Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

OPSC Result / ପ୍ରିୟାଂଶୁ ପାଲ୍‌ ଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Smruti Parija
Browse all articles by Smruti Parija
·9 months ago·2 min read
ପ୍ରିୟାଂଶୁ ପାଲ୍‌ ଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points

ପ୍ରିୟାଂଶୁ ପାଲ୍‌ ଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମସ୍ତ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

'ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୁରୂପେ ନିର୍ବାହ କରିବେ ବୋଲି ଆଶା'

OPSC ରେ ଟପ୍ପର ହୋଇଥିବା ପ୍ରିୟାଂଶୁ ପାଲ୍‌ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ କେନ୍ଦ୍ରମନ୍ତ୍ରୀ x ରେ ପୋଷ୍ଟ କରି ଲେଖିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ‘ଓଡ଼ିଶା ପ୍ରଶାସନିକ ସେବା – ୨୦୨୩’ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରିୟାଂଶୁ ପାଲଙ୍କ ସମେତ ସମସ୍ତ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆପଣମାନେ ଜନସେବାରେ ନିଜକୁ ସାମିଲ କରିବା ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୁରୂପେ ନିର୍ବାହ କରିବେ ବୋଲି ଆଶା ।



ପ୍ରକାଶ ପାଇଲା OPSC ରେଜଲ୍ଟ । ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରିୟାଂଶୁ ପାଲ୍‌ ହେଲେ OAS ଟପ୍ପର । ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର । ଶୋଭନ ପଟ୍ଟନାୟକଙ୍କୁ ତୃତୀୟ ସ୍ଥାନ । ଶୀର୍ଷ 10 ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ୩୯୮ ଜଣ ପରୀକ୍ଷାର୍ଥୀଙ୍କୁ ମଧ୍ୟରୁ 144 ଜଣ ମହିଳା ଅଛନ୍ତି । କଟକସ୍ଥିତ OPSC କାର୍ଯ୍ୟାଳୟ ପକ୍ଷରୁ ଏହା ପ୍ରକାଶ କରାଯାଇଛି । ୱେବସାଇଟରେ ଏହାର ପଳାଫଳ ଉପଲବ୍ଧ ଅଛି ।



ଚତୁର୍ଥ ସ୍ଥାନରେ ମିର୍ଜା ଫୈଜ ଅହମ୍ମଦ କ୍ୱାଦ୍ରି, ପଞ୍ଚମ ସ୍ଥାନରେ ଚିନ୍ମୟ ସାହୁ, ଷଷ୍ଠ ସ୍ଥାନରେ ଅନ୍ତିମ ସ୍ୱାଇଁ, ସପ୍ତମ ସ୍ଥାନରେ ଶୈଳେଶ କୁମାର ଭୋଇ, ଅଷ୍ଟମ ସ୍ଥାନରେ ମହମ୍ମଦ ନାଜିଫ୍ ହାତିଫ୍ , ନବମ ସ୍ଥାନରେ ଚିନ୍ମୟ କୁମାର ପାଢୀ, ଦଶମ ସ୍ଥାନରେ ଅଛନ୍ତି ମିଲନ ମହାପାତ୍ର । ଶୀର୍ଷ 10 ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:




ଦିନକୁ 12 ଘଣ୍ଟା ପରିଶ୍ରମ କରୁଥିଲି । ଦ୍ୱାଦଶରେ ଅଲ୍ ଇଣ୍ଡିଆ ଟପ୍ପର୍ ହୋଇଥିଲି । ପରିଶ୍ରମ ଓ ଭାଗ୍ୟ ସାଥ୍ ଦେଲା । ଟପ୍ପର ଖବର ଶୁଣି ମୁଁ ବିଶ୍ୱାସ କରିପାରିଲିନି ବୋଲି ପ୍ରତିକ୍ରିୟାରେ କହିଛନ୍ତି opsc ଟପ୍ପର୍ ପ୍ରିୟାଂଶୁ ପାଲ୍‌ ।


ବର୍ଷ 2023-24 ଫଳ ପ୍ରକାଶ ପାଇଛି । OPSC ମେନ୍ ପରୀକ୍ଷା 19.4.2025,20.04.2025,22.04.2025,24.04.2025,27.04.2025 ଏବଂ 15.05.2025 ରେ ଅନୁଷ୍ଠିତ ହୋଇଥିଲା । ସେହିପରି ସେପ୍ଟେମ୍ବର 6 ଓ 18 ତାରିଖରେ PI(personal interview) ଅନୁଷ୍ଠିତ ହୋଇଥିଲା ।


ଆହୁରି ପଢନ୍ତୁ ପ୍ରିୟାଂଶୁ ପାଲ୍‌ ହେଲେ OAS ଟପ୍ପର


Related Topics

Explore more stories

Sponsored
OPSC Result | UPSC-RESULT-OUT-union-education-minister-dharmendra-pradhan-congratulates-priyanshu-pal | Argus News