Central Government Employees / ପେନସନଧାରୀଙ୍କୁ ମିଳିବ କେତେ ଟଙ୍କା? କେବେଠୁ ମିଳିବ ଏହି ବର୍ଦ୍ଧିତ ଦରମା ଜାଣି ରଖନ୍ତୁ...
·6 months ago·2 min read

Key Points
ଲାଗୁ ହୋଇଛି ଅଷ୍ଟମ ବେତନ ପେ କମିଶନ
କେତେ ବଢିବ ଆପଣଙ୍କ ଦରମା ?
ପେନସନଧାରୀଙ୍କୁ ମିଳିବ କେତେ ଟଙ୍କା?
କେବେ ଆପଣଙ୍କୁ ମିଳିବ ଏହି ବର୍ଦ୍ଧିତ ଦରମା ?
କେତେ ବଢିବ ଆପଣଙ୍କ ଦରମା ?
ପେନସନଧାରୀଙ୍କୁ ମିଳିବ କେତେ ଟଙ୍କା?
କେବେ ଆପଣଙ୍କୁ ମିଳିବ ଏହି ବର୍ଦ୍ଧିତ ଦରମା ?
ଅଷ୍ଟମ ବେତନ କମିଶନ ୧ ଜାନୁଆରୀ ୨୦୨୬ରୁ ଲାଗୁ ହୋଇସାରିଛି ।୨୦୧୬ ଜାନୁଆରୀ ୧ରୁ ଲାଗୁ ହୋଇଥିବା ସପ୍ତମ ପେ ବେତନର ଅବଧି ୨୦୨୫ ଡିସେମ୍ବର ୩୧ରେ ଶେଷ ହୋଇଛି । ସରକାରୀ ନିୟମ ଅନୁଯାୟୀ ପ୍ରତି ୧୦ ବର୍ଷରେ ଥରେ ଏହି ବେତନ କମିଶନ କାର୍ଯ୍ୟକାରୀ ହୋଇଥାଏ । ତେବେ ଚଳିତ ଥର କେଉଁଭଳି ଦରମା ବୃଦ୍ଧି କରାଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ଏବେ ଆସନ୍ତୁ ଜାଣିବା କେତେ ଦରମା ବୃଦ୍ଧି ହେବ, କେଉଁ କର୍ମଚାରୀଙ୍କୁ କେତେ ଅଧିକ ଦରମା ମିଳିବ ।
ଅଷ୍ଟମ କମିଶନ ବେତନ କେନ୍ଦ୍ର ସରକାରୀ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ଦରମାରେ ଲାଗୁ କରାଯିବ ।
ତେବେ ସରକାର ବର୍ତ୍ତମାନ ଯାଏଁ ଅଷ୍ଟମ କମିଶନ ବେତନର କେତେ ପ୍ରତିଶତ ବୃଦ୍ଧି ତାହା ଏବେ ଯାଏଁ ଜାରି କରିନାହାନ୍ତି, କିନ୍ତୁ ରିପୋର୍ଟ ମୁତାବକ ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ , ଏକ ସରକାରୀ କର୍ମଚାରୀର ମୂଳ ଦରମା ୧୮ ହଜାରରୁ ବୃଦ୍ଧି ପାଇ ୫୧ ହଜାର ୪୮୦ ହେବ । ତେବେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ, ୬୫ ଲକ୍ଷ ପେନସନଧାରୀ ଏହି ସେବାର ଲାଭ ଉଠାଇପାରିବେ । ଯଦି ଫିଟମେଣ୍ଟ ଫ୍ୟାକ୍ଟର ୨.୧୫ ରଖାଯାଏ, ତେବେ ବିଶେଷଜ୍ଞଙ୍କ ମତରେ ମୂଳ ଦରମା ସେହି ହିସାବରେ ବୃଦ୍ଧି ହେବ । ଏବେ ଫିଟମେଣ୍ଟ ଫ୍ୟାକ୍ଟର ଆସନ୍ତୁ ଜାଣିବା ।
ଫିଟମେଣ୍ଟ ଫ୍ୟାକ୍ଟର କ'ଣ ?
