Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

Higher Education: ଦ୍ୱାଦଶ ପରେ ଏହି ଭୁଲ କରନ୍ତୁ ନାହିଁ, କଲେଜ ଜୀବନ ନଷ୍ଟ ହୋଇଯିବ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Higher Education: ଦ୍ୱାଦଶ ପରେ ଏହି ଭୁଲ କରନ୍ତୁ ନାହିଁ, କଲେଜ ଜୀବନ ନଷ୍ଟ ହୋଇଯିବ

Key Points

କେମିତି ବାଛିବା ସଠିକ୍‌ କଲେଜ ?

ଆପଣଙ୍କର ଦକ୍ଷତା କ'ଣ ?

କଲେଜ ବାଛିବା ପରେ କୋର୍ସ ବି ଭାବିଚିନ୍ତି ବାଛନ୍ତୁ ।

ଦ୍ୱାଦଶ ପରେ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ହେଉଛି ସଠିକ୍ କଲେଜ ବାଛିବା । ଅନେକ ଛାତ୍ର କେବଳ ବଡ଼ ନାଁ ପାଇଁ କିମ୍ବା ପରିବାର ଓ ସାଙ୍ଗସାଥିଙ୍କ କଥାରେ ପଡ଼ି କଲେଜରେ ଆଡମିଶନ କରନ୍ତି । ପରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେହିଭଳି ଅନେକ ଛାତ୍ର କଲେଜର ବ୍ୟାକ୍‌ଗ୍ରାଉଣ୍ଡ ଯାଞ୍ଚ ନକରି ନକଲି ବିଶ୍ୱବିଦ୍ୟାଳୟରେ ବି ପ୍ରବେଶ କରନ୍ତି । ଯେଉଁଥିପାଇଁ ସେମାନଙ୍କୁ ଜୀବନସାରା ଅନୁତାପ କରିବାକୁ ପଡ଼ିଥାଏ । ଦ୍ୱାଦଶ ପରେ ସଠିକ୍ କଲେଜରେ ଚିହ୍ନି ସେଥିରେ ଆଡ୍‌ମିଶନ କଲେ ଜୀବନକୁ ଏକ ନୂତନ ଦିଶା ଦିଆଯାଇପାରେ ।

NIIT ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଗୋପାଳନ କହନ୍ତି ଯେ କେବଳ ବଡ଼ ନାଁ ଦେଖି କଲେଜରେ ଆଡମିଶନ କରିବା ଉଚିତ୍‌ ନୁହେଁ । ସେଠି ଯେଉଁ କୋର୍ସରେ ଆଡ୍‌ମିଶନ କରୁଛନ୍ତି ସେଠି ତାର ପାଠ ପଢ଼ା କେମିତି ? ସେଠି ପାଠ ପଢ଼ିଲେ ନିଜ ଲକ୍ଷ୍ୟ ହାସ ହୋଇପାରିବ ନା ନାହିଁ ? ଏଭଳି ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବା ପରେ ଯାଇ କଲେ ଚୟନ କରିବା ଉଚିତ୍ । ତେଣୁ ସବୁବେଳେ ଏମିତି ଏକ ପ୍ରତିଷ୍ଠାନ ବାଛିବା ଉଚିତ ଯେଉଁଠାରେ ଅଧ୍ୟାପକ ବିଶ୍ୱସ୍ତରୀୟ, ଭଲ ଶିକ୍ଷା ପରିବେଶ ଏବଂ ଏକ୍ସଟ୍ରା କରିକୁଲାର କାର୍ଯ୍ୟକଳାପ ପାଇଁ ସୁଯୋଗ ରହିଥିବ । ଯଦି ଏହି ଜିନିଷଗୁଡ଼ିକ ନାହିଁ, ତେବେ କ୍ୟାରିଅର ନଷ୍ଟ ହୋଇଯିବା ନିଶ୍ଚିତ।

କେମିତି ବାଛିବା ସଠିକ୍‌ କଲେଜ


ୟୁପି, ଏମ୍‌ପି, ବିହାର, ରାଜସ୍ଥାନ ସମେତ ସମସ୍ତ CBSEର ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କରିସାରିଛନ୍ତି । CUET ପରୀକ୍ଷା ଫଳ ପ୍ରକାଶ ପାଇବା ମାତ୍ରେ କଲେଜଗୁଡ଼ିକରେ ଆଡମିଶନ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଆରମ୍ଭ ହେବ। କଲେଜରେ ଆଡମିଶନ ନିଷ୍ପତ୍ତି ତରବରିଆ ଭାବେ ନେବା ଅପେକ୍ଷା ବହୁତ ଭାବିଚିନ୍ତି ନିଆଯିବା ଉଚିତ।

