Prachi Nigam Trolled / ଟପ୍ପରଙ୍କୁ ସମାଲୋଚନା କଲେ ୟୁଜର୍ସ: ପାଠକୁ ନେଇ ନୁହେଁ, ମୁହଁରେ ଉଠିଥିବା କେଶକୁ ନେଇ
·4 months ago·2 min read

Key Points
ସମାଲୋଚକଙ୍କୁ ମୁହଁତୋଡ଼ ଜବାବ ଦେଲେ ଟପ୍ପର
ପ୍ରାଚୀଙ୍କ ଚେହେରାକୁ ନେଇ ଏମିତି କହିଲେ ୟୁଜର୍ସ

ସମାଲୋଚକଙ୍କୁ ମୁହଁତୋଡ଼ ଜବାବ। କାହିଁକି ଏମିତି କହିଲେ ଉତ୍ତରପ୍ରଦେଶ ବୋର୍ଡ ଦଶମ ଶ୍ରେଣୀ ଟପ୍ପର ପ୍ରାଚୀ ନିଗମ। କହିଲେ ଭଗବାନ ମତେ ଯେମିତି ଗଢ଼ିଛନ୍ତି, ମୁଁ ଏଥିରେ ଖୁସିରେ ଅଛି। ଏଥିରେ କାହାର କିଛି ଅସୁବିଧା କାହିଁକି ହେଉଛି। ଯେଉଁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ନିଜର ଶାରୀରିକ ଗଠନ (ମୁହଁରେ ଅଧିକ କେଶ) ପାଇଁ ସୋସିଆଲ ମିଡିଆରେ ପରିହାସର ଶିକାର ହୋଇଥିବା ଉତ୍ତରପ୍ରଦେଶ ବୋର୍ଡ ଦଶମ ଶ୍ରେଣୀ ଟପ୍ପର ପ୍ରାଚୀ ନିଗମ, ଏବେ ଦ୍ୱାଦଶ ଶ୍ରେଣୀରେ ମଧ୍ୟ ଚମତ୍କାର ସଫଳତା ହାସଲ କରିଛନ୍ତି।
ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାର ଏହି ଛାତ୍ରୀ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୧.୨୦% ମାର୍କ ରଖି ପାସ୍ କରିଛନ୍ତି। ବିବିସି (BBC) କୁ ଦେଇଥିବା ଅନ୍ୟ ଏକ ସାକ୍ଷାତକାରରେ ସେ କହିଥିଲେ, “ଯଦି ମୋର କିଛି ମାର୍କ କମ୍ ରହିଥାନ୍ତା, ତେବେ ମୁଁ ଟପ୍ପର ହୋଇନଥାନ୍ତି କିମ୍ବା ଏତେ ପ୍ରସିଦ୍ଧ ହୋଇନଥାନ୍ତି। ବୋଧହୁଏ ସେଇଟା ହିଁ ଭଲ ହୋଇଥାନ୍ତା। ମୁଁ ଏହି ସ୍ଥିତିକୁ ନେଇ ସେତେଟା ଚିନ୍ତିତ ନୁହେଁ, କାରଣ ମୁଁ ବହୁତ ଦିନରୁ ଏହାର ସାମ୍ନା କରିଆସୁଛି। ଝିଅମାନଙ୍କ ମୁହଁରେ କେଶ ଦେଖିଲେ ଲୋକଙ୍କୁ ଅଜବ ଲାଗେ, କାରଣ ସେମାନେ ପୂର୍ବରୁ କେବେ ଏମିତି ଦେଖିନାହାନ୍ତି।”
ଅନଲାଇନ୍ ଟ୍ରୋଲିଂର ଶିକାର ହେବା ପରେ ପ୍ରାଚୀ ନିଗମ କହିଥିଲେ, “ଯେତେବେଳେ ୟୁପି (UP) ବୋର୍ଡ ରେଜଲ୍ଟ ପ୍ରକାଶ ପାଇଲା, ମୋର ଫଟୋ ଭାଇରାଲ୍ ହୋଇଥିଲା; ଅନେକ ଲୋକ ମତେ ଟ୍ରୋଲ୍ କରିଥିଲେ। ସେହି ସମୟରେ ଏମିତି କିଛି ଲୋକ ମଧ୍ୟ ଥିଲେ ଯେଉଁମାନେ ମତେ ସମର୍ଥନ କରିଥିଲେ। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି।”ସେ ଆହୁରି ମଧ୍ୟ କହିଛନ୍ତି, “ଭଗବାନ ମତେ ଯେମିତି ଗଢ଼ିଛନ୍ତି, ମୁଁ ସେଥିରେ ଖୁସି ଅଛି। ଯେଉଁମାନଙ୍କୁ ମୋ ଭିତରେ କିଛି ତଫାତ ଦେଖାଯାଉଛି, ସେଥିରେ ମୋର କିଛି ଯାଏ ଆସେ ନାହିଁ। ଏପରିକି ଚାଣକ୍ୟଙ୍କୁ ମଧ୍ୟ ଥଟ୍ଟା ପରିହାସ କରାଯାଇଥିଲା, କିନ୍ତୁ ସେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ଠିକ୍ ସେହିଭଳି ମୁଁ ମଧ୍ୟ ଏସବୁକୁ ଖାତିର କରେ ନାହିଁ ଏବଂ କେବଳ ନିଜ ପାଠପଢ଼ା ଉପରେ ହିଁ ଧ୍ୟାନ ଦେବି।”
ଏଥିସହ ପଢ଼ନ୍ତୁ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ, ଜାଣନ୍ତୁ କେମିତି ଦେଖିପାରିବେ ଫଳାଫଳ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୪ ମସିହାରେ ଦଶମ ଶ୍ରେଣୀରେ ଟପ୍ପର ହେବା ପରେ ପ୍ରାଚୀ କହିଥିଲେ ଯେ, ସେ ଜଣେ ଇଞ୍ଜିନିୟର ହେବାକୁ ଚାହାଁନ୍ତି ଏବଂ IIT ରେ ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ଦଶମ ଶ୍ରେଣୀରେ ସେ ୬୦୦ ରୁ ୫୯୧ ମାର୍କ ରଖିଥିଲେ। ସେହି ସମୟରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ମୁହଁର କେଶକୁ ନେଇ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଟ୍ରୋଲ୍ କରିଥିଲେ। ତେବେ ସେହି ସମୟରେ ପ୍ରାଚୀ ସମାଲୋଚକମାନଙ୍କୁ ଦୃଢ଼ ଜବାବ ଦେଇ ନିଜ ପାଠପଢ଼ାରେ ମନୋନିବେଶ କରିଥିଲେ, ଯାହାର ସୁଫଳ ଆଜି ପୁଣି ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:
ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:
Related Topics
Explore more stories