Videos
|
Education-employment

୪୦ ବର୍ଷରେ କ୍ୟାରିଅରକୁ ନେଇ କମୁଛି ଇଚ୍ଛାଶକ୍ତି, ଜାଣନ୍ତୁ କେମିତି ଗଢିବେ ନିଜ କ୍ୟାରିୟର...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
୪୦ ବର୍ଷରେ କ୍ୟାରିଅରକୁ ନେଇ କମୁଛି ଇଚ୍ଛାଶକ୍ତି, ଜାଣନ୍ତୁ କେମିତି ଗଢିବେ ନିଜ କ୍ୟାରିୟର...

ଅର୍ଗସ ବ୍ୟୁରୋ : ବୟସ ୪୦ ଟପିଲାଣି । ଜୀବନର ଯୌବନ ଅବସ୍ଥା ଅତିକ୍ରମ କରିଲାଣି । ବର୍ତ୍ତମାନ ଏମିତି ସ୍ଥାନରେ ଅଛ ଯେଉଁଠି ନିଜ ଉପରେ ଅଛି ଅନେକ କିଛି ଦାୟିତ୍ବ ଏବଂ କର୍ତ୍ତବ୍ୟ । କିନ୍ତୁ ମନରେ ପ୍ରଶ୍ନ ଆସୁଛି, ନିଜେ ବାଛିଥିବା କ୍ୟାରିଅର ଠିକ ଅଛି ତ ? ଯଦି ଅଛି ତେବେ ମନରେ ଇଚ୍ଛାଶକ୍ତି କାହିଁକି କମି ଯାଉଛି ? ଯଦି କମିଯାଉଛି, ତେବେ ନିଶ୍ଚିତ ଭାବରେ ଅନ୍ୟ ଏକ କ୍ୟାରିଅର ବାଛିବାର ଆବଶ୍ୟକତା ରହିଛି । କାରଣ ସମୟ ହାତରୁ ଚାଲି ଯାଇନି । ଜୀବନରେ ଯଦି ସବୁକିଛି ଠିକ ହୋଇଥାନ୍ତା , ତେବେ ତ ଜୀବନର ରାସ୍ତା ଏକ ସରଳରେଖା ପରି ସିଧା ହୋଇଥାନ୍ତା, କିନ୍ତୁ ସେମିତି ତ ନୁହେଁ । ଜୀବନରେ କିଛି ନେଇଥିବା ନିଷ୍ପତ୍ତି ଯଦି ଠିକ ହୋଇପାରିଲାନି, ତାକୁ ନେଇକି ଅନୁତାପ କରିବାଟା ଠିକ, କିନ୍ତୁ ହାରିଯିବାଟା ଭୁଲ । ସେଥିପାଇଁ ଅନ୍ୟ ଏକ ବିକଳ୍ପ ଖୋଜନ୍ତୁ ।

ଯେତେବେଳେ ଆମେ ମାତ୍ର ୧୮ ବର୍ଷ ବୟସର ହୋଇଥାନ୍ତି , ସେତେବେଳେ ମନରେ ଅନେକ ଆଶା, ଅନେକ ଭରଷା , ଅନେକ ସ୍ବପ୍ନ । ଏମିତି ଲାଗୁଥାଏ, ଯେମିତି ପୃଥିବୀଟା ଆମ ପାଦତଳେ ଅଛି । ନିଜକୁ ଗୋଟେ ଉଚ୍ଚପଦବୀ ଯେମିତିକି ଡାକ୍ତର, ଇଞ୍ଜିନିୟର, ଲୟର ଆଦି ହେବାର ସ୍ବପ୍ନ ଦେଖୁଥାଉ । କେବଳ ସମାଜରେ ସମ୍ମାନ ଏବଂ ଉଚ୍ଚପଦବୀ ପାଇବା ଆଶାରେ । କିନ୍ତୁ ନିଜର ଇଚ୍ଛାଥିବା କାମକୁ କରିବାକୁ ଭୁଲିଯାଉ । କିନ୍ତୁ ୨୦ ବର୍ଷ ପରେ ନିଜକୁ ଯେତେବେଳେ ସେହି ସ୍ଥାନରେ ଦେଖୁ ସେତେବେଳେ ମନରେ ପ୍ରଶ୍ନ ଆସେ , କୁଆଡେ ଗଲା ସେହି ୨୦ ବର୍ଷ ତଳେ ମନରେ ଥିବା ଉତ୍ସାହ । ଅନେକ କିଛି କରିଥିବାର ସ୍ବପ୍ନ । କିନ୍ତୁ ବର୍ତ୍ତମାନ ମନରେ ଏତେ ଥକ୍କାପଣ କାହିଁକି ?

କାରଣ ନିଜର ଇଚ୍ଛାଥିବା ବୃତ୍ତିକୁ କରିବାକୁ ଆମେ ସେତିକି ପ୍ରୟାସ କରିନଥାଉ । କେବଳ ସମାଜର କିଛି ଶ୍ରେଷ୍ଠ ପଦବୀ ପାଇବା ଆଶାରେ ଲକ୍ଷଲକ୍ଷ ଲୋକଙ୍କ ଭିତରେ ଆମେ ବି ଦୌଡିବାକୁ ଇଚ୍ଛା କରୁ । କିନ୍ତୁ ବୟସ ବିତିବା ସହ ସେ ଜିନିଷ ପ୍ରତି ଆଦର କମିଯାଏ, ଆଉ ମନରେ ପ୍ରଶ୍ନ ଆସେ, କୁଆଡେ ଗଲା ମୋର ସ୍ବପ୍ନ ? ପ୍ରକୃତରେ ଜୀବନରେ ମୁଁ କଣ ଏଇୟା ହେବାକୁ ଚାହୁଁଥିଲି ।
ଜୀବନରେ କେବଳ ସମ୍ମାନ ଆଉ ଉଚ୍ଚପଦବୀ ଏକ ବିଳାସପୂର୍ଣ୍ଣ ଜୀବନ ପାଇବା ଆଶାରେ ଆମେ ନିଜର ପ୍ୟାଶନକୁ ଭୁଲି ଯାଇଛନ୍ତି । ଯେଉଁଥି ପାଇଁ ଅନେକ ଜଣ ବୟସ ବଢିବା ସହ ନିଜ ଚାକିରି ଜୀବନରୁ ଥକି ଯାଆନ୍ତି ।

ସେଥିପାଇଁ ନିଜର ଜୀବନରେ ନିଷ୍ପତ୍ତି ସବୁବେଳେ ନିଜର ମନ ଅନୁସାରେ ନିଅନ୍ତୁ । ଶେଷରେ ନିଜର ଇଚ୍ଛା ହିଁ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଯଦି ନିଜର ଇଚ୍ଛା ଥିବା କ୍ୟାରିଅର ବାଛୁଛନ୍ତି, ତେବେ ଏଥିରେ ମଧ୍ୟ ସଫଳତା ପାଇବାକୁ ନିଜର ଅଦମ୍ୟ ଚେଷ୍ଟା କରନ୍ତୁ । ଦେଖନ୍ତୁ, ନିଜର ଜୀବନ କେତେ ସହଜ ଲାଗିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: