Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

ସପ୍ତାହକୁ ମିଳିବ ଏତିକି ଟି ...

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ସପ୍ତାହକୁ ମିଳିବ ଏତିକି ଟି ...

ଏଣିକି ବିଦ୍ୟାଳୟରେ ପିଲାଙ୍କୁ ମିଳିବ ପୁଷ୍ଟିକର ଲଡୁ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପୁଷ୍ଟିକର ଲଡୁ ମିଳିବ। ସୋମବାର, ମଙ୍ଗଳବାର ଓ ଗୁରୁବାର ପିଲାଙ୍କୁ ପୁଷ୍ଟିକର ଲଡୁ ଦିଆଯିବ। ଗୋଟିଏ ସପ୍ତାହରେ ପିଲାଙ୍କୁ ୩ ଟି ଲଡୁ ଦିଆଯିବ। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରି ସୂଚନା ଦିଆଯାଇଛି।


ପିଏମ ପୋଷଣ ଯୋଜନାରେ ଛାତ୍ରଛାତ୍ରଙ୍କୁ ସପ୍ତାହକୁ ୩ ଟି ଲଡୁ ଦେବାକୁ ସରକାର ସ୍ଥିର କରିଛନ୍ତି। ମାଣ୍ଡିଆ, ଗୁଡ଼, ବାଦାମ ଓ ଘିଅଯୁକ୍ତ ଲଡୁ ସ୍କୁଲ ପିଲାଙ୍କୁ ଦିଆଯିବ। ଏବେ ପିଏମ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧିନରେ ଛାତ୍ରୀଛାତ୍ରଙ୍କୁ ସୁଷମ ଖାଦ୍ୟ ପ୍ରଦାନ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାଖାପାଖି ୧୨ କୋଟିରୁ ଅଧିକ ଛାତ୍ରୀଛାତ୍ରଙ୍କୁ ସୁଷମ ଖାଦ୍ୟ ପ୍ରଦାନ କରାଯାଉଛି। ଦେଶରେ ୧୧ ଲକ୍ଷରୁ ଅଧିକ ସ୍କୁଲରେ ଛାତ୍ରୀଛାତ୍ର ଉପକୃତ ହେଉଛନ୍ତି। ମଧ୍ୟାନ୍ନ ଭୋଜନରେ ଭାତ, ଡାଲି, ସୋୟାବଡି ତରକାରୀ ସହ ଅଣ୍ଡା ତରକାରୀ ଦିଆଯାଉଛି। ଏବେ ସପ୍ତାହକୁ ୩ ଟି ପୁଷ୍ଟିକର ଲଡୁ ଦେବାକୁ ଯୋଜନା କରିଛନ୍ତି ସରକାର।

Sponsored
School children will get nutritious snacks | Argus News