IIM Ahmedabad / IIM ଅହମଦାବାଦକୁ ସଫଳତା, ୪୦୬ରୁ ୩୯୫ ଜଣଙ୍କୁ ମିଳିଲା ପ୍ଲେସମେଣ୍ଟ

Key Points
ପ୍ଲେସମେଣ୍ଟ ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫୬ ଜଣ ବ୍ୟାଙ୍କିଂ କ୍ଷେତ୍ରକୁ ବାଛିଥିବା ବେଳେ ୯୯ ଜଣ ଆର୍ଥିକ ସେବା ଏବଂ ବୀମା (BFSI), ୫୬ ଜଣ ସାଧାରଣ ପରିଚାଳନା କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି ।
ଅହମଦାବାଦ: ମ୍ୟାନଜେମେଣ୍ଟରେ ସ୍ନାତକୋତ୍ତର (PGP) ହାସଲ କରିଥିବା ୨୦୨୫ ବ୍ୟାଚର ଚୂଡ଼ାନ୍ତ ପ୍ଲେସମେଣ୍ଟ ସାରିଛି IIM, ଅହମଦାବାଦ । ନିକଟ ବର୍ଷ ଗୁଡ଼ିକ ଅପେକ୍ଷା ଘରୋଇ କ୍ଷେତ୍ରରେ ହୋଇଥିବା ନିଯୁକ୍ତିରେ ବେତନ ବେଶ ବଢ଼ିଛି । IIM, ଅହମଦାବାଦର ୪୦୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୯୫ ଜଣ ବିଭିନ୍ନ ବଡ଼ କମ୍ପାନୀର ଅଫର୍ ଲେଟର ଗ୍ରହଣ କରିଥିବା ବେଳେ ୧୧ ଜଣ ନିଜସ୍ଵ ଷ୍ଟାର୍ଟଅପ୍ ଓ ପାରିବାରିକ ବ୍ୟବସାୟକୁ ଚୟନ କରିଛନ୍ତି ।
ପ୍ଲେସମେଣ୍ଟ ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫୬ ଜଣ ବ୍ୟାଙ୍କିଂ କ୍ଷେତ୍ରକୁ ବାଛିଥିବା ବେଳେ ୯୯ ଜଣ ଆର୍ଥିକ ସେବା ଏବଂ ବୀମା (BFSI), ୫୬ ଜଣ ସାଧାରଣ ପରିଚାଳନା କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । ବୋଷ୍ଟନ କନସଲ୍ଟିଂ ଗ୍ରୁପ୍, McKinsey & Company, ଆସେଞ୍ଚର, ଗୋଲ୍ଡମ୍ଯାନ୍ ସାଚ୍ ଭଳି କମ୍ପାନୀରେ ନିଯୁକ୍ତି ମିଳିଛି IIM, ଅହମଦାବାଦର ଛାତ୍ରଛାତ୍ରୀଙ୍କୁ ।
ଏଥିସହ ପଢ଼ନ୍ତୁ: ଭାରତ ସହ ଯୁଦ୍ଧ ହେଲେ ସାଉଦି ଆରବ ଆମକୁ ସାହାଯ୍ୟ କରିବ: ପାକ୍ ପ୍ରତିରକ୍ଷା ମନ୍ତ୍ରୀ
📱 Get Argus News App
✨
ଭାରତରେ ଆର୍ଥିକ ସେବା ଏବଂ ବୀମା କ୍ଷେତ୍ରରେ ସର୍ବାଧିକ ବାର୍ଷିକ ପ୍ଯାକେଜ୍ ୧.୧ କୋଟିରେ ନିଯୁକ୍ତି ମିଳିଛି । ଯେତେବେଳେ କି ମଧ୍ୟମ ବର୍ଗରେ ବାର୍ଷିକ ୩୪.୬ ଲକ୍ଷରୁ ୩୩.୫ ଲକ୍ଷ ପ୍ୟାକେଜ ରହିଛି । କନସଲ୍ଟିଂ ଭୂମିକାରେ ବାର୍ଷିକ ୪୦ ଲକ୍ଷରୁ ୪୦ ଲକ୍ଷ ଅଫର୍ କରାଯାଇଛି । ସାମଗ୍ରୀ ପରିଚାଳନା ଓ IT ଭୂମିକାରେ ୩୬ରୁ ନେଇ ୪୪ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ପ୍ୟାକେଜରେ ନିଯୁକ୍ତି ମିଳିଛି ।
IIM, ଅହମଦାବାଦର ପ୍ଲେସମେଣ୍ଟରେ ୧୭୮ଟି କମ୍ପାନୀ ଭାଗ ନେଇଥିଲେ । ବୋଷ୍ଟନ କନସଲ୍ଟିଂ ଗ୍ରୁପ୍ ସର୍ବାଧିକ ୩୫ ଜଣଙ୍କୁ ପ୍ଲେସମେଣ୍ଟ ଦେଇଥିବା ବେଳେ ଆସେଞ୍ଚର ୩୧, ବେନ୍ ଆଣ୍ଡ କୋ ୧୭ ଜଣଙ୍କୁ ଚୟନ କରିଛି । ଲାଟେରାଲ୍ ପ୍ଲେସମେଣ୍ଟ ମାଧ୍ୟମରେ ଉପକୃତ ହୋଇଛନ୍ତି ୫୯ ପ୍ରତିଶତ ଛାତ୍ରଛାତ୍ରୀ ।
Related Topics
Explore more stories