ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର

Key Points
ଜୁନ ୧ ପର୍ଯ୍ୟନ୍ତ ବଢିଲା ଯୁକ୍ତ ୩ ଆବେଦନ ତାରିଖ
ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଜୁନ ୧ ପର୍ଯ୍ୟନ୍ତ ବଢିଲା ଯୁକ୍ତ ୩ ଆବେଦନ ତାରିଖ । ଆଜି ଶେଷ ହେଉଥିବା ଅବଧିକୁ ଜୁନ ୧ ପର୍ଯ୍ୟନ୍ତ ବଢ଼ାଯାଇଛି । ୨୦ ମେ ପରିବର୍ତ୍ତେ ଜୁନ ୧ ତାରିଖକୁ ଘୂଞ୍ଚିଲା ସମୟ ସୀମା । ଏବେ ଜୁନ ୧, ୨୦୨୫ ୧୧: ୪୫ ରାତି ଯାଏ ସାମସ ପୋର୍ଟାଲ ଯୁକ୍ତ ୩ ଆଡ଼ମିଶନ ପାଇଁ ଓପନ୍ ରହିବ ।
ସେହିପରି ଆସନ୍ତାକାଲି ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ । 2025-26 ଶିକ୍ଷାବର୍ଷରେ ରାଜ୍ୟର 1053 ଡିଗ୍ରୀ କଲେଜର 2 ଲକ୍ଷ 73 ହଜାର 789 ସିଟ୍ ପାଇଁ ନାମ ଲେଖା ହେଉଛି । କଳାରେ ସର୍ବାଧିକ 1 ଲକ୍ଷ 54 ହଜାର 868 ସିଟ୍ ରହିଥିବାବେଳେ ଫିଜିକାଲ ସାଇନ୍ସରେ 44 ହଜାର 493, ବାୟୋଲୋଜିକାଲ ସାଇନ୍ସରେ 27 ହଜାର 984, ବାଣିଜ୍ୟରେ 32 ହଜାର 28, ସେଲଫ ଫାଇନାନ୍ସିଂରେ 5 ହଜାର 24 ସିଟ୍ ଓ ସଂସ୍କୃତରେ 9 ହଜାର 212 ସିଟ୍ ରହିଛି ।
📱 Get Argus News App
✨ସେପଟେ ଆସନ୍ତାକାଲି ପରୀକ୍ଷା ଫଳ ନେଇ ଅପେକ୍ଷାରେ ରହିଛନ୍ତି 3 ଲକ୍ଷ ଛାତ୍ରଛାତ୍ରୀ ।