Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

ରାଷ୍ଟ୍ରର ବିକାଶରେ ଯୁବପିଢ଼ିଙ୍କ ସର୍ବାଧିକ ଭାଗିଦାରୀ ବଢାଇବା ଆମର ମୂଳ ଉଦ୍ଦେଶ୍ୟ - ଧର୍ମେନ୍ଦ୍ର ପ୍ରଧାନ

Smruti Parija
Browse all articles by Smruti Parija
·1 year ago·3 min read
ରାଷ୍ଟ୍ରର ବିକାଶରେ ଯୁବପିଢ଼ିଙ୍କ ସର୍ବାଧିକ ଭାଗିଦାରୀ ବଢାଇବା ଆମର ମୂଳ ଉଦ୍ଦେଶ୍ୟ - ଧର୍ମେନ୍ଦ୍ର ପ୍ରଧାନ

Key Points

• ରେଳ ବିଭାଗରେ ୧୪୩, ଭାରତୀୟ ଡାକ ବିଭାଗରେ ୩୬, ଏସଏଲବିସିରେ ୯ , ରାଜସ୍ୱ ବିଭାଗରେ ୬, ସିଆରପିଏଫ ଏବଂ ସିଆଇଏସଏଫ ବିଭାଗରେ ୨ ଏବଂ ଆଇଜର ବ୍ରହ୍ମପୁର ଏବଂ ଏମ୍ସ, ଭୁବନେଶ୍ୱରରେ ଜଣେ ଲେଖାଏଁ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
• ରୋଜଗାର ମେଳା ମାଧ୍ୟମରେ ୧୦ ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରାଯିବା ଖୁସିର ବିଷୟ
• ଆଜି ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବରେ ପରିଣତ ହୋଇଛି
• ଦେଶର ପ୍ରାୟ ୨୫ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦ୍ରାରିଦ୍ର୍ୟ ସମାରେଖାରୁ ମୁକ୍ତ ହୋଇ ବିକାଶ ସହ ଯୋଡ଼ି ହୋଇଛନ୍ତି
• ଦେଶରେ ଡିଜିଟାଲ ଅର୍ଥ କାରବାର, କ୍ୟାପିଟାଲ୍ ପୁଞ୍ଜିନିବେଶ ବଢିଛି
• ଟୋକ୍ନୋଲୋଜି, ଇନୋଭେସନ, ଷ୍ଟାର୍ଟଅପ୍ ଭଳି ବିଭିନ୍ନ କ୍ଷେତ୍ରରେ ଭାରତର ରୂପରେଖ ବଦଳିଛି
• ଯୁବପିଢ଼ିଙ୍କ ଦକ୍ଷତା ଏବଂ ନେତୃତ୍ୱରେ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବା

ରାଷ୍ଟ୍ରର ବିକାଶରେ ଯୁବପିଢ଼ିଙ୍କ ସର୍ବାଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଆମ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ଶନିବାର ଭୁବନେଶ୍ୱର ଠାରେ ‘୧୬ତମ ରାଷ୍ଟ୍ରୀୟ ରୋଜଗାର ମେଳା’କୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୨୦୪ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଥିଲେ । ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ପ୍ରାର୍ଥୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ୫୧,୦୦୦ ରୁ ଅଧିକ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ୧୬ତମ ରୋଜଗାର ମେଳା ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ‘ରୋଜଗାର ମେଳା’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତା ପୂରଣ କରିବା ଦିଗରେ ଏକ ପଦକ୍ଷେପ ।

ଭାରତ ହେଉଛି ଯୁବଶକ୍ତିର ଦେଶ । ସେମାନଙ୍କୁ ସଶକ୍ତ କରିବା ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି । ଏହି ପରିପ୍ରେକ୍ଷୀରେ ଯୁବା-ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଯୁବପିଢ଼ିର ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବା ହେଉଛି ଏହି ରୋଜଗାର ମେଳାର ମୂଳ ଉଦ୍ଦେଶ୍ୟ । ଓଡ଼ିଶା ସମେତ ସାରା ଦେଶରେ ରୋଜଗାର ମେଳା ମାଧ୍ୟମରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରାଯିବା ଖୁସିର ବିଷୟ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ ଆହୁରି କହିଛନ୍ତି, ଆଜି ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବରେ ପରିଣତ ହୋଇଛି । ମୋଦୀ ସରକାରଙ୍କ ସଫଳ ନୀତି ଓ କଲ୍ୟାଣକାରୀ ଯୋଜନା କାରଣରୁ ଦେଶର ପ୍ରାୟ ୨୫ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦ୍ରାରିଦ୍ର୍ୟ ସୀମାରେଖାରୁ ମୁକ୍ତ ହୋଇ ବିକାଶ ସହ ଯୋଡ଼ି ହୋଇଛନ୍ତି । ଦେଶରେ ଡିଜିଟାଲ ଅର୍ଥ କାରବାର, କ୍ୟାପିଟାଲ୍ ପୁଞ୍ଜିନିବେଶ ବଢିଛି । ଟୋକ୍ନୋଲୋଜି, ଇନୋଭେସନ, ଷ୍ଟାର୍ଟଅପ୍ ଭଳି ବିଭିନ୍ନ କ୍ଷେତ୍ରରେ ଭାରତର ରୂପରେଖ ବଦଳିଛି । ବିଶ୍ୱ ବନ୍ଧୁ ଭାବରେ ଭାରତ ନୂଆ ପରିଚୟ ପାଇଛି । ଏହାକୁ ଦୃଷ୍ଟିରେ ରଖି ଆମେ ଯୁବପିଢ଼ିଙ୍କ ଇନୋଭେସନ, ଦକ୍ଷତା ଏବଂ ନେତୃତ୍ୱରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାର ଲକ୍ଷ୍ୟ ହାସଲ କରିବା ଆବଶ୍ୟକ ।

କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ରେଳ ବିଭାଗରେ ସର୍ବାଧିକ ୧୪୩ ଜଣ, ଭାରତୀୟ ଡାକ ବିଭାଗରେ ୩୬ ଜଣ, ଆର୍ଥିକ ବିଭାଗ(ଏସଏଲବିସି)ରେ ୯ ଜଣ, ରାଜସ୍ୱ ବିଭାଗରେ ୬ ଜଣ, ଗୃହ ବିଭାଗର ସିଆରପିଏଫ ଏବଂ ସିଆଇଏସଏଫ ବିଭାଗରେ ୨ ଜଣ ଏବଂ ଶିକ୍ଷା ମନ୍ତ୍ରଣାଳୟର ଆଇଜର ବ୍ରହ୍ମପୁର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏମ୍ସ, ଭୁବନେଶ୍ୱରରେ ଜଣେ ଲେଖାଏଁ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
union-minister-dharmendra-pradhan-distributes-appointment-letters-to-204-people-in-bhubaneswar | Argus News