ଫିଟମେଣ୍ଟ ଫ୍ୟାକ୍ଟର ହେଉଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମୌଳିକ ଦରମା ଏବଂ ପେନସନ ସଂଶୋଧନ କରିବା ପାଇଁ ବ୍ୟବହୃତ ଏକ ଗୁଣକ। ଦରଦାମ୍ ବୃଦ୍ଧି, ଦୈନିକ ଖର୍ଚ୍ଚ, ପରିବାରର ଆବଶ୍ୟକତା ଇତ୍ୟାଦି ଖର୍ଚ୍ଚକୁ ଦୃଷ୍ଟିରେ ରଖି ଫିଟମେଣ୍ଟ ଫ୍ୟାକ୍ଟର ନିର୍ଦ୍ଧାରିତ କରାଯାଏ । ଯେତେବେଳେ ଏକ ନୂତନ ବେତନ କମିଶନ କାର୍ଯ୍ୟକାରୀ ହୁଏ, ସଂଶୋଧିତ ମୌଳିକ ଦରମା ପାଇବା ପାଇଁ ବର୍ତ୍ତମାନର ମୌଳିକ ଦରମାକୁ ଫିଟମେଣ୍ଟ ଫ୍ୟାକ୍ଟର ଦ୍ୱାରା ଗୁଣନ କରାଯାଏ। ଏହି ସଂଖ୍ୟା ଦରମା, ଭତ୍ତା, ପେନସନ ଏବଂ ମୋଟ ଟେକ-ହୋମ୍ ପେ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ସପ୍ତମ ବେତନ କମିଶନ ଅଧୀନରେ, ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ଦରମା ପ୍ରାୟ ୨୩ ରୁ ୨୫ ପ୍ରତିଶତ ବୃଦ୍ଧି କରାଯାଇଥିଲା। ବିଶେଷଜ୍ଞଙ୍କ ଦ୍ଵାରା ଆକଳନ କରାଯାଉଛି ଯଦି ଫିଟ୍ମେଣ୍ଟ ଫ୍ୟାକ୍ଟର୨.୧୫ ହୁଏ, ତେବେ କର୍ମଚାରୀଙ୍କ ମୌଳିକ ଦରମା ଏହିପରି ବୃଦ୍ଧି ପାଇବ ।
ଲେବଲ୍ ୧- ବର୍ତ୍ତମାନ ଦରମା-୧୮ ହଜାର, ବର୍ଦ୍ଧିତ ଦରମା -୩୮ହଜାର ୭୦୦
ଲେବଲ ୫- ବର୍ତ୍ତମାନ ଦରମା- ୨୯ ହଜାର ୨୦୦, ବର୍ଦ୍ଧିତ ଦରମା-୬୨ ହଜାର ୭୮୦
ଲେବଲ ୧୦- ବର୍ତ୍ତମାନ ଦରମା-୫୬ ହଜାର ୧୦୦, ବର୍ଦ୍ଧିତ ଦରମା- ୧ଲକ୍ଷ ୨୦ ହଜାର ୬୧୫
ଲେବଲ ୧୫- ବର୍ତ୍ତମାନ ଦରମା-୧ଲକ୍ଷ ୮୨ ହଜାର ୨୦୦, ବର୍ଦ୍ଧିତ ଦରମା-୩ ଲକ୍ଷ ୯୧ ହଜାର ୭୩୦
ଲେବଲ ୧୮- ବର୍ତ୍ତମାନ ଦରମା-୨ ଲକ୍ଷ ୫୦ ହଜାର, ବର୍ଦ୍ଧିତ ଦରମା-୫ଲକ୍ଷ ୩୭ ହଜାର ୫୦୦
ତେବେ ରିପୋର୍ଟ ମୁତାବକ ଅଷ୍ଟମ ବେତନ କମିଶନ ଦରମା ୨୦୨୭-୨୮ଆର୍ଥିକ ବର୍ଷ କିମ୍ବା ୨୦୨୮-୨୯ ଆର୍ଥିକ ବର୍ଷରେ କର୍ମଚାରୀଙ୍କୁ ମିଳିବାର ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories