Videos
|
Education-employment

Odisha Education / ୨୦୨୬-୨୭ ଶିକ୍ଷାବର୍ଷରୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ବଡ଼ ପରିବର୍ତ୍ତନ

Rashmita Mishra
Browse all articles by Rashmita Mishra
·14 mins ago·2 min read
୨୦୨୬-୨୭ ଶିକ୍ଷାବର୍ଷରୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ବଡ଼ ପରିବର୍ତ୍ତନ
Odisha Education

Key Points

ପଞ୍ଚମ, ଅଷ୍ଟମ ବାର୍ଷିକ ପରୀକ୍ଷାରେ ପରିବର୍ତ୍ତନ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ
ପଞ୍ଚମ ଶ୍ରେଣୀରେ ମୌଖିକ ଓ ଲିଖିତ ପରୀକ୍ଷା

ରାଜ୍ୟରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପରୀକ୍ଷା ନିୟମ ଓ ମାର୍ଗଦର୍ଶିକା ଜାରି କରାଯାଇଛି । ନୂଆ ବ୍ୟବସ୍ଥାରେ ପରୀକ୍ଷା ପଦ୍ଧତି, ମୂଲ୍ୟାୟନ ଓ ଉତ୍ତୀର୍ଣ୍ଣ ହେବାର ନିୟମରେ ପରିବର୍ତ୍ତନ ଅଣାଯାଇଛି ।

ନୂଆ ନିୟମ ଅନୁଯାୟୀ, ପଞ୍ଚମ ଶ୍ରେଣୀରେ ଉଭୟ ମୌଖିକ ଓ ଲିଖିତ ପରୀକ୍ଷା ହେବ । ମୋଟ ୫୦ ମାର୍କରୁ ୧୦ ମାର୍କ ମୌଖିକ ପରୀକ୍ଷା ପାଇଁ ଏବଂ ୪୦ ମାର୍କ ଲିଖିତ ପରୀକ୍ଷା ପାଇଁ ଧାର୍ଯ୍ୟ କରାଯାଇଛି । ଅନ୍ୟପକ୍ଷରେ ଅଷ୍ଟମ ଶ୍ରେଣୀରେ କେବଳ ଲିଖିତ ପରୀକ୍ଷା ହେବ । ଏହି ଶ୍ରେଣୀରେ ମଧ୍ୟ ପ୍ରତି ବିଷୟ ପାଇଁ ମୋଟ ୫୦ ମାର୍କ ରହିବ ।
ଉଭୟ ଶ୍ରେଣୀରେ ପ୍ରତ୍ୟେକ ବିଷୟରେ ପାସ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ୩୦ ପ୍ରତିଶତ ମାର୍କ ହାସଲ କରିବାକୁ ପଡ଼ିବ । ଯଦି କୌଣସି ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୁଅନ୍ତି, ତେବେ ସେମାନଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ । ସେମାନଙ୍କ ପାଇଁ ଚାରି ସପ୍ତାହର ପ୍ରତିକାରାତ୍ମକ ଶିକ୍ଷଣ ବା ରେମେଡିଆଲ୍ ଲର୍ଣ୍ଣିଂର ବ୍ୟବସ୍ଥା ରହିଛି । ଏହି ଶିକ୍ଷଣ ପ୍ରକ୍ରିୟା ପରେ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ ।

ନୂଆ ମାର୍ଗଦର୍ଶିକା ଅନୁସାରେ, ପ୍ରତିବର୍ଷ ମାର୍ଚ୍ଚ ମାସରେ ବାର୍ଷିକ ପରୀକ୍ଷା ଆୟୋଜନ କରାଯିବ । ଏଥିସହ ମାର୍ଚ୍ଚ ମାସର ତୃତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ ।

ଜାତୀୟ ଶିକ୍ଷାନୀତି-୨୦୨୦, ନ୍ୟାସନାଲ କରିକୁଲମ୍ ଫ୍ରେମ୍‌ୱାର୍କ-୨୦୨୩ ଏବଂ ଓଡ଼ିଶା କରିକୁଲମ୍ ଫ୍ରେମ୍‌ୱାର୍କ-୨୦୨୫ ଆଧାରରେ ଏହି ନୂଆ ନିୟମ ପ୍ରସ୍ତୁତ ହୋଇଛି । ପ୍ରଶ୍ନପତ୍ର ପ୍ରସ୍ତୁତି, ବଣ୍ଟନ ଓ ମୂଲ୍ୟାୟନ ଭଳି ପ୍ରତ୍ୟେକ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ଦାୟିତ୍ୱ ମଧ୍ୟ ଧାର୍ଯ୍ୟ କରାଯାଇଛି । ଏହାଦ୍ୱାରା ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା, ଶୃଙ୍ଖଳା ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତାର ସଠିକ୍ ମୂଲ୍ୟାୟନ ହୋଇପାରିବ ବୋଲି ଆଶା କରାଯାଉଛି ।

ସେପଟେ କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ଏହି ମାର୍କ ବଣ୍ଟନ ବ୍ୟବସ୍ଥା ଲାଗୁ ହେବ ନାହିଁ । ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଓ ଦକ୍ଷତାର ମୂଲ୍ୟାୟନ ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଫର୍ମେଟିଭ୍ ଆସେସମେଣ୍ଟ-୧ (FA-1) ପାଇଁ ୨୫ ମାର୍କ, ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ (Teacher's Observation) ପାଇଁ ୨୫ ମାର୍କ ଏବଂ ସମ୍ମେଟିଭ୍ ଆସେସମେଣ୍ଟ-୧ (SA-1) ପାଇଁ ୫୦ ମାର୍କ ରହିବ। ଏହିପରି ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୦ ମାର୍କର ମୂଲ୍ୟାୟନ ହେବ ।

ଦ୍ୱିତୀୟ ପର୍ଯ୍ୟାୟରେ ଫର୍ମେଟିଭ୍ ଆସେସମେଣ୍ଟ-୨ (FA-2) ପାଇଁ ୨୫ ମାର୍କ, ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ ପାଇଁ ୨୫ ମାର୍କ ଏବଂ ବାର୍ଷିକ ପରୀକ୍ଷା ପାଇଁ ୫୦ ମାର୍କ ରହିବ । ଏହି ମାର୍କ ବଣ୍ଟନ ବ୍ୟବସ୍ଥା ଉଭୟ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ଲାଗୁ ହେବ । ଏନେଇ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଚିଠି ଜାରି ହୋଇଛି ।

ନୂଆ ନିୟମ ଅନୁସାରେ, ରାଜ୍ୟର ସମସ୍ତ ବିଦ୍ୟାଳୟରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ଏକ ମାନକ, ସ୍ୱଚ୍ଛ ଓ ସମାନ ପ୍ରକ୍ରିୟାରେ କରାଯିବ । ଡାଇରେକ୍ଟୋରେଟ୍ ଅଫ୍ ଟିଚର୍ସ ଏଜୁକେସନ୍ (DTE) ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ପକ୍ଷରୁ ବିଭିନ୍ନ ବିଷୟର ଶିକ୍ଷଣ ଫଳାଫଳ (Learning Outcomes) ଏବଂ ଦକ୍ଷତାଭିତ୍ତିକ ପ୍ରଶ୍ନପତ୍ର ପ୍ରସ୍ତୁତି ପାଇଁ ବ୍ଲୁପ୍ରିଣ୍ଟ୍ ତିଆରି କରାଯିବ।ନୂଆ ନିୟମ ଅନୁଯାୟୀ,

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: