Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

Higher Education / ତଡା ଖାଇବେ ଅଧ୍ୟାପକ

Bikash Mohanty
Browse all articles by Bikash Mohanty
·5 months ago·2 min read
ତଡା ଖାଇବେ  ଅଧ୍ୟାପକ
Non Preforming Lecturer

Key Points

ତଡା ଖାଇବେ ନନ୍ ପରଫର୍ମିଂ କଲେଜ ଅଧ୍ୟାପକ
ବାଧ୍ୟତାମୂଳକ ଅବସର ପାଇଁ ଅଧ୍ୟାପକଙ୍କ ତାଲିକା ମାଗିଲା ଉଚ୍ଚ ଶିକ୍ଷା ବିଭାଗ
୩୧ ତାରିଖ ସୁଦ୍ଧା ବିଭାଗକୁ ଅବଗତ କରାଇବେ କଲେଜ କର୍ତ୍ତୃପକ୍ଷ
ତଡା ଖାଇବେ ନନ୍ ପରଫର୍ମିଂ କଲେଜ ଅଧ୍ୟାପକ । ବାଧ୍ୟତାମୂଳକ ଅବସର ପାଇଁ ଅଧ୍ୟାପକ ମାନଙ୍କ ତାଲିକା ମାଗିଲା ଉଚ୍ଚ ଶିକ୍ଷା ବିଭାଗ । ଆସନ୍ତା ୩୧ ତାରିଖ ସୁଦ୍ଧା ବିଭାଗକୁ ଅବଗତ କରାଇବେ କଲେଜ କର୍ତ୍ତୃପକ୍ଷ। ଏଭଳି ନିଷ୍ପତ୍ତି କୁ ଶିକ୍ଷାବିତ କଲେ ସ୍ୱାଗତ। ସେପଟେ ମନ୍ତ୍ରୀ କହିଲେ ଶିକ୍ଷା ବିଭାଗର ସ୍ଵଛତା ରଖିବା ପାଇଁ ସରକାର ପ୍ରତିବଦ୍ଧ।

ଉଚ୍ଚ ଶିକ୍ଷା ବିଭାଗର ଛାଟ। ଏଣିକି ଧରା ପଡିବେ ଠକ ଅଧ୍ୟାପକ। କଲେଜ ଗୁଡିକରେ ଶିକ୍ଷା ଦାନ ନ କରି ଠକୁଥିବା ଅଧ୍ୟାପକଙ୍କ ଲିଷ୍ଟ ତିଆରି କରିବ ବିଭାଗ। ଚାକିରୀ କାଳ ଥିଲେ ବି ମିଳିବ ବାଧ୍ୟତାମୂଳକ ଅବସର। ରାଜ୍ୟର ସବୁ ବିଶ୍ୱ ବିଦ୍ୟାଳୟ, ସରକାରୀ ଡିଗ୍ରୀ କଲେଜ, ସରକାରୀ ଶିକ୍ଷଣ ତାଲିମ ଶିକ୍ଷାନୁଷ୍ଠାନ ଏବଂ ଏହା ସହ ସମସ୍ତ ହାଇୟର ସେକେଣ୍ଡାରୀ ସ୍କୁଲକୁ ଏଭଳି ଏକ ଚିଠି ଲେଖିଛି ବିଭାଗ। ଏହି ସମସ୍ତ ଶିକ୍ଷାନୁଷ୍ଠାନରୁ ଏଣିକି ବଛା ବଛା ନନ ପର୍ଫ୍ରମିଙ୍ଗ ଅଧ୍ୟାପକ ଲିଷ୍ଟ ତିଆରି କରିବ ବିଭାଗ। ପାଠ ପଢ଼ାରେ ଅବହେଳା କରୁଥିବା କିମ୍ବା ଅନ୍ୟ କୌଣସି ଅନିୟମିତତା ରେ ଲିପ୍ତ ଥିବା ଶିକ୍ଷକଙ୍କୁ ବିଭାଗର କଡା ଚେତାବନୀ। ଆସନ୍ତା ୩୧ ତାରିଖ ସୁଦ୍ଧା କଲେଜ ଓ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ କରିବେ ରିପୋର୍ଟ ଦାଖଲ। ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ଏଭଳି କିଛି ପଦକ୍ଷେପ ନେଇଛି। ଅନେକ ସମୟରେ କଲେଜ ଅଧ୍ୟାପକ ମାନଙ୍କ ନାଁ ରେ ଦୁର୍ନୀତି ଅଭିଯୋଗ, ଅନିୟମିତତା, ଜାଲି ସାର୍ଟିଫିକେଟ ହେର ଫେର ପ୍ରସଙ୍ଗରେ ତଥା ନକଲି ଅଧ୍ୟାପକ ମଧ୍ୟ ଧାରା ପଡି ଥିବାର ନଜିର ରହିଛି। ଉଚ୍ଚ ଶିକ୍ଷା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏବେ ଜୋରଦାର ଉଦ୍ୟମ କରୁଛି ବିଭାଗ। ବିଭାଗୀୟ ମନ୍ତ୍ରୀ କହିଛନ୍ତି "କଲେଜରେ ଯେ କେହି ବି ଅଧ୍ୟାପକ ଏଭଳି ଲିଷ୍ଟ ରେ ସାମିଲ ଥିବେ ସେମାନଙ୍କ ଉପରେ ଆକ୍ସନ ହେବ" ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

