|
logo
Live
Argus News App
GET APP

Argus News - ୨ ବର୍ଷରେ ଇଣ୍ଡିଆ ବୁକ ଅଫ୍ ରେକର୍ଡ! ପୁରୀର କୁନି ସମନ୍ୱିତା ଦାସଙ୍କ ଅଦ୍ଭୁତ ପ୍ରତିଭା

Education & Employment

OdishaTalent / ୨ ବର୍ଷରେ ଇଣ୍ଡିଆ ବୁକ ଅଫ୍ ରେକର୍ଡ! ପୁରୀର କୁନି ସମନ୍ୱିତା ଦାସଙ୍କ ଅଦ୍ଭୁତ ପ୍ରତିଭା

Sudeshna Mishra
Browse all articles by Sudeshna Mishra
·5 months ago·2 min read
୨ ବର୍ଷରେ ଇଣ୍ଡିଆ ବୁକ ଅଫ୍ ରେକର୍ଡ! ପୁରୀର କୁନି ସମନ୍ୱିତା ଦାସଙ୍କ ଅଦ୍ଭୁତ ପ୍ରତିଭା

Key Points

ପୁରୀର ୨ ବର୍ଷ ୭ ମାସର ସମନ୍ୱିତା ଦାସ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି
୮୫ଟି ଇଂରାଜୀ ବିପରୀତ ଶବ୍ଦ, ରାଜ୍ୟ ରାଜଧାନୀ, ଗ୍ରହ, ମହାସାଗର ଓ ମହାଦେଶର ନାମ ମନେ ରଖି କହିପାରନ୍ତି
ମନସ୍ମିତା ମହାନ୍ତି ନିଜ ଝିଅର ପ୍ରତିଭା ଭିଡିଓ ଅପଲୋଡ୍ କରି ଆବେଦନ କରିଥିଲେ
ଇଣ୍ଡିଆ ବୁକ ଅଫ୍ ରେକର୍ଡ ମାନପତ୍ର, ପରିଚୟ ପତ୍ର ଓ ମେଡାଲ ସହ ତାଙ୍କୁ ପୁରସ୍କୃତ କରାଯାଇଛି
ପ୍ରତିଭା ପ୍ରସ୍ଫୁଟିତ ହେବାପାଇଁ କୌଣସି ବାଧା କେବେ ଅଟକାଇ ପାରେ ନାହିଁ କିମ୍ବା ବୟସ ଏଥିରେ ବାଧକ ସାଜିପାରେ ନାହିଁ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୨ ବର୍ଷ ୭ମାସର କୁନି ଝିଅ । ପୁରୀ ଚକ୍ରତୀର୍ଥ ରୋଡ ନୂଆସାହିର ମନସ୍ମିତା ମହାନ୍ତିଙ୍କ ଝିଅ ସମନ୍ୱିତା ଦାସ। ଏବେ ଇଣ୍ଡିଆ ବୁକ ଅଫ୍ ରେକର୍ଡ଼ରେ ସ୍ଥାନ ପାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ସମନ୍ୱିତା ୮୫ଟି ଇଂରାଜୀ ବିପରୀତ ଶବ୍ଦ,ଦେଶର ସବୁ ରାଜ୍ୟର ରାଜଧାନୀର ନାମ,ଭାରତର ୯ଟି ପଡୋଶୀ ଦେଶର ନାମ, ୭ଟି ମହାଦେଶ, ୫ଟି ମହାସାଗର, ୮ଟି ଗ୍ରହ, ଭାରତର ଜାତୀୟ ସଙ୍ଗୀତ, ଭାରତର ବିଭିନ୍ନ ରାଜ୍ୟର ନୃତ୍ୟର ନାମ ପରି ଆହୁରି ବହୁ କିଛି ମନେ ରଖି ଅନର୍ଗଳ କହି ପାରୁଛନ୍ତି ।

ଝିଅର ଏମିତି ପ୍ରତିଭା ଦେଖି ତାଙ୍କ ମା ଗତ ସେପ୍ଟେମ୍ବର ମାସ ୩ ତାରିଖରେ ଅନଲାଇନ ଜରିଆରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ନିଜ ଝିଅର ଦକ୍ଷତାକୁ ନେଇ ୨୦ଟି ଭିଡିଓ ଅପଲୋଡ଼ କରି ଆବେଦନ କରିଥିଲେ ।

ଏହି ସମୟରେ ବଛାଯାଇଥିବା ୧୨୦ଟି ସାଧାରଣ ଜ୍ଞାନ, ମଣିଷ ଶରୀରର ୩୨ଟି ଅଙ୍ଗ, ସବୁ ଗ୍ରହର ନାମ, ରାଜ୍ୟ ରାଜଧାନୀର ନାମ, ଜିଲ୍ଲାର ନାମ ସହ, ୨ମିନିଟ୍ ରୁ କମ ସମୟରେ ୮୫ ଟି ଇଂରାଜୀର ବିପରୀତ ଶବ୍ଦ, ଇଂରାଜୀ ନାମ ସହିତ ଋତୁ, ବର୍ଷ, ମାସ, ସପ୍ତାହ, ମହାଦେଶ, ମହାସାଗର ଆଦି ପ୍ରଶ୍ନର ସଠିକ ଉତ୍ତର ରଖିଥିବାରୁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ମନୋନୀତ କରାଯାଇଥିଲା । ପରେ ତାଙ୍କ ଘର ଠିକଣାରେ ଇଣ୍ଡିଆ ବୁକ ଅଫ ରେକର୍ଡର ମାନପତ୍ର, ପରିଚୟ ପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OdishaTalent: ୨ ବର୍ଷରେ ଇଣ୍ଡିଆ ବୁକ ଅଫ୍ ରେକର୍ଡ! ପୁରୀର କୁନି ସମନ୍ୱିତା ଦାସଙ୍କ ଅଦ୍ଭୁତ ପ୍ରତିଭା | Argus News