OTET / ପ୍ରଶ୍ନପତ୍ରକୁ ଅଧିକ ସୁରକ୍ଷିତ ରଖିବାକୁ ମାନୁଆଲ ତାଲା ସହ ଡିଜି ଲକର ବ୍ୟବସ୍ଥା

Key Points
କଡ଼ା ସୁରକ୍ଷାରେ ପରୀକ୍ଷା କେନ୍ଦ୍ରକୁ ଗଲା ସ୍ପେଶାଲ OTET ପ୍ରଶ୍ନପତ୍ର
ଆସନ୍ତା ୨୭ ରେ ଅନୁଷ୍ଠିତ ହେବ ସ୍ପେଶାଲ OTET ପରୀକ୍ଷା
ପ୍ରଶ୍ନପତ୍ରକୁ ଅଧିକ ସୁରକ୍ଷିତ ରଖିବା ପାଇଁ ମାନୁଆଲ ତାଲା ସହ ଡିଜି ଲକର ବ୍ୟବସ୍ଥା
କଡ଼ା ସୁରକ୍ଷାରେ ପରୀକ୍ଷା କେନ୍ଦ୍ରକୁ ଗଲା ସ୍ପେଶାଲ OTET ପ୍ରଶ୍ନପତ୍ର । ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ସ୍ପେଶାଲ OTET ପରୀକ୍ଷା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି ସ୍ପେଶାଲ OTET ପରୀକ୍ଷା ପାଇଁ ପ୍ରଶ୍ନପତ୍ର । ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଇଛି ପ୍ରଶ୍ନପତ୍ର ।
ପ୍ରଶ୍ନପତ୍ରକୁ ଅଧିକ ସୁରକ୍ଷିତ ରଖିବା ପାଇଁ ଡ଼ିଜି ଲକର ବା ଡିଜିଟାଲ ଲକରର ବ୍ୟବସ୍ଥା କରାଯାଇଛି । ଯେଉଁ ବାକ୍ସରେ ପ୍ରଶ୍ନପତ୍ର ଯାଇଛି ସେହି ବାକ୍ସରେ ମାନୁଆଲ ତାଲା ସହିତ ଡିଜିଟାଲ ଲକର ମଧ୍ୟ ଲଗାଯାଇଛି । ପ୍ରଶ୍ନପତ୍ର ଥିବା ଷ୍ଟ୍ରଙ୍ଗ ରୁମକୁ ସିସିଟିଭି କ୍ୟାମେରା ନଜରରେ ରଖାଯାଇଛି । ପ୍ରଶ୍ନପତ୍ର ଯାଉଥିବା ଗାଡ଼ିରେ ଜିପିଏସର ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୭ ତାରିଖରେ ୧୯୩ ଟି ପରୀକ୍ଷା କେନ୍ଦ୍ରରେ ପାଖାପାଖି ୭୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
ଆହୁରି ପଢନ୍ତୁ OTET ପ୍ରଶ୍ନପତ୍ର କେଳେଙ୍କାରୀର ବଡ଼ ଗୁମର ଖୋଲିଲା ଅଭିଯୁକ୍ତ ଜିତନ ମହାରଣା
ଦୁଇଟି ସିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ସିଟିଂ ଦିନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଚାଲିବ । ସ୍ପେଶାଲ ଓଟିଇଟି ପାଇଁ ଆସନ୍ତା ୧୭ ତାରିଖରୁ ଓ୍ବେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ତେବେ ପରୀକ୍ଷା କେନ୍ଦ୍ର ବଦଳି ନଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
📱 Get Argus News App
✨ସୂଚନା ଅନୁସାରେ, ଜୁଲାଇ ୨୦ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ କାରଣରୁ ବାତିଲ ହୋଇଥିଲା । ଆଉ ଏହାର ତଦନ୍ତ କ୍ରମେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏହାସହ ଅଗଷ୍ଟ ୩୧ରେ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ପୁଣି ଏହାକୁ ବାତିଲ କରାଯାଇଥିଲା । ଆଉ ଏବେ ସେପ୍ଟେମ୍ବର ୨୭ ତାରିଖରେ ପରୀକ୍ଷା କରାଯିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆହୁରି ପଢନ୍ତୁ OTET ପ୍ରଶ୍ନପତ୍ର ଲିକ ନେଇ କ୍ରାଇମବ୍ରାଞ୍ଚକୁ ମିଳୁଛି ନୂଆ ଲିଙ୍କ୍
OTET ପ୍ରଶ୍ନପତ୍ର କେଳେଙ୍କାରୀର ବଡ଼ ଗୁମର ଖୋଲିଥିଲା ଅଭିଯୁକ୍ତ ଜିତନ ମହାରଣା । କଟକରୁ ପ୍ରଶ୍ନପତ୍ର ଚୋରି ହେବା ପରେ ଜଣେ ଡ୍ରାଇଭରଙ୍କ ଜରିଆରେ ନୟାଗଡ଼ ପଠା ଯାଇଥିଲା । ପେନ୍ ଡ୍ରାଇଭ୍ ଓ ହାର୍ଡକପି ନୟାଗଡ ପଠେଇଥିଲା ଅଭିଯୁକ୍ତ ଜିତନ । ଏଥିପାଇଁ ସେ ୧୫୦୦ ଟଙ୍କାରେ ଡ଼୍ରାଇଭରକୁ ନିୟୋଜିତ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ବିଜୟ ମିଶ୍ରଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ପ୍ରଶ୍ନପତ୍ରକୁ ନୟାଗଡ ପଠେଇଥିଲା । ଆଉ ସେଠାରୁ ଅଭିଯୁକ୍ତ ଶିକ୍ଷକ ନେତା ବିଜୟ ମିଶ୍ର OTET ପ୍ରଶ୍ନପତ୍ର ପେନଡ୍ରାଇଭ୍ ଓ ହାର୍ଡକପି ସଂଗ୍ରହ କରିଥିଲା । ଏ ବାବଦରେ ସେ ଜିତନକୁ ପଇସା ପୈଠ କରିଥିଲା । ଏହି ମାମଲାରେ ଡ଼୍ରାଇଭରକୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ୍ । ଏହା ସହିତ ଅଭିଯୁକ୍ତ ବିଜୟଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଜେରା କରିଥିଲା କ୍ରାଇମବ୍ରାଞ୍ଚ୍ ।
Related Topics
Explore more stories