ଉଚ୍ଚ ଶିକ୍ଷା ବିଭାଗର ପ୍ରତି ଅଧ୍ୟାପକ ବର୍ଷକୁ ଥରେ ନିଜର PAR ( perfomace appraisal report ) ଭରି ଥାଆନ୍ତି। ଯାହାକୁ ତଦାରଖ କରନ୍ତି ବିଭାଗୀୟ ମୁଖ୍ୟ। ତାକୁ ସ୍ୱୀକୃତି ଦେବା ଦାୟିତ୍ୱ ରହିଥାଏ କୁଳପତି କିମ୍ବା କଲେଜ ଅଧକ୍ଷ ମାନଙ୍କର। ଯେଉଁ PAR ରିପୋର୍ଟ ପ୍ରତି ଅଧ୍ୟାପକ ମାନଙ୍କୁ higher performance ପାଇଁ ଚେଷ୍ଟା କରାଇବାକୁ କରାଯାଇଥାଏ। ପିଲାଙ୍କୁ ପାଠ ପଢା ସହ, ସମାୟାନୁବର୍ତିତା, ନୂଆ କ୍ରିଏଟିଭିଟି ପ୍ରୋଜେକ୍ଟ, ବିଭିନ୍ନ କଲେଜ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ସହଭାଗିତାରେ ଏ ସବୁକୁ ମାରକିଙ୍ଗ କରାଯାଇଥାଏ। ଏବେ ଏ ସବୁକୁ ତନ ତନ କରି ଯାଞ୍ଚ କରିବ ବିଭାଗ। ଏହି ଚିଠି ପରେ ବିଭିନ୍ନ କଲେଜ ଅଧକ୍ଷ ମାନଙ୍କ ମତ ଯେ ବିଭଗକୁ ଅନୁଭବ ହୋଇଛି ବୋଧେ ଅଧ୍ୟାପକ ମାନେ କାମ କରୁ ନାହାନ୍ତି ତେଣୁ ରିପୋର୍ଟ ମାଗିଛନ୍ତି। ଯିଏ ପାଠ ପଢ଼ାରେ ଖିଲାଫ କରିଥିବେ ସେମାନେ ହଇରାଣ ହେବେ। ଏଭଳି ତଦାରଖ କରାଯିବା ଉଚିତ। ସେପଟେ ଶିକ୍ଷାବିତ ମାନଙ୍କ ମତ ଯେ ସରକାର ଏ ଦିଗରେ ଧ୍ୟାନ ଦେବା ସହ ଆହୁରି କଲେଜ ଗୁଡିକରେ ସ୍ଥାୟୀ ଅଧକ୍ଷ ନିୟୋଜିତ କରନ୍ତୁ।

ତେବେ ନୂଆ ସରକାର ଆସିବା ପରେ ଏବେ ପର୍ଯ୍ୟନ୍ତ ଦେଢ଼ ହଜାର ଷ୍ଟାଫ୍ଟ ଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଅଧକ୍ଷ ଭାବେ ନିଯୁକ୍ତି ମିଳିଛି। ଯାହା ଆଗାମୀ ଦିନରେ ଆହୁରି ବଢିବ। ତେବେ କାମ ଠକ ଅଧ୍ୟାପକ ମାନଙ୍କ ଉପରେ କଣ ଆକ୍ସନ ନେଉଛି ବିଭାଗ ତାହା ଉପରେ ନଜର।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Higher Education | Odisha Govt Seeks List of Non-Performing College Lecturers for Compulsory Retirement | Argus News