Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

ସରକାରୀ ଚାକିରି ଖୋଜୁଛନ୍ତି କି ? ଏବେ ହିଁ କରନ୍ତୁ ଆବେଦନ...

Banajyotshna Ray
Browse all articles by Banajyotshna Ray
·10 months ago·2 min read
ସରକାରୀ ଚାକିରି ଖୋଜୁଛନ୍ତି କି ? ଏବେ ହିଁ କରନ୍ତୁ ଆବେଦନ...

Key Points

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର
ଖାଲି ପଡ଼ିଛି ଦୁଇଟି ବଡ଼ ପଦବୀ
ବିନା ଲିଖିତ ପରୀକ୍ଷାରେ ହେବ ଚୟନ
ମାସକୁ ଦରମା ପାଇବେ ୧ ଲକ୍ଷରୁ ଅଧିକ


ସରକାରୀ ଚାକିରି କାହାକୁ ଦରକାର ନାହିଁ। ହେଲେ ଆଜିକାଲି ଏତେ ମାତ୍ରାରେ କମ୍ପିଟେଟିଭ ହୋଇଗଲାଣି ଯେ ଗୋଟେ ସରକାରୀ ଚାକିରି ପାଇବା ଭାରି କଷ୍ଟ। ତେବେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ଖାଲି ପଡ଼ିଛି ଦୁଇଟି ବଡ଼ ପଦବୀ। ଏବେ ହିଁ କରିନିଅନ୍ତୁ ଆବେଦନ। ଆଉ ମାସକୁ ପାଇବେ ମୋଟା ଅଙ୍କର ଦରମା । ନଚେତ୍‌ ହରାଇବେ ବଡ଼ ସୁଯୋଗ। ଜାତୀୟ ସମବାୟ ବିକାଶ ନିଗମ (NCDC) ନୂତନ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏଥର ନିଗମ ମୁଖ୍ୟ ନିର୍ଦ୍ଦେଶକ ଏବଂ ଉପନିର୍ଦ୍ଦେଶକ ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି। ଏହି ପଦବୀଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ଏକ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ MBA କିମ୍ବା PGDM ଡିଗ୍ରୀ ଥିବା ଆବଶ୍ୟକ। କେବଳ ସେହି ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ ହେବେ ଯେଉଁମାନଙ୍କର ଏହି ଶିକ୍ଷାଗତ ଯୋଗ୍ୟତା ଅଛି।


ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ NCDC ncdc.in ର ସରକାରୀ ଓ୍ବେବସାଇଟ୍‌ ଭିଜିଟ୍‌ କରି ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୫ ଧାର୍ଯ୍ୟ କରାଯାଇଛି। NCDC ଏହି ପଦବୀଗୁଡ଼ିକ ପାଇଁ ବୟସ ସୀମା ମଧ୍ୟ ସ୍ଥିର କରିଛି। ମୁଖ୍ୟ ନିର୍ଦ୍ଦେଶକ ପଦବୀ ପାଇଁ ଆବେଦନ କରିବାର ସର୍ବାଧିକ ବୟସ ୪୫ ବର୍ଷ। ଉପନିର୍ଦ୍ଦେଶକ ପଦବୀ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ବର୍ଷ ହେବା ଉଚିତ। ସରକାରଙ୍କ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ କୋହଳ କରାଯିବ। ମୁଖ୍ୟ ନିର୍ଦ୍ଦେଶକ ପଦବୀ ପାଇଁ ମନୋନୀତ ପ୍ରାର୍ଥୀମାନେ ଦରମା ଲେବଲ-୧୩ ଅନୁଯାୟୀ ଦରମା ପାଇବେ, ଯାହା ପ୍ରତି ମାସରେ ୧,୨୩,୧୦୦ରୁ ୨,୧୫,୯୦୦ ପର୍ଯ୍ୟନ୍ତ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଉପନିର୍ଦ୍ଦେଶକ ପଦବୀ ପାଇଁ ମନୋନୀତ ପ୍ରାର୍ଥୀମାନେ ଦରମା ଲେବଲ-୧୧ ଅନୁଯାୟୀ ଦରମା ପାଇବେ, ଯାହା ପ୍ରତି ମାସରେ ୬୭,୭୦୦ରୁ ୨,୦୮,୭୦୦ ପର୍ଯ୍ୟନ୍ତ ପାଇପାରିବେ। ପ୍ରାର୍ଥୀମାନଙ୍କୁ ଆବେଦନ କରିବା ପାଇଁ ନିର୍ଦ୍ଧାରିତ ଫି’ ମଧ୍ୟ ଜମା କରିବାକୁ ପଡ଼ିବ। ସାଧାରଣ, OBC ଏବଂ EWS ବର୍ଗର ପ୍ରାର୍ଥୀମାନଙ୍କୁ ଆବେଦନ ଫି’ ଭାବରେ ୧୨୦୦ ଦେବାକୁ ପଡ଼ିବ। SC, ST, ଦିବ୍ୟାଙ୍ଗ ଏବଂ ପୂର୍ବତନ ସୈନିକ ପ୍ରାର୍ଥୀମାନଙ୍କୁ କୌଣସି ପ୍ରକାରର ଫି’ ଦେବାକୁ ପଡ଼ିବ ନାହିଁ। ଫି’ କେବଳ ଅନ୍‌ଲାଇନ୍‌ ମୋଡ ମାଧ୍ୟମରେ ପ୍ରଦାନ କରାଯିବ। ଏହି ନିଯୁକ୍ତିର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ବିନା ଚୟନ କରାଯିବ। ଅର୍ଥାତ୍‌ ନିଗମ ସିଧାସଳଖ ଯୋଗ୍ୟତା ଏବଂ ସାକ୍ଷାତକାର ଆଧାରରେ ଚୟନ କରିବ। ଏହା ପ୍ରାର୍ଥୀମାନଙ୍କ ପାଇଁ ଏକ ମହାନ ସୁଯୋଗ କାରଣ ସେମାନଙ୍କୁ ଲମ୍ବା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ନାହିଁ।


Sponsored
Looking for a government job? Apply now || Argus News | Argus News