Matric Exam / ମାର୍ଚ୍ଚ ୧୯ରୁ ହେବ ଖାତା ଦେଖା, ଜଣାପଡ଼ିବ କିଏ ରଖିଛି କେତେ ମାର୍କ ?
·6 months ago·2 min read

Key Points
ମାର୍ଚ୍ଚ ୧୯ ରୁ ମାଟ୍ରିକ୍ ଖାତା ଦେଖା
ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ
ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ
ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତ । ଚଳିତ ବର୍ଷ ପାଞ୍ଚ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ହଜାର ୮୨ଟି ପରୀକ୍ଷା ସେଣ୍ଟର କରାଯାଇଛି । ୩୨୨ଟି ନୋଡାଲ ସେଣ୍ଟର ହୋଇଛି । ନୋଡାଲ ସେଣ୍ଟର ଗୁଡିକ ସିସିଟିଭି ନଜରରେ ରହିବ । ପରୀକ୍ଷା କେନ୍ଦ୍ରଗୁଡିକ ମଧ୍ୟ ସିସିଟିଭି ନଜରରେ ରଖାଯିବ । ଅନ୍ୟପକ୍ଷରେ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି।
ଏଥିରେ କେହି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ, ସଂସ୍କୃତ ବିଷୟ ପରୀକ୍ଷା ଶେଷ ହେବା ପରେ ଏହି ତିନୋଟି ବିଷୟର ଉତ୍ତର ଖାତା ମଙ୍ଗଳବାରଠୁ ରାଜ୍ୟର ୩୨୨ଟି ଯାକ ନୋଡାଲ୍ ସେଣ୍ଟର୍ରୁ ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ତିନୋଟି ବିଷୟର ଉତ୍ତର ଖାତା ଏବଂ ଓଏମ୍ଆର୍ସିଟ୍ ଗୁଡ଼ିକ ପୁଲିସ ସହାୟତାରେ କଡ଼ା ସୁରକ୍ଷା ବଳୟରେ ମୂଲ୍ୟାୟନ କେନ୍ଦ୍ର (ଭାଲ୍ୟୁଏସନ ସେଣ୍ଟର)କୁ ଦିନେ ଦୁଇଦିନ ମଧ୍ୟରେ ପହଞ୍ଚାଇବା ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି ।
ମାର୍ଚ୍ଚ ୧୮ ତାରିଖରୁ ପରୀକ୍ଷକ ତଥା ମୂଲ୍ୟାୟନରେ ନିୟୋଜିତ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ ହେବେ। ଜଣେ ଶିକ୍ଷକ ଦିନକୁ ୨୫ ରୁ ୩୦ଟି ଖାତା ଦେଖିବେ। ଏହି ମୂଲ୍ୟାୟନ ବ୍ୟବସ୍ଥାରେ ୧୨ ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ହୋଇଛନ୍ତି । ସେହିପରି ଜିଲ୍ଲା ସ୍ତରରେ ଶିକ୍ଷାଧିକାରୀମାନେ ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୪ ଜଣ ଲେଖାଏଁ ଡାଟା ଏଣ୍ଟ୍ରି ଅପରେଟର ନିୟୋଜିତ କରାଇବା ପାଇଁ ବ୍ୟବସ୍ଥା ରହିଛି । ସେହିପରି ମୁଖ୍ୟ ପରୀକ୍ଷକ, ଦୁଇ ଡେପୁଟି ଚିଫ୍ ଏକଜାମିନର ଓ ୨ ଜଣ ସ୍କୃଟିନାଇଜରଙ୍କୁ ନିୟୋଜିତ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଆଜିଠୁ ସିବିଏସ୍ଇ ପରୀକ୍ଷା,ଦେଶ ଓ ଦେଶ ବାହାରେ ୪୫ ଲକ୍ଷରୁ ଅଧିକ ପିଲା ଦେବେ ପରୀକ୍ଷା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି)ଓ ସଂସ୍କୃତ ମଧ୍ୟମା ଖାତା ଦେଖା ପାଇଁ ୩୦ ଟି ଜିଲ୍ଲାରେ ସମୁଦାୟ ୫୦ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ଏଥିରୁ ୪୭ଟି ହାଇସ୍କୁଲ୍ରେ ମାଟ୍ରିକ୍ ଖାତା ଦେଖିବା ଲାଗି ବ୍ୟବସ୍ଥା ରହିଥିବା ବେଳେ ଦୁଇଟି କେନ୍ଦ୍ରରେ ଏସ୍ଓଏସସି ଓ ଗୋଟେ କେନ୍ଦ୍ରରେ ମଧ୍ୟମା ଖାତା ଦେଖା ହେବ । ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା କେଉଁ ନୋଡାଲ୍ ସେଣ୍ଟର୍ରୁ ଉତ୍ତର ଖାତାଗୁଡ଼ିକ କେଉଁ ମୂଲ୍ୟାୟନ କେନ୍ଦ୍ରକୁ ଯିବ ସେ ବାବଦରେ ବୋର୍ଡ ପକ୍ଷରୁ ଗୋପନୀୟ ଭାବେ ଟିମଗୁଡ଼ିକୁ ନିୟୋଜିତ କରାଯାଇଛି।
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:
Related Topics
Explore more stories