ପ୍ରତ୍ୟେକ ପରିସ୍ଥିତିରେ ମିଳିବ ସଫଳତା, କାନିରେ ଗଣ୍ଠି କରିନିଅନ୍ତୁ ଏହି କଥା...
ସୂଧା ମୁର୍ତି ଶିକ୍ଷୟତ୍ରୀ, ଲେଖକ, ସମାଜସେବୀ ଓ ସାଂସଦ। କୃପାର ମୂର୍ତି-ସୂଧା ମୁର୍ତି ତାଙ୍କ ସେବା କାର୍ଯ୍ୟ ପାଇଁ ବେଶ ପରିଚିତ। ନିକଟରେ ତାଙ୍କ ୭୦ତମ ଜନ୍ମଦିନ ଅବସରରେ, ନୂଆ ପୁସ୍ତକ 'Grandparents’ Bag of Stories'ର ସେ ଘୋଷଣା କରିଛନ୍ତି` ତାଙ୍କ ବିଚାର, ତାଙ୍କ ଅଭିବ୍ୟକ୍ତି ପିଲାଙ୍କ ଠାରୁ ନେଇ ଯୁବକଙ୍କ ମଧ୍ୟରେ ବି ନୂଆ ଆଶା ସଂଚାର କରୁଛି।
Infosysର Co-founder Narayan Murthyଙ୍କ ପତ୍ନୀ ହେଉଛନ୍ତି ସୂଧା ମୁର୍ତି, ତାଙ୍କୁ କୌଣସି ପରିଚୟର ଆବଶ୍ୟକ୍ତତା ନାହିଁ। ସୂଧା ମୂର୍ତି ସମାଜସେବୀ ଓ ଲେଖିକା ଯିଏ ପିଲାଙ୍କ ପାଇଁ କାହାଣୀ ଲେଖନ୍ତି। ସେ ଜଣେ ମୋଟିଭେଶନାଳ ସ୍ପିକର। ତାଙ୍କ ବିଚାର ଲୋକଙ୍କୁ ବହୁତ ପ୍ରଭାବିତ କରେ। ଭାରତରେ ଶିକ୍ଷା, ଗ୍ରାମୀଣ ବିକାସ ଓ ମହିଳାଙ୍କ ଉନ୍ନତି ଦିଗରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କର ପ୍ରେରଣାଦାୟୀ କଥା ପିଲାଙ୍କ ଠାରୁ ନେଇ ଯୁବ-ବର୍ଗଙ୍କ ଯାଏଁ ସମସ୍ତଙ୍କୁ ପ୍ରେରିତ କରେ। ସୂଧା ମୂର୍ତି ଜଣେ ଲେଖକ ଭାବେ ଯେବେ ପାଠକଙ୍କ ପାଖରେ ପହଂଚିବା ପାଇଁ ଚେଷ୍ଟା କରନ୍ତି ତେବେ ବହିକୁ ଞ୍ଜାନ ଆହରଣର ବଳିଷ୍ଠ ମାଧ୍ୟମ କହୁନ୍ତି, ଦୁନିଆର ସବୁଠାରୁ ବଡ଼ ସମ୍ପଦ ବୋଲି ବହିକୁ ବିବେଚନା କରନ୍ତି।
ଆଉ ଆଜି ଏଭଳି ସମୟରେ ଯେବେ ଯୁବବର୍ଗ ଇଂଟରନେଟରେ ହି ସବୁ ଞ୍ଜାନର ସନ୍ଧାନରେ ରହୁଛନ୍ତି ତେବେ ଆପଣଙ୍କ ସୂଧା ମୁର୍ତିଙ୍କ କିଛି ମୋଟିଭେଶନାଲ କୋଟ୍ସ ନେଇ ଆସିଛୁ ଯାହା ଆପଣଙ୍କୁ ଉଚିତ ମାର୍ଗଦର୍ଶନ ଦେବେ।
ସୂଧା ମୁର୍ତିଙ୍କ ପ୍ରେରଣାଦାୟୀ ବିଚାର
-ଫେଲ ହେବାର ଡର କେବେ ବି ମନରେ ରଖନ୍ତୁ ନାହିଁ, ହାରିବା କିମ୍ବା ଫେଲ ହେବା ସିଖିବା ଓ ଆଗକୁ ବଢ଼ିବାର ହିଁ ଏକ ଅଂଶ ବିଶେଷ। ଯେତେ ଅଧିକ ଆପଣ ଫେଲ ହେବେ ସେତେ ଅଧିକ ଆପଣ ସିଖିବେ ଓ ଉତ୍ତମ ବ୍ୟକ୍ତି ବନିବେ।
