Videos
|
Education-employment

Odisha Research Conclave / ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯୁବ ଗବେଷକମାନଙ୍କୁ ଆହ୍ଵାନ

Sushanta Sahoo
Browse all articles by Sushanta Sahoo
·9 months ago·3 min read
ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯୁବ ଗବେଷକମାନଙ୍କୁ ଆହ୍ଵାନ

Key Points

ଭାରତକୁ ବିଶ୍ୱଗୁରୁ ଭାବେ ପରିଚିତ କରାଇବାରେ ଗବେଷଣା ମୁଖ୍ୟ ଭୂମିକା ଗ୍ରହଣ କରୁ ଏବଂ ଯୁବ ଗବେଷକମାନେ ଏ ଦିଗରେ ଆଗେଇ ଆସିବାକୁ ଆହ୍ଵାନ ଦେଇଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ।
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତିନି ଦିନ ଧରି ଚାଲିଥିବା ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫ ଶନିବାର ଶେଷ ହୋଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସଭାପତିତ୍ଵରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ।


୨୦୪୭ ମସିହା ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସଂକଳ୍ପକୁ ଏହି ଭଳି ଗବେଷଣା ସମ୍ମିଳନୀ ମାର୍ଗଦର୍ଶନ ଦେଇପାରିବ । ବର୍ତ୍ତମାନ ବିଶ୍ୱରେ ଦେଖା ଦେଇଥିବା ପରିବେଶ, ଖାଦ୍ୟ ତଥା ଜୀବନଜୀବିକା ଭଳି ଜଟିଳ ତଥା ମୌଳିକ ସଂକଟକୁ ସମାଧାନ କରିବା ଦିଗରେ ଅଧିକ ଗବେଷଣା ହେବା ଦରକାର । ଭାରତକୁ ବିଶ୍ୱଗୁରୁ ଭାବେ ପରିଚିତ କରାଇବାରେ ଗବେଷଣା ମୁଖ୍ୟ ଭୂମିକା ଗ୍ରହଣ କରୁ ଏବଂ ଯୁବ ଗବେଷକମାନେ ଏ ଦିଗରେ ଆଗେଇ ଆସିବାକୁ ଆହ୍ଵାନ ଦେଇଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ।

ଏଥିସହ ପଢ଼ନ୍ତୁ: ଗବେଷଣା 'ଭୋକାଲ୍ ଫର୍ ଲୋକାଲ୍' ସହ ପାରମ୍ପରିକତା ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟ ଅଭିମୁଖୀ ହେବା ଆବଶ୍ୟକ

ଏହାସହ ଗବେଷଣା ସମ୍ମିଳନୀର ସଫଳତାକୁ ନେଇ ସେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଭୂୟସୀ ପ୍ରଶଂସା କରିଛନ୍ତି । ଉଦଯାପନୀ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ଶିକ୍ଷାବିତ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ ଯୋଗ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ କହିଛନ୍ତି, "ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ଦିଗରେ ଗବେଷଣା ଓ ନୂତନ ଜ୍ଞାନକୌଶଳର ଆବଶ୍ୟକତା ରହିଛି । ଏଥିପାଇଁ ନୀତିଗତ ଯୋଜନା ପ୍ରସ୍ତୁତ କରିବା ଦରକାର ।" ଉଦଯାପନୀ ଉତ୍ସବର ଅନ୍ୟତମ ଅତିଥି ଭାବେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସମିତ ପ୍ରସାଦ ପାଣି, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳସଚିବ ସଚ୍ଚିଦାନନ୍ଦ ନାୟକଙ୍କ ସହ ସମ୍ମିଳନୀର ନୋଡାଲ ଅଧିକାରୀ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା ମଞ୍ଚାସୀନ ଥିଲେ ।


ଏହି ଅବସରରେ ବିଭିନ୍ନ ବିଷୟରେ ଶ୍ରେଷ୍ଠ ଗବେଷଣାତ୍ମକ ସନ୍ଦର୍ଭ ପ୍ରଦର୍ଶନ କରିଥିବା ଯୁବ ଗବେଷକ ତଥା ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମାନପତ୍ର ଦେଇ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ଗବେଷଣା ସମ୍ମିଳନୀର ଶେଷ ଦିନର ରାଜ୍ୟ ତଥା ଜାତୀୟସ୍ତରର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ନର୍ଦ୍ଦେଶକମାନଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।


ସହଯୋଗ, ସଂସ୍କୃତି ଓ ସୃଜନଶୀଳତା ମାଧ୍ୟମରେ ଗବେଷଣାରେ ଉତ୍କର୍ଷତା ଶୀର୍ଷକକୁ ନେଇ ଆୟୋଜିତ ଆଲୋଚନାରେ ଆଇଆଇଟି ଭୁବନେଶ୍ୱର, ନାଇଜର ଭୁବନେଶ୍ୱର, ଆଇଓପି, ଆଇଏଲଏସ, ଆଇଏମଏମଟି, ଆଇଏମଏ, ଆଇଜର ବ୍ରହ୍ମପୁର ଆଦି ବୈଷୟିକ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ । ସହଯୋଗ ଓ ସହଭାଗୀତା ମାଧ୍ୟମରେ କିପରି ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗବେଷଣାର ମାନ ବୃଦ୍ଧି କରାଯାଇପାରିବ ସନେଇ ଆଲୋଚନା କରାଯାଇଥିଲା ।


ଏହାସହ ବିଶିଷ୍ଟ ଶିକ୍ଷାବିତ ତଥା ଆଇଜର କୋଲକତାର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଆଇଆଇଟି ଦିଲ୍ଲୀର ଅବସରପ୍ରାପ୍ତ ପ୍ରଧ୍ୟାପକ ପ୍ରଫେସର ୟୁସି ମହାନ୍ତିଙ୍କୁ ନେଇ ଗବେଷଣା ଓ ଉନ୍ନୟନରେ ଆଧୁନିକ ପଦ୍ଧତି ସଂପର୍କିତ ବିଷୟରେ ଆଲୋଚନା କରାଯାଇଥିଲା । ୮ଟି ଅଧିବେଶନ ଓ ତିନି ଦିନ ଧରି ଚାଲିଥିବା ଓଡ଼ିଶା ଗବେଷଣା ସମ୍ମିଳନୀର ପଞ୍ଚମ ସଂସ୍କରଣରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୬୫୭ ଜଣ ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତମାନେ ଯୋଗ ଦେଇଥିଲେ । ଯାହାକି ଓଡ଼ିଶା ଗବେଷଣା ସମ୍ମିଳନୀର ଅନ୍ଯ ସଂସ୍କରଣ ତୁଳନାରେ ସର୍ବାଧିକ । 

ଏଥିସହ ପଢ଼ନ୍ତୁ: ଆରମ୍ଭ ହେଲା ରାଜ୍ୟ ଗବେଷଣାର ମହାକୁମ୍ଭ ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫

ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଏହି ସମ୍ମିଳନୀ ସଫଳତାର ସହ ସମ୍ପନ୍ନ ହୋଇଛି । ଏନେଇ କୁଳପତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ, ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ବୈଷୟିକ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ତଥା ବିଶିଷ୍ଟ ଶିକ୍ଷାବିତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମ୍ମିଳନୀର ନିଷ୍କର୍ସ ରିପୋର୍ଟ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରାଯିବ ବୋଲି କୁଳପତି କହିଛନ୍ତି ।

Related Topics

Explore more stories