Education / ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

Key Points
ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ
ଡିଗ୍ରୀ ଏବଂ ପଦକ ପାଇଥିବା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଅଭିନନ୍ଦନ ଜଣାଇଲେ
ସମ୍ବଲପୁର ବିଶ୍ବବିଦ୍ୟାଳୟ ପାଇଁ ଡବଲ ଇଞ୍ଜିନ ସରକାର ନିକଟରେ ୧୫୭ କୋଟି ଟଙ୍କା ଦେଇଛି
ସମ୍ବଲପୁର: ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ବଢାଇବା ପାଇଁ ବିଶ୍ବବିଦ୍ୟାଳୟ ଚିନ୍ତା କରିବା ଆବଶ୍ୟକ । କେବଳ ଏତିକି ନୁହେଁ, ମାତୃଭାଷାରେ ଶିକ୍ଷାଦାନ କରିବା ଉପରେ ମଧ୍ୟ ଶିକ୍ଷାୟତନକୁ ଯଥେଷ୍ଟ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି ବୋଲି ଶନିବାର ସମ୍ବଲପୁର ବିଶ୍ବବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶା ମାନ୍ୟବର ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧୂପତି ଡଃ. ହରିବାବୁ କମ୍ଭମପାଟିଙ୍କ ସହ ଏହି ସମାରୋହରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ସମାବର୍ତ୍ତନ ଉତ୍ସବ ନୂତନ ଯାତ୍ରାର ଅୟମାରମ୍ଭ । ଆଜିର ଦିନରେ ଡିଗ୍ରୀ ଏବଂ ପଦକ ପାଇଥିବା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଅଭିନନ୍ଦନ । ସମ୍ବଲପୁର ବିଶ୍ବବିଦ୍ୟାଳୟ ସହ ମୋର ସମ୍ପର୍କ ବହୁତ ପୁରୁଣା । ସମ୍ବଲପୁର ବିଶ୍ବବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଅନୁଷ୍ଠାନ ।
📱 Get Argus News App
✨ପିଏମ ଉଷା ତରଫରୁ ମେରୁ ଅଧୀନରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ୧୦୦ କୋଟି ଟଙ୍କା ଦିଆଯାଇଛି । ରାଜ୍ୟ ବଜେଟରୁ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ପ୍ରାୟ ୪୭ କୋଟି ଟଙ୍କା ବିଭିନ୍ନ ପ୍ରକାର ଉନ୍ନତିମୂଳକ କାବ୍ୟ ପାଇଁ ପ୍ରଦାନ କରାଯାଇଛି । ସମ୍ବଲପୁର ୟୁନିଭରସିଟିର ସିଟ ପାଇଁ ୧୦ କୋଟି ଟଙ୍କା ଏଆଇ ଲ୍ୟାବ ଓ ଇ-ଲାଇବ୍ରେରୀ ପାଇଁ ଦିଆଯାଇଛି । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଭିତ୍ତିଭୂମି ଓ ଗବେଷଣା ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିକଟରେ ୧୫୭ କୋଟି ଟଙ୍କା ଦେଇଛନ୍ତି ।
Related Topics
Explore more stories