Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିଠୁ ଆରମ୍ଭ CHSE ଯୁକ୍ତ ୨ ପରୀକ୍ଷା , କପି ରୋକିବାକୁ ପାଞ୍ଚ ଥାକିଆ ସ୍କ୍ବାର୍ଡ

Education & Employment

ଆଜିଠୁ ଆରମ୍ଭ CHSE ଯୁକ୍ତ ୨ ପରୀକ୍ଷା , କପି ରୋକିବାକୁ ପାଞ୍ଚ ଥାକିଆ ସ୍କ୍ବାର୍ଡ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆଜିଠୁ ଆରମ୍ଭ CHSE ଯୁକ୍ତ ୨ ପରୀକ୍ଷା , କପି ରୋକିବାକୁ ପାଞ୍ଚ ଥାକିଆ ସ୍କ୍ବାର୍ଡ

ଆଜିଠୁ ଆରମ୍ଭ ଯୁକ୍ତ ୨ ପରୀକ୍ଷା। ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ସେଣ୍ଟରକୁ ବୈଦ୍ୟୁତିକ ଉପକରଣ ସମ୍ପୁର୍ଣ୍ଣ ନିଷେଧ । କପି ରୋକିବାକୁ ପାଞ୍ଚ ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୫ ପରୀକ୍ଷା ପରିଚାଳନା ହବ ଏବଂ ୧୨ ଶହ ୭୬ଟି ପରୀକ୍ଷା କେନ୍ଦ୍ର ରହିଛି। କଳାରେ ୨ ଲକ୍ଷ ୪୭ ହଜାର ୩୯୧, ବାଣିଜ୍ୟରେ ୨୫ ହଜାର ୫୨୬, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦ ଏବଂ ଧନ୍ଦାମୂଳକରେ ୫ ହଜାର ୭୨୧ ପରୀକ୍ଷାର୍ଥୀ ରହିଛନ୍ତି ।


ପ୍ରଥମ ଦିନରେ ସାହିତ୍ୟ ପରୀକ୍ଷା ଦେବେ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ। ୧୯ ତାରିଖରେ ଉଭୟ କଳା ଓ ବାଣିଜ୍ୟ ଏବଂ ୨୦ ତାରିଖରେ ପରୀକ୍ଷା ଦେବେ ଧନ୍ଦାମୂଳକ ପରୀକ୍ଷାର୍ଥୀ। ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସକାଳ ସାଢେ ୮ଟାରେ ସୁଦ୍ଧା ପରୀକ୍ଷା ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ରରେ ପହଁଞ୍ଚିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CHSE plus 2 exam starting from today | Argus News