ବଜେଟ୍


କଲେଜ ବାଛିବା ସମୟରେ, ଆପଣ ପ୍ରଥମେ ନିଜର ବଜେଟ୍‌କୁ ଧ୍ୟାନ ଦେବା ଉଚିତ୍ । ସେହି ଅନୁସାରେ କଲେଜ ବାଛିବେ । ସର୍ବଦା ଆପଣଙ୍କ କ୍ଷମତା ଅନୁସାରେ କଲେଜ ବାଛନ୍ତୁ। ବଜେଟ୍ ସମସ୍ୟା ହେଲେ, ଆପଣ ଛାତ୍ରବୃତ୍ତି କିମ୍ବା ଶିକ୍ଷା ଋଣ ଇତ୍ୟାଦି ବିଷୟରେ ବିଚାର କରିପାରିବେ।

ଲୋକେସନ୍‌


କଲେଜର ଲୋକେସନ୍‌, କ୍ୟାମ୍ପସ ଲାଇଫ୍‌ କିମ୍ବା ଇଣ୍ଟର୍ନସିପ୍ ସୁଯୋଗ ବିଷୟରେ ବିଚାର କରନ୍ତୁ । ଏଗୁଡ଼ିକ ବ୍ୟକ୍ତିଗତ ଏବଂ ବୃତ୍ତିଗତ ବିକାଶରେ ଏକ ବଡ଼ ଭୂମିକା ଗ୍ରହଣ କରନ୍ତି। ପିତାମାତା କିମ୍ବା ସାଥୀମାନଙ୍କ କଥାରେ ତରବରିଆ ନିଷ୍ପତ୍ତି ନେବା କିମ୍ବା କଲେଜ ବିଷୟରେ ବୁଝାବୁଝି ନକରି ଆଡ୍‌ମିଶନ କଲେ ପରେ ପସ୍ତେଇବାକୁ ପଡ଼େ ।

ଟାଇମ୍‌ଲାଇନ୍‌

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆପଣ ଯେଉଁଠି ଆଡମିଶନ କରୁଛନ୍ତି, ସେଠାକାର ଟାଇମ୍‌ଲାଇନ୍‌ ବିଷୟରେ ନିଶ୍ଚୟ ଜାଣନ୍ତୁ । ଆବେଦନ କରିବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ। କେତେକ ସମୟରେ ବିଳମ୍ବ ହେତୁ, ଏକ ଭଲ ପାଠ୍ୟକ୍ରମ କିମ୍ବା ଭଲ ବ୍ରାଞ୍ଚରେ ଆଡମିଶନ ପାଇବା କଷ୍ଟକର ହୋଇପଡ଼େ।

କଲେଜରେ ସଠିକ୍ ପାଠ୍ୟକ୍ରମ କିପରି ବାଛିବେ ?


ଆଡମିଶନ ସମୟରେ, ସଠିକ୍ କଲେଜ ସହିତ ସଠିକ୍ ପାଠ୍ୟକ୍ରମ ବାଛିବା ଗୁରୁତ୍ୱପୂର୍ଣ୍ଣ । ଉଚ୍ଚଶିକ୍ଷା ପାଇଁ ଯେକୌଣସି ପାଠ୍ୟକ୍ରମ ବାଛିବା ପୂର୍ବରୁ, ପ୍ରଥମେ ଚିନ୍ତା କରନ୍ତୁ ସେଥିରେ ଆପଣଙ୍କ ଋଚି ରହିଛି ନା ନାହିଁ । ଯଦି ଆପଣ ଏପରି ଏକ ପାଠ୍ୟକ୍ରମରେ ପ୍ରବେଶ କରନ୍ତି ଯେଉଁଥିରେ ଆପଣଙ୍କ ଆଗ୍ରହ ନଥିବ, ତେବେ ଆପଣଙ୍କୁ ଅଧିକ ଧ୍ୟାନ ଦେବାରେ ଅସୁବିଧା ହୋଇପାରେ । ଏହା ସହିତ, ଜବ୍‌ ମାର୍କେଟ୍‌ ଉପରେ ମଧ୍ୟ ଗବେଷଣା କରନ୍ତୁ । ଏହା ମଧ୍ୟ ହୋଇପାରେ ଆପଣଙ୍କୁ ପସନ୍ଦ ଆସୁଥିବା ବିଷୟ, ଅଧିକ ଚାକିରି ଦେବାରେ ବିଫଳ ହୋଇଥିବ । ଏହି ପରିସ୍ଥିତିରେ, ଆପଣଙ୍କୁ ଭବିଷ୍ୟତରେ ଚାକିରି ପାଇବା କିମ୍ବା ଷ୍ଟାର୍ଟଅପ୍ ଆରମ୍ଭ କରିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଆଡମିଶନ ପୂର୍ବରୁ ନିଜକୁ ପଚାରନ୍ତୁ କିଛି ପ୍ରଶ୍ନ


ଇଣ୍ଟରମିଡେଟ୍‌ ପାଠପଢ଼ା ସରିବା ପରେ, ଉଚ୍ଚଶିକ୍ଷା ପାଇଁ ସଠିକ୍ ପାଠ୍ୟକ୍ରମ ବାଛିବା ସମୟରେ, ନିଜକୁ କିଛି ପ୍ରଶ୍ନ ପଚାରିବା ଗୁରୁତ୍ୱପୂର୍ଣ୍ଣ । ଆପଣ କେଉଁ ବିଷୟରେ ଆଗ୍ରହୀ, ଆପଣଙ୍କର ଶକ୍ତି କ’ଣ, ଚାକିରି ବଜାରରେ ଏହାର ସମ୍ଭାବନା କ’ଣ ରହିଛି । ଏମିତି କିଛି ପ୍ରଶ୍ନ ଆପଣ ନିଜକୁ ପଚାରିବା ଜରୁରୀ । ଆପଣଙ୍କୁ ଏହା ଜାଣିବା ଜରୁରୀ ଯେ, ଆପଣ ଯେଉଁ ପାଠ୍ୟକ୍ରମ ବାଛୁଛନ୍ତି, ସେହି ପାଠ୍ୟକ୍ରମର ବଜାରରେ ଭ୍ୟାଲ୍ୟୁ କେତେ ? ଚାକିରି ମିଳୁଛି ନା ନାହିଁ । ରୋଜଗାର ଭଲ ହୋଇପାରୁଛି ନା ନାହିଁ । ଏହା ବ୍ୟତୀତ, କଲେଜ ସହିତ ଜଡିତ ସମସ୍ତ ବିଷୟ ମଧ୍ୟ ବିଚାର କରନ୍ତୁ।

ନିଜର ଶକ୍ତିକୁ କେମିତି ଚିହ୍ନିବେ ?


ଶିକ୍ଷକ, ପରାମର୍ଶଦାତା କିମ୍ବା ସାଥୀମାନଙ୍କଠାରୁ ମିଳୁଥିବା ମତାମତ ପ୍ରତି ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କୁ ଆପଣଙ୍କର ଲୁକ୍କାୟିତ ଦକ୍ଷତା ବିଷୟରେ ଏକ ଧାରଣା ଦେବ। ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଆପ୍ଟିଟ୍ୟୁଡ୍‌ ଟେଷ୍ଟ କିମ୍ବା କ୍ୟାରିଅର ଆସେସ୍‌ମେଣ୍ଟ ଭଳି ବିକଳ୍ପଗୁଡ଼ିକୁ ମଧ୍ୟ ବ୍ୟବହାର କରିପାରିବେ । ପ୍ରତ୍ୟେକ ଛାତ୍ରଙ୍କର କିଛି ନା କିଛି ବିଶେଷ ଦକ୍ଷତା ରହିଥାଏ ।

କାହାର କ୍ରିଏଟିଭିଟି ଭଲ ରହିଥାଏ, କାହାର ପ୍ରୋବଲେମ୍‌ ସଲଭିଂ ଗୁଣ ଥାଇପାରେ, କିଛି ଛାତ୍ରଙ୍କ କମ୍ୟୁନିକେସନ୍‌ ସ୍କିଲ୍‌ରେ ଖୁବ୍‌ ଆଗରେ ରହିଥାନ୍ତି । କେତେକଙ୍କ ପାଖରେ ଆନାଲିଟିକାଲ ଚିନ୍ତାଧାରା ଶକ୍ତି ଖୁବ୍‌ ଅଧିକ ଥାଏ ।

Sponsored
How to choose the right college? What are your skills? After choosing a college, also choose a course. | Argus News