Govt Job Opportunity / ମାସକୁ ଦରମା ୧ ଲକ୍ଷ ୮୦ ହଜାର ଟଙ୍କା; କେମିତି କରିବେ ଆବେଦନ...

Key Points
ନୂଆଦିଲ୍ଲୀ: ଉଚ୍ଚ ଦରମାର ସରକାରୀ ଚାକିରି ଖୋଜୁଛନ୍ତି କି ? ତାହେଲେ ଅଷ୍ଟମ ବେତନ କମିଶନ (8th Central Pay Commission) ଆପଣଙ୍କ ପାଇଁ ବଡ଼ ସୁଯୋଗ ଆଣିଛି । ଅଷ୍ଟମ ବେତନ କମିଶନ କନ୍ସଲଟାଣ୍ଟ (Consultant) ପଦରେ ନିଯୁକ୍ତି ଦେବା ଆରମ୍ଭ କରିଛି ।
ଯେଉଁଠି ଆଶାୟୀଙ୍କୁ ମାସିକ ୧ ଲକ୍ଷ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିପାରେ । କମିଶନଙ୍କୁ ପକ୍ଷରୁ ଉଭୟ ଫୁଲ୍ ଟାଇମ୍ ଓ ପାର୍ଟ-ଟାଇମ୍ ନିଯୁକ୍ତି ଆରମ୍ଭ ହୋଇଛି । ଅର୍ଥାତ୍ ଆପଣ ଆପଣଙ୍କ ସୁବିଧା ଅନୁସାରେ ବିକଳ୍ପ ବାଛି ପାରିବେ ।
ଏଥିସହ ପଢ଼ନ୍ତୁ: DA ବଢିଲା, ବଢିବ ଦରମା: ୩୮ ହଜାର କର୍ମଚାରୀଙ୍କ ପାଇଁ ଖୁସି ଖବର
ଏହି ନିଯୁକ୍ତିର ଉଦ୍ଦେଶ୍ୟ ଦରମା, ଭତ୍ତା ଆଦି ସହ ଜଡ଼ିତ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଉପରେ ମଜଭୁତ୍ ରିସର୍ଚ୍ଚ ଏବଂ ବିଶ୍ଲେଷଣ ଟିମ୍ ତିଆରି କରିବା । ଆସନ୍ତୁ ଜାଣିବା ୨୦୨୬ ଏପ୍ରିଲ୍ ୧୦ ତାରିଖରେ ଅଷ୍ଟମ ବେତନ କମିଶନ ଜାରି କରିଥିବା ପଦ ପାଇଁ କେମିତି କରିବେ ଆବେଦନ ଓ କ'ଣ ରହିଛି ମାନଦଣ୍ଡ ।
୩ ପ୍ରକାର ପଦରେ ନିଯୁକ୍ତି
ଅଷ୍ଟମ ବେତନ କମିଶନଙ୍କ ପକ୍ଷରୁ ସିନିୟର କନ୍ସଲଟାଣ୍ଟ, କନ୍ସଲଟାଣ୍ଟ ଏବଂ ୟଙ୍ଗ୍ ପ୍ରଫେସନାଲ୍ ପଦରେ ନିଯୁକ୍ତି ଦିଆଯାଉଛି । ସିନିୟର କନ୍ସଲଟାଣ୍ଟ ଲାଗି ୧୦ ବର୍ଷର ଅଭିଜ୍ଞତା ସହ ସର୍ବାଧିକ ବୟସ ସୀମା ୪୫ ବର୍ଷ ରହିଛି । ସେହିଭଳି କନ୍ସଲଟାଣ୍ଟ ପଦ ଲାଗି ୬ ବର୍ଷ ଅଭିଜ୍ଞତା ଓ ସର୍ବାଧିକ ବୟସ ୪୦ ଏବଂ ୟଙ୍ଗ୍ ପ୍ରଫେସନାଲଙ୍କ ଲାଗି ୪ ବର୍ଷର ଅଭିଜ୍ଞତା ଓ ସର୍ବାଧିକ ବୟସ ୩୨ ବର୍ଷ ରଖା ଯାଇଛି ।
କେତେ ମିଳିବ ଦରମା ?
ଦରମା କଥା କହିଲେ ଫୁଲ୍ ଟାଇମ୍ ସିନିୟର କନ୍ସଲଟାଣ୍ଟଙ୍କୁ ମାସିକ ୧ ଲକ୍ଷ ୮୦ ହଜାର, କନ୍ସଲଟାଣ୍ଟଙ୍କୁ ମାସିକ ୧ ଲକ୍ଷ ୨୦ ହଜାର ଏବଂ ୟଙ୍ଗ୍ ପ୍ରଫେସନାଲଙ୍କୁ ମାସିକ ୯୦ ହଜାର ଟଙ୍କା ମିଳିବ । ଏକ ଏକ୍ସପର୍ଟ କମିଟି ଆଶାୟୀଙ୍କ ପ୍ରୋଫାଇଲ୍ ଯାଞ୍ଚ ପରେ ଆଲୋଚନା ମାଧ୍ୟମରେ ଚୟନ କରାଯିବ ।
ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା: କର୍ମଚାରୀଙ୍କ ଦରମା ହୋଇଯିବ ଡବଲ ! ଏବେ ହିଁ କରିନିଅନ୍ତୁ ଏହି କାମ...
କ'ଣ ରହିବ ଦାୟିତ୍ଵ ?
କାର୍ଯ୍ୟ ଦାୟିତ୍ଵ ବେଶ୍ ଗୁରୁତ୍ଵପୂର୍ଣ୍ଣ । ଯେଭଳି ଦରମାର ଷ୍ଟ୍ରକଚର, ସରକାରୀ ତଥ୍ୟ ଅଧ୍ୟୟନ, ଭିନ୍ନ ଭିନ୍ନ ମନ୍ତ୍ରଣାଳୟରୁ ତଥ୍ୟ ସଂଗ୍ରହ ଏବଂ ଭତ୍ତା ସହ ଜଡ଼ିତ ଅଧ୍ୟୟନ କରିବା । ଅର୍ଥାତ୍ ଏହା ଏକ ଚାକିରି ନୁହେଁ ବରଂ ଦେଶର ବେତନ ନୀତିରେ ଯୋଗଦାନର ସୁଯୋଗ ।
ତେବେ ଏହା ସମ୍ପୂର୍ଣ୍ଣ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି । ଯେଉଁଥିରେ ମେଡିକାଲ୍, ପରିବହନ ଏବଂ ଅନ୍ୟ ସୁବିଧା ମିଳିବ ନାହିଁ । ଅନାବଶ୍ୟକ କ୍ଷେତ୍ରରେ ବିନା ନୋଟିସ୍ରେ ଚାକିରି ଅବଧି ସମାପ୍ତ କରାଯାଇପାରେ । ଏଥିପାଇଁ ଆପଣ https://nicforms.nic.in/ ରେ ଆବେଦନ କରିପାରିବେ ।
📱 Get Argus News App
✨Related Topics
Explore more stories