RRB Vacancy 2024: ରେଳବାଇରେ ପୂରଣ ହେବ ୧୦୦୦ରୁ ଅଧିକ ପଦବୀ

ଅର୍ଗସ ବ୍ୟୁରୋ: ଭାରତୀୟ ରେଳବାଇରେ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବବର୍ଗଙ୍କ ପାଇଁ ଏହି ଖବର। RRB ଏହି ସୁଯୋଗ ନେଇଆସିଛି। RRB ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ବର୍ଗ ନିଯୁକ୍ତି ୨୦୨୪ ପାଇଁ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି କରାଯାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଏହି ନିଯୁକ୍ତି ମାଧ୍ୟମରେ RRB ରେ ଶିକ୍ଷକ, ମୁଖ୍ୟ ଲ ଆସିଷ୍ଟାଣ୍ଟ୍, ଲ୍ୟାବ୍ ଆସିଷ୍ଟାଣ୍ଟ୍ ଆଦି ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୦୦ରୁ ଅଧିକ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍ସାଇଟ୍ rrbapply.gov.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ RRB Ministerial and Isolated Category Vacancy 2024 apply for 1036 post Notification ରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ: ଅନ୍ଲାଇନ୍ ଆବେଦନ ଆରମ୍ଭ – ୦୭ ଜାନୁଆରୀ ୨୦୨୫ ଅନ୍ଲାଇନ୍
ଆବେଦନ ଶେଷ – ୦୬ ଫେବୃଆରୀ ୨୦୨୫ ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଖାଲି ପଦବୀ: ସ୍ନାତକୋତ୍ତର ଶିକ୍ଷକ (PGT) – ୧୮୭ଟି ପୋଷ୍ଟ୍
ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ (TGT) – ୩୩୮ଟି ପୋଷ୍ଟ୍
ମୁଖ୍ୟ ଆଇନ ସହାୟକ – ୫୪ଟି ପୋଷ୍ଟ୍
ସରକାରୀ ଓକିଲ – ୨୦ଟି ପୋଷ୍ଟ୍
PTI (ଇଂରାଜୀ ମାଧ୍ୟମ) – ୧୮ଟି ପୋଷ୍ଟ୍
ସାଇଣ୍ଟିଫିକ୍ ସୁପର୍ଭାଇଜର୍ (ଏର୍ଗୋନୋମିକ୍ସ ଏବଂ ଟ୍ରେନିଂ) – ୩ଟି ପୋଷ୍ଟ୍
ଜୁନିଅର ଅନୁବାଦକ (ହିନ୍ଦୀ) – ୧୩୦ଟି ପୋଷ୍ଟ୍
ଲାଇବ୍ରେରିଆନ୍ – ୧୦ଟି ପୋଷ୍ଟ୍
📱 Get Argus News App
✨ସଂଗୀତ ଶିକ୍ଷକ (ମହିଳା) – ୩ଟି ପୋଷ୍ଟ୍
ପ୍ରାଥମିକ ରେଳ ଶିକ୍ଷକ – ୧୮୮ଟି ପୋଷ୍ଟ୍
ଲ୍ୟାବ୍ ଆସିଷ୍ଟାଣ୍ଟ – ୭ଟି ପୋଷ୍ଟ୍
ଲ୍ୟାବ୍ ଆସିଷ୍ଟାଣ୍ଟ ଗ୍ରେଡ୍ (କେମିଷ୍ଟ୍ ବିଜ୍ଞାନୀ ଏବଂ ମେଟାଲର୍ଜିକାଲ୍) – ୧୨ଟି ପୋଷ୍ଟ୍
ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ /ଟ୍ରେନିଂ – ୨ଟି ପୋଷ୍ଟ୍
ସିନିୟର୍ ପବ୍ଲିସିଟି ଇନସ୍ପେକ୍ଟର – ୩ଟି ପୋଷ୍ଟ୍
ଷ୍ଟାଫ୍ ଆଣ୍ଡ୍ ୱେଲ୍ଫେୟାର୍ ଇନସ୍ପେକ୍ଟର – ୫୯ଟି ପୋଷ୍ଟ୍
ସହାୟକ ଶିକ୍ଷକ ମହିଳା ଜୁନିୟର୍ ସ୍କୁଲ – ୨ଟି ପୋଷ୍ଟ୍
ମୋଟ୍ – ୧୦୩୬ଟି ପୋଷ୍ଟ୍ ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଯୋଗ୍ୟତା: B.Ed କିମ୍ବା D.El.Ed ଡିଗ୍ରୀ ଥିବା ପ୍ରାର୍ଥୀମାନେ ଶିକ୍ଷକ ପଦ ପାଇଁ ଆବେଦନ କରିପାରିବେ ଏହା ବ୍ୟତୀତ ଅନ୍ୟାନ୍ୟ ପଦବୀ ପାଇଁ ବିଭିନ୍ନ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଧାର୍ଯ୍ୟ କରାଯାଇଛି ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE) ଅନୁଯାୟୀ ଯୋଗ୍ୟତା ପାଇଁ ନିୟମ ସ୍ଥିର ହେବ ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା: ସର୍ବନିମ୍ନ ବୟସ – ୧୮ ବର୍ଷ ସର୍ବାଧିକ ବୟସ – ୪୮ ବର୍ଷ ବୟସ
ଗଣନା ୦୧। ୦୧।୨୦୨୫ ଅନୁସାରେ ହେବ ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଆବେଦନ ଶୁଳ୍କ: SC, ST, PwBD/ମହିଳା/ESM – ୨୫୦ଟଙ୍କା ସାଧାରଣ ବର୍ଗ/ OBC/ EWS – ୫୦୦ ଟଙ୍କା
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା ସ୍କିଲ୍ ଟେଷ୍ଟ୍/ଟାଇପିଙ୍ଗ୍ ଟେଷ୍ଟ୍ ଡକ୍ୟୁମେଣ୍ଟ୍ ଯାଞ୍ଚ ମେଡିକାଲ୍ ଟେଷ୍ଟ୍