-ନିଜ ଉପରେ ଓ ନିଜ କ୍ଷମତା ଉପରେ ଭରଷା ରଖ। ଯଦି ନିଜ ଉପରେ ବିଶ୍ବାସ ରଖିବନି ତେବେ କେହି ବି ଆପଣଙ୍କ ଉପରେ ବିଶ୍ବାସ ରଖିବେନି। ନିଜ ଉପରେ ବିଶ୍ବାସ ରଖ ଓ ନିଜ ଲକ୍ଷ୍ୟ ହାସଲ କରିବାର କ୍ଷମତା ଉପରେ ପ୍ରଗାଢ଼ ବିଶ୍ବାସ ରଖ।
-ଜୀବନ ଏକ ପରୀକ୍ଷା, ଏହାର ସିଲାବସ ଆମକୁ ଜଣା ନାହିଁ କି ପ୍ରଶ୍ନପତ୍ର ବି ସ୍ଥିର କରାଯାଇନଥାଏ, ଏଠି ମଡେଲ ପେପର୍ସ ବି ନଥାଏ
📱 Get Argus News App
✨-କେବେ ବି ସିଖିବା ବନ୍ଦ କରନ୍ତୁ ନାହିଁ। ଏହି ଦୁନିଆ ବଦଳୁଛି ଆଉ ନିତି ନୂଆ ଭାବେ ଉଭା ମଧ୍ୟ ହେଉଛି। ଏମିତି ଟ୍ରଣ୍ଡ ସହ ଅପଡେଟ ରହିବା ମଣିଷର ବିକାସ ପାଇଁ ଜରୂରୀ। ଯେତେ ଅଧିକ ଆପଣ ସିଖିବେ ସେତେ ମାତ୍ରାରେ ଭବିଷ୍ୟରେ ସଫଳତା ପାଇଁ ନିଜନୁ ପ୍ରସ୍ତୁତ କରି ପାରିବେ।
-ଅନ୍ୟମାନଙ୍କ ସହ ନିଜକୁ ତୁଳନା କରନ୍ତୁ ନାହିଁ। ସମସ୍ତଙ୍କ ଜୀବନଯାତ୍ରା ଭିନ୍ନ ଓ ପ୍ରତିଭା ସହ କ୍ଷମତା ବି ପୃଥକ ରହିଥାଏ। ବ୍ୟକ୍ତିଙ୍କୁ ନିଜ ଯାତ୍ରା ଉପରେ ଫାକସ କରିବା କଥା, ଅନ୍ୟ ମାନେ କଣ କହୁଛନ୍ତି, କଦାପି ସେହି ଚିନ୍ତା ମନକୁ ଆଣନ୍ତୁ ନାହିଁ।
-ଭବିଷ୍ୟକୁ ଜାଣିବାର ସବୁଠାର ଭଲ ଉପାୟ ତାକୁ କ୍ରିଏଟ କରିବା।
-ଜୀବନର ସବୁଠାର ବଡ଼ ଏୈଶ୍ୟୟ ହେଉଛି ଉଚିତ ପ୍ରକାରର ସ୍ବାଧିନତା ମିଳିବା।
-କେବେ ବି ନିଜ ସ୍ବପ୍ନକୁ ଛାଡ଼ନ୍ତୁ ନାହିଁ ତାହା କେତେ ବି କଷ୍ଟସାଧ୍ୟ ହେଇ ଥାଉ ନା କାହିଁକି। ଯଦି ଆପଣ କଠିନ ପରିଶ୍ରମ କରିବେ ଓ କେବେ ହାରିବେ ନାହିଁ ତେବେ ସେହି ସ୍ବପ୍ନକୁ ନିଶ୍ଚୟ ପୂରଣ କରି ପାରିବେ।
-ଆକ୍ସନ ବିନା ଭିଜନ ମାତ୍ର ଏକ ସ୍ବପ୍ନ ସେହିଭଳି ଭିଜନ ବିନା ଆକଶନର ବି ମୂଲ୍ୟ କିଛି ରହେ ନାହିଁ। ଭିଜନ ଓ ଆକଶନ ଯଦି ଏକାସାଙ୍ଗେ ଆସିଯାଏ ତେବେ ଦୁନିଆ ବଦଳି ପାରେ।