Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପୂର୍ବୋଦୟରୁ ବିକାଶର ସୂର୍ଯ୍ୟୋଦୟ

Education & Employment

ପୂର୍ବୋଦୟରୁ ବିକାଶର ସୂର୍ଯ୍ୟୋଦୟ

Sudeshna Mishra
Browse all articles by Sudeshna Mishra
·1 year ago·2 min read
ପୂର୍ବୋଦୟରୁ ବିକାଶର ସୂର୍ଯ୍ୟୋଦୟ

Key Points

ଆଇ.ଆଇ.ଟି, ଭୁବନେଶ୍ବରର କ୍ୟାମ୍ପସରେ ତିଆରି ହେଉଛନ୍ତି ଦେଶ ପାଇଁ ଦକ୍ଷ ମାନବ ସମ୍ବଳ ଆଉ ସମାଜ ପାଇଁ ସୁଯୋଗ୍ୟ ମଶିଷ

ଅର୍ଗସ ବ୍ୟୁରୋ: ଓଡ଼ିଶା ମାଟିରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ମହାକୁମ୍ବ କେବଳ ଏକ ସମ୍ମିଳନୀ ନୁହେଁ ବରଂ ଓଡ଼ିଶାରେ ଶିଳ୍ପ, ବାଣିଜ୍ୟ, ପରିବହନ, ନିଯୁକ୍ତି ଆଦି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଦି ପାଇଁ ଏପରି ସମାବେଶ ଆୟୋଜନ ନିଶ୍ଚିତ ସହାୟକ ହେବା ସହ ଓଡ଼ିଶାର ଯୁବଶକ୍ତିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଦକ୍ଷ ମାନବସମ୍ବଳ ସୃଷ୍ଟି କରାଯାଇପାରିବ। ଏହି କ୍ରମରେ ଆଇ.ଆଇ.ଟି ଭୁବନେଶ୍ବରର ସି.ଏସ.ଆର ସେଲ ଯୁବଶକ୍ତିର ଅନ୍ତରନିର୍ହିତ ଭାବନାକୁ ଚିହ୍ନିପାରି ତାଙ୍କୁ ଆଲୋକର ପଥରେ ଅଗ୍ରସର କରାଇବାର
ଦାୟିତ୍ବ ନିଜ ହାତକୁ ନେଇଛନ୍ତି।


ଦେଶର ଲିଡିଙ୍ଗ ଇଂଜିନିୟରିଙ୍ଗ ଓ ଟେକନିକାଲ ଇଂସଟିଟ୍ୟୁଶନ, ଆଇ.ଆଇ.ଟି ଯେଉଁଠି ପଢ଼ିବା ପାଇଁ ସବୁ ଛାଚ୍ର-ଛାତ୍ରୀଙ୍କ ସ୍ବପ୍ନ ଥାଏ। ସେହି ଶିକ୍ଷାନୂଷ୍ଠାନର ଭୁବନେଶ୍ବର କ୍ୟାମ୍ପସରେ ଦ୍ବିତୀୟ ସି.ଏସ.ଆର କନକ୍ଲେଭର ଆୟୋଜନ ରିସର୍ଚ ଓ ଏଂଟରପ୍ରିନ୍ୟୁରଶିପ ପାର୍କର ମିଳିତ ସହେଯୋଗରେ ସମ୍ପନ୍ନ ହୋଇଛି, ଯେଉଁଠାରେ ସମସ୍ତ ପ୍ରୋଫେସର ଓ ଷ୍ଟାଫ ଶିକ୍ଷା ଦ୍ବାରା ସମାଜରେ ପରିର୍ବତନ ଆଣିବା ପାଇଁ ଚେଷ୍ଟିତ ଅଛନ୍ତି। ଆଇ.ଆଇ.ଟି ଭୁବନେଶ୍ବରର ଏକ ବଡ଼ ଭୁମିକା ରହିଛି ସି.ଏସ.ଆରରେ ଆକ୍ଟିଭିଟିରେ ।ଏହି ବୃହତ ଶିକ୍ଷାନୁଷ୍ଠାନ ଦୁଇ ବର୍ଷ ହେବ ସି.ଏସ.ଆର କାଯ୍ୟ ସବୁ ହାତକୁ ନେଇଛି, ହେଲେ ଦିନେ ତର ନାହି। ଗରିବ ପିଲାଙ୍କୁ ଶିକ୍ଷା ସୁବିଧା ଯୋଗାଇବା ପାଇଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶ ଏହାର ୬୦ତମ ସ୍ବାଧିନତା ଦିବସ ପାଳନ କରୁଥିବା ବେଳେ, ୧୫ଅଗଷ୍ଟ ୨୦୦୭ରେ ଆଇ.ଆଇ.ଟି, ଭୁବନେଶ୍ବରର ପ୍ରତିଷ୍ଠା କରାଗଲା। ଏୈତିହାସିକ ବରୁଣେଇ ପାହାଡ଼ ପାଦଦେଶରେ ଅବସ୍ଥିତ, 940 ଏକରରେ ପରିବ୍ୟାପ୍ତ ସବୁଜିମାରେ ପରିପୂର୍ଣ କ୍ୟାମ୍ପସରେ ୫୦ହଜାରରୁ ଅଧିକ ଗଛ ଲଗାଯାଇଛି। ଆଇ.ଆଇ.ଟି, ଭୁବନେଶ୍ବରର କ୍ୟାମ୍ପସରେ ତିଆରି ହେଉଛନ୍ତି ଦେଶ ପାଇଁ ଦଷ ମାନବ ସମ୍ବଳ ଆଉ ସମାଜ ପାଇଁ ସୁଯୋଗ୍ୟ ମଶିଷ। ତୀବ୍ର ବେଗରେ ଆଗକୁ-ଆଗକୁ ବଢ଼ି ଚାଲିଛି, ଆଇ.ଆଇ.ଟି, ଭୁବନେଶ୍ବର। କ୍ୟାମ୍ପସରେ ଇଂଫ୍ରାଷ୍ଟ୍ରକ୍ଚର ମହଜୁଦ ଅଛି, ରିର୍ସଚ ପାଇଁ ସମସ୍ତ ସୁବିଧା ରହିଛି।


