Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

ନିଯୁକ୍ତିକୁ ନେଇ ବଡ଼ ଖବର: OISFରେ ବିଭିନ୍ନ ପଦରେ ସୃଷ୍ଟି ହେବ ୧୯୪୪ଟି ପଦବୀ

Rashmita Mishra
Browse all articles by Rashmita Mishra
·11 months ago·1 min read
ନିଯୁକ୍ତିକୁ ନେଇ ବଡ଼ ଖବର: OISFରେ ବିଭିନ୍ନ ପଦରେ ସୃଷ୍ଟି ହେବ ୧୯୪୪ଟି ପଦବୀ

Key Points

୨ଟି ନୂଆ OISF ବାଟାଲିୟନ ସୃଷ୍ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

୨ଟି ନୂଆ ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ ବାଟାଲିୟନ ପାଇଁ ହୋଇଥିଲା ଘୋଷଣା

ସମ୍ପ୍ରସାରଣ ଦ୍ୱାରା OISFରେ ବିଭିନ୍ନ ପଦରେ ସୃଷ୍ଟି ହେବ ୧୯୪୪ଟି ପଦବୀ

୮ ମାସରେ ରାଜ୍ୟ ପୋଲିସରେ ସୃଷ୍ଟି ହୋଇଛି ପ୍ରାୟ ୨୧ ହଜାର ପଦବୀ 

ନିଯୁକ୍ତି ନେଇ ବଡ଼ ଖବର । ରାଜ୍ୟ ସରକାର ଦୁଇଟି ନୂତନ ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ OISF ବାଟାଲିୟନ ପ୍ରତିଷ୍ଠା ଘୋଷଣା କରିଛନ୍ତି। ଏଗୁଡ଼ିକୁ ତୃତୀୟ ଏବଂ ଚତୁର୍ଥ OISF ବାଟାଲିୟନ ଭାବରେ ନାମିତ କରାଯାଇଛି । ଏହି ସମ୍ପ୍ରସାରଣ ଦ୍ୱାରା OISF ମଧ୍ୟରେ ବିଭିନ୍ନ ପଦରେ ୧ ହଜାର ୯୪୪ଟି ନୂତନ ପଦବୀ ସୃଷ୍ଟି ହେବ ।

ଓଡ଼ିଶା ସରକାର ଗତ ୮ ମାସ ମଧ୍ୟରେ ରାଜ୍ୟ ପୋଲିସ କ୍ଷେତ୍ରରେ ପ୍ରାୟ ୨୧ହଜାର ପଦବୀ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ପର୍କରେ ଗୃହ ବିଭାଗର ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ତୃତୀୟ ଏବଂ ଚତୁର୍ଥ ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ OISF ବାଟାଲିୟନ ସୃଷ୍ଟି ପାଇଁ ମୋଟ ୧୯୪୪ଟି ନୂତନ ପଦବୀ ମଞ୍ଜୁର କରିଛନ୍ତି ।

ଏହି ପଦବୀଗୁଡ଼ିକ ମଧ୍ୟରେ ୨ ଜଣ କମାଣ୍ଡାଣ୍ଟ, ୬ ଜଣ ଡେପୁଟି କମାଣ୍ଡାଣ୍ଟ, ୧୬ ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୨୪ ଜଣ ଇନ୍ସପେକ୍ଟର, ୫୪ ଜଣ ସବଇନ୍ସପେକ୍ଟର, ୧୨୬ ଜଣ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର, ୨୫୬ ଜଣ ହାବିଲଦାର, ଏବଂ ୧୩୫୦ ଜଣ କନଷ୍ଟେବଳ ରହିଛନ୍ତି । ଏହା ସହିତ ୧୪ଟି ମନ୍ତ୍ରୀସ୍ତରୀୟ କର୍ମଚାରୀ ପଦବୀ ଓ ୩୦ଟି ଆର୍ମର ଷ୍ଟାଫ୍ ପଦବୀ ସୃଷ୍ଟି କରାଯାଇଛି। ଏହି ପଦବୀଗୁଡ଼ିକ ଏକ ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
big-news-regarding-recruitment-1944-posts-to-be-created-in-various-positions-in-oisf | Argus News