Videos
|
Education-employment

ଖୁସବୁଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଖୁସବୁଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

ଡାକ୍ତର ହେବାର ସ୍ୱପ୍ନ ପୂରଣ ହେବ ବିହାରର ଦାନାପୁରର ଝିଅ ଖୁସବୁଙ୍କର। ବିଜ୍ଞାନରେ ଖୁସବୁଙ୍କ ଆଡମିଶନ ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।


ବିହାର ଦାନାପୁର ଦିଆରାର ହେତୁନପୁର ହାଇସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିଥିବା ଖୁସବୁଙ୍କୁ ତାଙ୍କ ପରିବାର ବିଜ୍ଞାନରେ ପଢିବାକୁ ଅନୁମତି ଦେଇ ନଥିଲେ । ଖୁସବୁ ମାଟ୍ରିକ୍ ପରୀକ୍ଷାରେ ୩୯୯ ନମ୍ବର ରଖିବା ସତ୍ତ୍ୱେ, ସେ ଇଣ୍ଟରମିଡିଏଟରେ କଳାରେ ନାମ ଲେଖାଇଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରୀକ୍ଷା ପୂର୍ବରୁ, ପିତାମାତା ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ଖୁସୁବୁ ୪୦୦ ରଖିବେ ତେବେ ତାଙ୍କୁ ବିଜ୍ଞାନ ପଢ଼ାଇବେ ଘର ଲୋକ। ମାଟ୍ରିକ୍ ପରୀକ୍ଷାରେ ଖୁସୁବୁ ୩୯୯ ନମ୍ବର ରଖିବାରୁ ପରିବାର ଲୋକ ତାଙ୍କର କଳାରେ ଆଡମିଶନ କରିଥିଲେ। ମାତ୍ର ଗୋଟିଏ ନମ୍ବର ପାଇଁ ସେ ବିଜ୍ଞାନ ପଢ଼ାରୁ ବଞ୍ଚିତ ହେଲେ ହୋଇଥିଲେ।


ତାଙ୍କ ସହ ନିଜ ଘରେ ହୋଇଥିବା ଭେଦଭାବ ସମ୍ପର୍କରେ ସେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଜଣାଇଥିଲେ। ଖୁସବୁଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ପରେ ଖୁସୁବୁଙ୍କ ବାପା ମା କହିଥିଲେ ଅର୍ଥ ଅଭାବରୁ ସେମାନେ ବାଧ୍ୟକରି ଖୁସୁବୁର ଆଡମିଶନ କଳାରେ କରାଇଥିଲେ।


ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣିବା ପରେ ଖୁସବୁଙ୍କ ସହିତ କଥା ହୋଇଥିଲେ। ତାଙ୍କ ପାଠ ପଢ଼ା ସ୍ବପ୍ନ ପୂରଣ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ପାଠ ପଢ଼ାରେ ଖୁସବୁଙ୍କ ସହ ଏବେ ଆଉ କୌଣସି ଭେଦଭାବ ହେବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି। ମନ ଦେଇ ପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି।


ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାର ଏବଂ ନୀତିଶ କୁମାରଙ୍କ ବିହାର ସରକାର ଉଭୟ ପାଠ ପଢ଼ାଇବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଭାରତର ଝିଅମାନଙ୍କୁ ଆଗକୁ ବଢାଇବାକୁ ଚେଷ୍ଟା ସର୍ବଦା କରୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର। ଏଥିସହ ବିଜ୍ଞାନରେ ଖୁସବୁଙ୍କ ଆଡମିଶନ ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।