ବିମାନବନ୍ଦରରେ ବୋର୍ ହେବାରୁ ମିଳିବ ମୁକ୍ତି, ମାଗଣାରେ ପଢ଼ନ୍ତୁ ମନ ପସନ୍ଦର ବହି

Key Points
ପୁସ୍ତକ ପଢୁଥିବା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର
ଭୁବନେଶ୍ୱର ବିମାନ ବନ୍ଦରରେ ଖୋଲିଲା ଏକ ' ଫ୍ଲାଇବେରି '
ପୁସ୍ତକପ୍ରେମୀଙ୍କ ପାଇଁ ବିଶେଷ ପ୍ରୟାସ ‘ଫ୍ଲାଇବେରି’
ଏଥିରେ ସମସ୍ତ ପ୍ରକାରର ପୁସ୍ତକ ଉପଲବ୍ଧ ଥାଏ ଯାହାକୁ ବିମାନ ଯାତ୍ରୀମାନେ ପଢ଼ନ୍ତି
କେହି କେହି ପୁସ୍ତକ ମଧ୍ୟ ଦାନ କରିଥାନ୍ତି
ପୁସ୍ତକ ପଢୁଥିବା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଆପଣମାନେ ଜାଣିଛନ୍ତି କି ଭୁବନେଶ୍ୱର ବିମାନ ବନ୍ଦରରେ ଖୋଲିଛି ଏକ ' ଫ୍ଲାଇବେରି ' । ଏଥିରେ ସମସ୍ତ ପ୍ରକାରର ପୁସ୍ତକ ଉପଲବ୍ଧ ଥାଏ ଯାହାକୁ ବିମାନ ଯାତ୍ରୀମାନେ ପଢ଼ନ୍ତି ଓ ପଢ଼ିଲା ପରେ ଫେରାଇ ଥାନ୍ତି ।କେହି କେହି ପୁସ୍ତକ ମଧ୍ୟ ଦାନ କରିଥାନ୍ତି ।
ଓଡ଼ିଶା ଗସ୍ତରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ.ନାଇଡୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ଥାପିତ ଏହି ଫ୍ଲାଇବେରି ପରିଦର୍ଶନ କରିଛନ୍ତି । ଓ ବକୁଳ ଫାଉଣ୍ଡେସନ ପକ୍ଷରୁ ସ୍ଥାପିତ ଏହି ଫ୍ଲାଇବେରି ପ୍ରତି ଅଭିଭୂତ ହୋଇ, ଭୂୟସୀ ପ୍ରଶଂସା ମଧ୍ୟ କରିଛନ୍ତି । ଏହାକୁ ଦେଶର ସମସ୍ତ ବିମାନ ବନ୍ଦରରେ ରୂପାୟିତ କରିବାକୁ କେନ୍ଦ୍ରମନ୍ତ୍ରୀ କେ.ରାମମୋହନ.ନାଇଡୁ ନିଜ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଭୁବନେଶ୍ୱର ବିମାନବନ୍ଦର ଦେଶର ଏକମାତ୍ର ବିମାନବନ୍ଦର ଯେଉଁଠି ପୁସ୍ତକପ୍ରେମୀଙ୍କ ପାଇଁ ଫ୍ଲାଇବେରି ପରି ଏକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି ।
📱 Get Argus News App
✨ଏହା ଏକ ଫ୍ଲାଇଙ୍ଗ ଲାଇବ୍ରେରୀ । ଯେଉଁଠି ପ୍ରବାସୀମାନେ ପୁସ୍ତକ ନେଇ ପଢିପାରିବେ କିମ୍ବା ଦାନ କରିପାରିବେ । ଏହି ସୁନ୍ଦର୍ ପ୍ରୟାସ ଦେଶର ଅନ୍ୟ ବିମାନ ବନ୍ଦରରେ ମଧ୍ୟ ବିସ୍ତାର ପ୍ରକ୍ରିୟାରେ ଅଛି ବୋଲି କହିଛନ୍ତି କିଞ୍ଜରାପୁ.ରାମମୋହନ.ନାଇଡୁ ।ସେଠାରେ ଉପସ୍ଥିତ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ୍ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ । ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ବକୁଳର ଶ୍ରୀ ମହାପାତ୍ରଙ୍କ ଏହି ପ୍ରୟାସ କୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ ।