ପରମାଣୁ ବୋମା ତିଆରି କରୁଥିବା ବୈଜ୍ଞାନିକଙ୍କ ଦରମା କେତେ ?

Key Points
ଦୁନିଆର ୯ ଦେଶ ପାଖରେ ପରମାଣୁ ବୋମା
ଯୁଦ୍ଧରେ ପ୍ରୟୋଗ କରିଛି ଆମେରିକା
ଅର୍ଗସ ବ୍ୟୁରୋ: ପରମାଣୁ ବୋମା ଏମିତି ଏକ ଅସ୍ତ୍ର ଯାହା ସାମୁହିକ ବିନାଶ ଲାଗି ଉଦ୍ଦିଷ୍ଟ । ଏହି ପ୍ରଳୟଙ୍କରୀ ଅସ୍ତ୍ର ଏବେ ଦୁନିଆର ପ୍ରାୟ ୯ଟି ଦେଶ ପାଖରେ ରହିଛି । ଆମେରିକା, ଋଷ, ବ୍ରିଟେନ୍, ଭାରତ, ଚୀନ, ପାକିସ୍ତାନ, ଫ୍ରାନ୍ସ, ଉତ୍ତରକୋରିଆ ଓ ଇସ୍ରାଏଲ୍ ପାଖରେ ରହିଛି ପରମାଣୁ ବୋମା ।
ତେବେ ଆମେରିକାକୁ ବାଦ୍ ଦେଲେ ଅନ୍ୟ କୌଣସି ଦେଶ ଯୁଦ୍ଧରେ ଏହି ବିନାଶକାରୀ ଅସ୍ତ୍ରର ପ୍ରୟୋଗ କରି ନାହାନ୍ତି । ମ୍ୟାନହଟ୍ଟନ ପ୍ରୋଜେକ୍ଟ ଜରିଆରେ ପରମାଣୁ ବୋମାର ଆବିଷ୍କାର କରିଥିଲେ ଜୁଲିୟସ ରବର୍ଟ ଓପନହାଇମର । ଆମେରିକା ଏହି ବୋମାର ବ୍ୟବହାର ଜାପାନ ବିପକ୍ଷରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳେ କରିଥିଲା ।
ପରମାଣୁ ବୋମା ତିଆରି କରିବା ବେଶ କଠିନ କାମ ଏବଂ ଏହି ପ୍ରୋଜେକ୍ଟ ବେଶ୍ ଗୁପ୍ତ ହୋଇଥାଏ । ଏହାକୁ ତିଆରି କରୁଥିବା ବୈଜ୍ଞାନିକଙ୍କୁ ମୋଟା ଅଙ୍କର ଦରମା ସହ ମିଳିଥାଏ ଅନେକ ପ୍ରକାରର ସୁବିଧା ।
📱 Get Argus News App
✨ଏକ ରିପୋର୍ଟ ଅନୁସାରେ, ଜଣେ ପରମାଣୁ ବୈଜ୍ଞାନିକ ପ୍ରାରମ୍ଭିକ ଦରମା ବାର୍ଷିକ ୨୦ ଲକ୍ଷ ଟଙ୍କା ହୋଇଥାଏ । ଅଭିଜ୍ଞତା ବଢ଼ିବା ସହ ବଢ଼ିଥାଏ ଦରମା । ଜଣେ ଅନୁଭବୀ ପରମାଣୁ ବୈଜ୍ଞାନିକ ବାର୍ଷିକ ୨୪ ଲକ୍ଷରୁ ୪୦ ଲକ୍ଷ ଟଙ୍କା ରୋଜଗାର କରିଥାଆନ୍ତି ।
ପରମାଣୁ ବୈଜ୍ଞାନିକଙ୍କୁ ସୁରକ୍ଷା ଓ ଅନ୍ୟ ସୁବିଧା ଯୋଗାଇ ଦେଇଥାନ୍ତି ସରକାର । ଏହି ବୈଜ୍ଞାନିକଙ୍କୁ ଅନେକ ପ୍ରକାର ଭତ୍ତା ମଧ୍ୟ ମିଳିଥାଏ । ଏହା ଏକ ସିକ୍ରେଟ୍ ମିଶନ ହୋଇଥିବା ବେଳେ ଏଥିରେ ସାମାନ୍ୟ ତ୍ରୁଟି ଦେଶକୁ ବଡ଼ କ୍ଷତି ପହଞ୍ଚାଇପାରେ ।