ଏହି ବହିରେ ସୈତାନ ବିଷୟରେ ଲେଖାଅଛି

Key Points
ଏହି ବହିରେ ସୈତାନ ବିଷୟରେ ଲେଖାଅଛି
ବହି ଲେଖକଙ୍କର ବି ମୃତ୍ୟୁ ହେଲା
ଜାଣନ୍ତୁ ସେମିତି ୩ ଟି ପୁସ୍ତକ ବିଷୟରେ
ବହି ଏମିତି ଏକ ବସ୍ତୁ ଯାହାର ବିକଳ୍ପ ନାହିଁ। ପୁସ୍ତକକୁ ଆଦରିବା ଅର୍ଥ ଜ୍ଞାନକୁ ଆମନ୍ତ୍ରଣ କରିବା। ପୁସ୍ତକର ଶବ୍ଦ ମଣିଷର ବନ୍ଧୁ ହେଇପାରେ ବନ୍ଧୁକର ଗୁଳି ବି ହୋଇପାରେ। ଯାହା ପୁସ୍ତକ ମନ୍ଥନ କଲେ ଜଣାପଡେ। ହେଲେ ଦୁନିଆରେ ଏମିତି କିଛି ପୁସ୍ତକ ଅଛି ଯାହାକୁ ପଢିଲେ ବିପଦ ଆସେ ବୋଲି ବିଚାର କରାଯାଏ। ଯେଉଁଥିରେ ସୈତାନୀ ଦୁନିଆ ସହ ନକରାତ୍ମକ ଉର୍ଜା ଅଛି ବୋଲି ସେ ବହିକୁ କେହି ପଢିବାକୁ ଚେଷ୍ଟା କରନ୍ତି ନାହିଁ।
ଜାଣନ୍ତୁ ସେମିତି ୩ ଟି ପୁସ୍ତକ ବିଷୟରେ
📱 Get Argus News App
✨୧. ଗ୍ରାଣ୍ଡ ଗ୍ରୀମାୟୋର
ଏହି ପୁସ୍ତକକୁ ରାକ୍ଷଶଙ୍କ ପୁସ୍ତକ ବୋଲି କୁହାଯାଏ। ଏହି ପୁସ୍ତକ ପଢିଲେ ମଣିଷ ରାକ୍ଷଶ ପାଖରେ ନିଜକୁ ସମର୍ପଣ କରିଦିଏ। ଏହି ବହିକୁ ଦୁନିଆର ସବୁଠାରୁ ଭୟଙ୍କର ପୁସ୍ତକ ବୋଲି କୁହାଯାଏ। ପୁସ୍ତକରେ ରାକ୍ଷଶ ଓ ରହସ୍ୟମୟ ଶକ୍ତିକୁ ନିୟନ୍ତ୍ରଣ କରିବାର ପଦ୍ଧତି ଲେଖା ହୋଇଛି। ୧୫୧୨ ମସିହାରେ ଏହି ପୁସ୍ତକର ରଚନା ହୋଇଥିବା ଅନୁମାନ କରାଯାଏ।
୨. କୋଡେକ୍ସ ଗିଗେସ୍
ଏହି ବହିରେ ଦୁଷ୍ଟ ଆତ୍ମାଙ୍କ ତୃପ୍ତି ନେଇ ଉଲ୍ଲେଖ ରହିଛି। ଏହି ପୁସ୍ତକଟି ୧୩ ଶହ ଶତାବ୍ଦୀରେ ଲେଖା ହୋଇଥିବା କୁହାଯାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବହିର ପୃଷ୍ଠା ସବୁ ଚମଡାରେ ତିଆରି ହୋଇଛି। ଏହା ପଛରେ ଏକ କାହାଣୀ ବି ଅଛି। କୌଣସି ଏକ କାରଣ ପାଇଁ ଜଣେ ସନ୍ୟାସୀଙ୍କୁ ରାଜା ଫାଶୀ ଦେବାକୁ ଆଦେଶ ଦେଇଥିଲେ। ସେହି ସମୟରେ ସାଧୁ ଜଣଙ୍କ ରାଜାଙ୍କୁ ପ୍ରତିଶୃତି ଦେଇଥିଲେ ସେ ଏମିତି ଏକ ପୁସ୍ତକ ରଚନା କରିବେ ଯାହା ରାତାରାତି ଚମତ୍କାର ଦେଖାଇବ। ସାଧୁ ଜଣଙ୍କ ଏହି ପୁସ୍ତକରେ ଶୈତାନଙ୍କୁ ଖୁସି କରିବା ପଦ୍ଧତି ଲେଖିଥିଲେ। ଯେଉଁ ପୁସ୍ତକ ଲେଖିବା ପରେ ସାଧୁଙ୍କର ମୃତ୍ୟୁ ହୋଇଥିଲା। ଏହି ବହିକୁ ମୃତ୍ୟୁର ବହି ବୋଲି କୁହାଯାଏ। ବର୍ତ୍ତମାନ ଏହି ପୁସ୍ତକକୁ ସ୍ୱିଡେନର ଏକ ଲାଇବ୍ରେରୀରେ ସୁରକ୍ଷିତ ରଖାଯାଇଛି ।
୩. ଆବ୍ରାମେଲିନ୍
ଏହି ପୁସ୍ତକ ଆବ୍ରାହମ ନାମକ ବ୍ୟକ୍ତି ଯାଦୁଗରଙ୍କ କଥାରେ ପ୍ରଭାବିତ ହୋଇ ଲେଖିଥିଲେ। କୁହାଯାଏ ଏହି ବହିର ଲେଖକ ଆବ୍ରାହମଙ୍କର ମିଶରରେ ଜଣେ ଯାଦୁଗରଙ୍କ ସହ ଦେଖା ହୋଇଥିଲା। ସେଠାରେ ସେ ତାଙ୍କୁ ରାକ୍ଷସ ଏବଂ ରହସ୍ୟମୟ ଶକ୍ତି ବିଷୟରେ କହିଥିଲେ। ଯେଉଁଥିରେ ଅନୁପ୍ରାଣୀତ ହୋଇ ଆବ୍ରାହମ ଏହି ପୁସ୍ତକ ରଚନା କରିଥିଲେ। ଅବ୍ରାହାମ ବିଶ୍ୱାସ କରୁଥିଲେ ଯେ ପ୍ରତ୍ୟେକ ମଣିଷ ମଧ୍ୟରେ ଏକ ଅଦୃଶ୍ୟ ରାକ୍ଷସ ଅଛି । ସେହି ରାକ୍ଷସକୁ ମୁକାବିଲା କରିବାର ପଦ୍ଧତି ବିଷୟରେ ବହିରେ ଲେଖିଥିଲେ ଆବ୍ରାହମ । ମୃତବ୍ୟକ୍ତିଙ୍କୁ ଜୀବିତ କରିବା, ଆକାଶରେ ଉଡ଼ିବା, ଆତ୍ମାମାନଙ୍କ ସହ ଯୋଗାଯୋଗ କରିବା ଏବଂ ଦୁନିଆରେ ଲୁଚି ରହିଥିବା ଗୁପ୍ତଧନର ସନ୍ଧାନ ନେଇ ଏ ପୁସ୍ତକରେ ଲେଖାହୋଇଛି।