Plus Two Exam / ପ୍ରଥମ ଥର ପାଇଁ ୨୧୧ଟି ପ୍ରଶ୍ନପତ୍ର ହବରେ ଲାଗିବ AI କ୍ୟାମେରା
·6 months ago·2 min read

Key Points
ଯୁକ୍ତ ୨ ପ୍ରଶ୍ନପତ୍ର ଜଗିବ AI କ୍ୟାମେରା
ପ୍ରଥମ ଥର ପାଇଁ ୨୧୧ଟି ପ୍ରଶ୍ନପତ୍ର ହବରେ ଲାଗିବ AI କ୍ୟାମେରା
ପ୍ରଥମ ଥର ପାଇଁ କାଉନ୍ସିଲ ଅଫିସରେ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ମଧ୍ୟ ଖୋଲିଛି କଣ୍ଟ୍ରୋଲ ରୁମ୍

ଚଳିତ ଥର ଯୁକ୍ତ ୨ ପ୍ରଶ୍ନପତ୍ର ଜଗିବ AI କ୍ୟାମେରା। ପ୍ରଶ୍ନ ପତ୍ର ଉପରେ ତୀକ୍ଷ୍ଣ ନଜରରେ ରଖିବ AI କ୍ୟାମେରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ୨୧୧ଟି ପ୍ରଶ୍ନପତ୍ର ହବରେ ଲାଗିବ AI କ୍ୟାମେରା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଆସନ୍ତା ଫେବୃଆରୀ ୯ ତାରିଖ ସୁଦ୍ଧା ସବୁ ହବ ରେ ହେବ ଲାଗିବ AI କ୍ଯାମେରା । ଯଦି ହବରେ କୌଣସି ତ୍ରୁଟି ହୁଏ ତେବେ କଣ୍ଟ୍ରୋଲ ରୁମ୍ ରେ ବାଜିବ ଆଲର୍ଟ। ସେହିପରି କଲେଜ ଗୁଡିକର ଇଣ୍ଟରନେଟ ପାଇଁ ନିର୍ଭର କରିବାକୁ ପଡ଼ିବ ନାହିଁ। ବରଂ ୧୨୮ GB ସିମ କାର୍ଡ ଏଥିପାଇଁ ବ୍ୟବହୃତ କରାଯିବ। ଚଳିତ ବର୍ଷ ମୋଟ ୪ ଲକ୍ଷ ୧୬ ହଜାର ୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିୟନ୍ତ୍ରକ ଡଃ ପ୍ରଶାନ୍ତ ପରିଡା ସୁଚନା ଦେଇଛନ୍ତି।
କେବଳ ସେତିକି ନୂହେଁ ବରଂ ପ୍ରଥମ ଥର ପାଇଁ କାଉନ୍ସିଲ ଅଫିସରେ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ମଧ୍ୟ ଖୋଲିଛି କଣ୍ଟ୍ରୋଲ ରୁମ୍। ଯାହାଦ୍ୱାରା ପ୍ରତି କଲେଜରେ ହେଉଥିବା ପ୍ରାକ୍ଟିକାଲ ପରୀକ୍ଷା ଗତିବିଧି ଉପରେ କାଉନ୍ସିଲ ନଜର ରଖିପାରିବ। ପୂର୍ବରୁ External ମାନଙ୍କ ଉପରେ ଅନିୟମିତତା ଅଭିଯୋଗ ଆସୁଥିବାରୁ ଏଭଲି ପଦକ୍ଷେପମାନ ନିଆଯାଇଛି. ଚଳିତ ଥର ଜାନୁୟାରୀ ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରାକ୍ଟିକାଲ Paper । ଫେବୃଆରୀ ୧୮ ରୁ ୨୫ ମାର୍ଚ୍ଚ ଯାଏ ଚାଲିବ ଥିଓରୀ ପେପର. ପିଲାଙ୍କ ପରୀକ୍ଷା ସ୍ଵଚ୍ଛତା ସର୍ବାଗ୍ରେ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧକ୍ଷ ମୃଣାଳକାନ୍ତି ଦାସ।
ଚଳିତ ବର୍ଷ କଳାରେ ୨ ଲକ୍ଷ ୫୬ ହଜାର୭୦୭, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୩୬୩, ବାଣିଜ୍ୟରେ ୨୪ ହଜାର ୬୨୧, ଧନ୍ଦାମୂଳକ ରେ ୫୯୩୨ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ତେବେ AI କ୍ୟାମେରା ପିଲାଙ୍କ ପ୍ରଶ୍ନପତ୍ର ଲିକ୍ ରୋକିବାରେ ସଫଳ ହେବ ବୋଲି ଆଶା କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories