ରେ, ଆମେ ଏହାର ସମୀକ୍ଷା ଆରମ୍ଭ କରିଥିଲୁ। ଆମର ଲକ୍ଷ୍ୟ ଯୁବକମାନଙ୍କୁ ନିରୁତ୍ସାହିତ କରିବା ନୁହେଁ, ବରଂ ଫିଟନେସର ସଠିକ୍ ମୂଲ୍ୟାଙ୍କନ କରିବା ଥିଲା। ଖୁବ୍‌ଶୀଘ୍ର ଏକ ସଂଶୋଧିତ ନିର୍ଦ୍ଦେଶ ଜାରି କରାଯିବ।'