ସରକାରଙ୍କର ଆକ୍ଟ ଇଷ୍ଟ ପଲିସି ଅଛି ପୂବୋଦୟରୁ ବିକାସର ସୁଯ୍ୟୋଦୟ ଏବଂ ଓଡ଼ିଶା ହି ବିକାସର ପ୍ରୟୋଗଶାଳା ହେବ ସେଥିପାଇଁ କେବଳ ରାଜ୍ୟ ନୁହେଁ, ଦେଶ ନୁହେଁ , ସାରା ବିଶ୍ବକୁ ଓଡ଼ିଶା ଯେଡିବାର ପ୍ରଚେଷ୍ଟା। ଏହି ଏୈତିହାସିକ ସମ୍ମିଳନୀରେ ସାରା ବିଶ୍ବ ଓଡ଼ିଶାରେ ଥିବା ଅପାର ସମ୍ବାବନାକୁ ପାଖରୁ ଦେଖିଲା। ପ୍ରବାସୀଙ୍କ ସହ ମିଶି କେମିତି ବିକସିତ ଭାରତ ଓ ବିକସିତ ଓଡ଼ିଶା କରି ପାରିବା ଏହା ଉପରେ ସରକାର ଲକ୍ଷ୍ୟ ରଖିଛନ୍ତି।

ସିଏସଆର ବା କପୋରେଟ ସୋସିଆଲ ରେସପନ୍ସିବିଲିଟି, କୌଣସି ଏକ ବ୍ୟବସାୟର ସେହି ପ୍ରଥା ଯେଉଁଥିରେ ସମାଜକଲ୍ୟାଣ ପାଇଁ ଉଦ୍ୟମ ଶାମିଲ ରହିଥାଏ। ଆଇ.ଆଇ.ଟି ଭଳି ଶିକ୍ଷାନୂଷ୍ଠାନ ବିଶ୍ବ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷା ପୂରଣ କରିବ ଯାହା ଭବିଷ୍ୟତରେ ଛାଚ୍ର-ଛାତ୍ରୀଙ୍କ ପାଇଁ ନୂଆ ମାନଚିତ୍ର ପ୍ରସ୍ତୁତ କରିବ, ବୋଲି ଆଶା କରାଯାଉଛି। ଏହି ଅଗ୍ରଣୀ ଶିକ୍ଷାନୂଷ୍ଠାନର ସାମାଜିକ ଉତ୍ତରଦାୟିତ୍ବ ରହୁଛି ସମାଜରେ ସହଭାଗିତା ବନେଇ ରଖିବା, ଯାହା ଦେଖିବାକୁ ମିଳୁଛି ଏହି କୁନି କୁନି ପିଲାଙ୍କ ହସ-ହସ ମୁହଁରେ....

Argus Whatsapp Channel Mobile Top
Sponsored
IIT Bhubabaneswar Second CSR Conclave | Argus News