Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

ଓଡ଼ିଶାରେ ଜାତୀୟ ଶିକ୍ଷାନୀତି କ୍ରିୟାନ୍ୱ ୟନର ବଡ କସରତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଓଡ଼ିଶାରେ  ଜାତୀୟ ଶିକ୍ଷାନୀତି  କ୍ରିୟାନ୍ୱ ୟନର ବଡ କସରତ

Key Points

ଓଡ଼ିଶାରେ ଜାତୀୟ ଶିକ୍ଷାନୀତି କ୍ରିୟାନ୍ବୟନର ବଡ କସରତ
ଆରମ୍ଭ ହେଲା ୩ ଦିନିଆ ଜାତୀୟ କର୍ମଶାଳା
ଏପ୍ରିଲରେ ଜାତୀୟ ଶିକ୍ଷା ନୀତିର ଖଡ଼ି ଛୁଇଁବେ ଛାତ୍ର ଛାତ୍ରୀ
କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ ଓଡିଶା ଗେମ ଚେଞ୍ଚର ହେବ ନୂଆ ଶିକ୍ଷା ନୀତି

ଡ୍ରପ ଆଉଟ କମେଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଆହ୍ବାନ
ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ଓ ମାନବ ସମ୍ବଳ ବୃଦ୍ଧି ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଶିକ୍ଷା କ୍ଷେତ୍ରରେ ପୂର୍ବ ସରକାରଙ୍କ ଦୁର୍ବଳ ଭିତ୍ତିଭୂମିକୁ କଲେ ନିଶାନା

ଅର୍ଗସ ବ୍ୟୁରୋ:  ଆସନ୍ତା ଶିକ୍ଷା ବର୍ଷରୁ ପିଲା ପଢିବେ ଜାତୀୟ ଶିକ୍ଷା ନୀତି ଅନୁସାରେ ପାଠ୍ୟକ୍ରମ। ଶିକ୍ଷା ପଦ୍ଧତିକୁ ସରଳିକରଣ କରିବା ପାଇଁ ତିଆରି ହୋଇଥିବା ଏହି ବ୍ଲୁ ପ୍ରିଣ୍ଟ ଲାଗୁ ହେବ ଓଡ଼ିଶାରେ। ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଛାତ୍ର ଛାତ୍ରୀ ଏଣିକି ୧୦+୨ ପାଠ୍ୟକ୍ରମ ଛାଡି ୫+୩+୩+୪ ଢାଞ୍ଚାରେ ପାଠ ପଢିବେ। ଯାହା ଦ୍ବାରା ଶିଶୁ ବାଟିକାରୁ ନେଇ ଦ୍ଵାଦଶ ପର୍ଯ୍ୟନ୍ତ କେବଳ ପୁସ୍ତକଭିତ୍ତିକ ପାଠ୍ୟକ୍ରମ ନୁହେଁ ବରଂ ଆଞ୍ଚଳିକ ଭାଷା ଏବଂ ମାତୃଭାଷାରେ ପାଠ ପଢ଼ିବା ପାଇଁ ସୁଯୋଗ ପାଇବେ ପିଲା। ଶିଶୁ ବାଟିକା ଏବଂ ପ୍ରାଥମିକ ଶିକ୍ଷାକୁ ରାଜ୍ୟରେ ସୁଦୃଢ଼ କରିବ ଏନଏଇପି ।


କେବଳ ଏତିକି ନୁହେଁ ପ୍ରାଥମିକ ଶିକ୍ଷାକୁ ସଶକ୍ତ କରିବା ପାଇଁ ରାଜ୍ୟରେ ବଜେଟ ୩୫,୫୩୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏପ୍ରିଲରେ ଯାଦୁଇ ପିଟାରା ମାଧ୍ୟମରେ ଖଡ଼ି ଛୁଆଁ କରିବେ ପିଲା... ଉପାନ୍ତ ଅଞ୍ଚଳରେ ଅନେକ ପିଲା ଅଧାରୁ ପାଠ ଛାଡ଼ୁଥିବାରୁ ଡ୍ରପ ଆଉଟରୁ ରୋକିବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ... ୫୦,୦୦୦ ଗାଁ ବୁଲି ଅଭିଭାବକ ଓ ପିଲାଙ୍କୁ ସଚେତନ କରେଇବାକୁ ଆହ୍ବାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି, ଭାରତ ଶିକ୍ଷା ବ୍ୟବସ୍ଥା ଆଗାମୀ ଦିନରେ ଗେମ ଚେଞ୍ଜର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ଜାତୀୟ ଶିକ୍ଷା ନୀତି ଗୁଣାତ୍ମକ, ସର୍ବବ୍ୟାପୀ , ସର୍ବସ୍ପର୍ଶୀ,ଉତ୍ତରଦାୟୀ ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ ହୋଇଛି। ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଇତିହାସ ସହ ପିଲାମାନେ ଯୋଡି ହେବାର ସୁଯୋଗ ମିଳିବ । ଏନସିଆରଟି ମଧ୍ୟ ବେଶ ପ୍ରସ୍ତୁତ ଅଛି। ବିଭିନ୍ନ ଭାଷାରେ ପିଲାମାନଙ୍କ ପାଠ୍ୟପୁସ୍ତକ ଉପଲବ୍ଧ ହେବା ସହ ପାଠ୍ୟକ୍ରମକୁ ସଜାଡିବାରେ ଏହା ସହାୟକ ହେବ। ଓଡ଼ିଆ ଭାଷା ଅର୍ଥାତ ମାତୃଭାଷାରେ ପିଲାଙ୍କ ପାଠ ପଢା ସହ ଆଞ୍ଚଳିକ ଭାଷାକୁ ଗୁରୁତ୍ବ ଦିଆଯିବ । ଜାତୀୟ ଶିକ୍ଷା ନୀତି ୨୦୨୦ ଓଡ଼ିଶାରେ ଏକ ନୂଆ ଯୁଗାନ୍ତକାରୀ ପଦକ୍ଷେପ ହେବା ସହ ଗେମ ଚେଞ୍ଜର ହେବ ବୋଲି ଚର୍ଚ୍ଚା। ସେପଟେ ଆହୁରି ଏହି ୨ ଦିନିଆ କର୍ମଶାଳାରେ ଅଧିକ ଆଲୋଚନା ହେବା ସହ ଗ୍ରୁପ ଡିସକସନ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:

Sponsored
Odisha to implement NEP-2020 at school level; to adopt state curriculum framework | Argus News