ଆର.ମାଧବନ୍ ସହ ମାହିଙ୍କ ଡବଲ୍ ଧମାକା

Key Points
Captain Coolଙ୍କ ନୂଆ ଅବତାର!
ଆକ୍ସନ୍ ଚଳଚିତ୍ରରେ ମାଧବନ୍ ଙ୍କ ସହ ଧୋନୀ !
ଦ ଚେଜ୍ ଟିଜର୍ ଦେଖି ଦର୍ଶକ କହିଲେ, ‘ଥାଲା ଏବେ ହିରୋ ହୋଇଗଲେ'
କ୍ରିକେଟ୍ ମଇଦାନରେ ହେଲିକପ୍ଟର୍ ସଟ୍ ଦ୍ୱାରା ପ୍ରତିଦ୍ଵନ୍ଦୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଥିବା ମହେନ୍ଦ୍ର ସିଂହ ଧୋନି ଏବେ ବଡ଼ ପରଦାରେ ଆକ୍ସନ୍ ହିରୋ ଭାବେ ଦେଖାଯିବେ। ନିକଟରେ ରିଲିଜ୍ ହୋଇଥିବା ଦ ଚେଜ୍ (The Chase)ଟିଜର୍ ଦେଖି ଫ୍ୟାନ୍ସମାନେ ବେଶ ଉତ୍ସାହିତ ଅଛନ୍ତି।
ଟିଜରର୍ରେ ଧୋନିଙ୍କୁ କମାଣ୍ଡୋ ଡ୍ରେସ୍, କଳା ଚଶ୍ମା ପିନ୍ଧି, ଗୁଳି-ଗୋଳାର ବର୍ଷା ମଧ୍ୟରେ ଶତୃଙ୍କ ସହ ଯୁଦ୍ଧ କରୁଥିବାର ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଫ୍ୟାନମାନେ ମଜାଦାର କମେଣ୍ଟ କରୁଛନ୍ତି-“ମଇଦାନରେ ଫିନିଶର୍, ସ୍କ୍ରିନ୍ରେ ଆକ୍ସନ୍ ହିରୋ!”
ବଲିଉଡ୍ ତାରକା ଆର୍ ମାଧବନ୍ ତାଙ୍କ ଇନ୍ ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି କ୍ରିକେଟପ୍ରେମୀଙ୍କୁ ଚକମା ଦେଇଛନ୍ତି। ଏହି ଭିଡିଓଟି ବଲିଓଡ୍ ର ଖ୍ୟାତନାମା ନିର୍ଦ୍ଦେଶକ ବାସନ୍ ବାଲାଙ୍କ ଆକ୍ସନ ଚଳଚ୍ଚିତ୍ର 'ଦି ଚେଜ୍' ର`। ଭିଡିଓରେ ମାଧବନ୍ ଙ୍କ ସହ ଅଛନ୍ତି କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀ।
ମାଧବନ ସହ ମାହିଙ୍କ ଡବଲ୍ ଧମାକା
ଟିଜର୍କୁ ଅଭିନେତା ଆର୍ ମାଧବନ୍ ନିଜର ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିଥିଲେ। ସେ ଲେଖିଥିଲେ: “ଏକ ମିଶନ୍, ଦୁଇ ହିରୋ। ପ୍ରସ୍ତୁତ ହୋଇଯାଆନ୍ତୁ, ଧମାକାଦାର ଚେଜ୍ ଆରମ୍ଭ ହେବାକୁ ଯାଉଛି।” ଟିଜର୍ରେ ମାଧବନ୍ ଏବଂ ଧୋନି, ଦୁହେଁ ଟାସ୍କ ଫୋର୍ସ୍ ଅଫିସର୍ ଭୂମିକାରେ ଦେଖାଯାଉଛନ୍ତି।
ଫିଲ୍ମ୍, ୱେବ୍ ସିରିଜ୍ କିମ୍ବା ହାଇ-ପ୍ରୋଫାଇଲ୍ ଆଡ୍?
ଏହି ପ୍ରୋଜେକ୍ଟକୁ ଖ୍ୟାତନାମା ନିର୍ଦ୍ଦେଶକ ବସନ୍ ବାଲା ଡିରେକ୍ସନ୍ ଦେଉଛନ୍ତି। ଏହା ଫିଲ୍ମ୍ ୱେବ୍ ସିରିଜ୍ କି ଏକ ହାଇ-ପ୍ରୋଫାଇଲ୍ ଆଡ୍ କ୍ୟାମ୍ପେନ୍ ତାହା ସ୍ପଷ୍ଟ ହୋଇନାହିଁ । ଟିଜର୍ର ଶେଷରେ କେବଳ “Coming Soon” ଲେଖା ଅଛି, ଯାହାକୁ ଦେଖି ଫ୍ୟାନମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।
📱 Get Argus News App
✨ଫ୍ୟାନ୍ସ୍ଙ୍କ ରିଆକ୍ସନ୍
କ୍ରିକେଟ୍ ପରେ ଏବେ ଧୋନୀ କଣ ଫିଲ୍ମରେ କରିବେ ଏଣ୍ଟ୍ରି ? କଣ ଧୋନିଙ୍କ ଫିଲ୍ମ ସମସ୍ତ ରେକର୍ଡ୍ ଭାଙ୍ଗିଦେବ? “ପ୍ରଥମ ଦିନ, ପ୍ରଥମ ଶୋ-ଆମର।” “ମଇଦାନରେ ଫିନିଶର୍, ସ୍କ୍ରିନ୍ରେ ଫାୟରିଂ ହିରୋ।” ସମଗ୍ର ଉତ୍ତରରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ, ଏହି ଟିଜର୍କୁ ନେଇ ସୋସିଆଲ୍ ମିଡିଆରେ ଉତ୍ସାହ ଶୀର୍ଷରେ ପହଂଚିଛି।
ଧୋନିଙ୍କ ପ୍ରଥମ ବଡ଼ ରୋଲ୍
ଧୋନି ପୂର୍ବରୁ ତାମିଲ୍ ଫିଲ୍ମ G.O.A.T.-ରେ ଛୋଟ କ୍ୟାମିଓ କରିଥିଲେ, କିନ୍ତୁ ଦ ଚେଜ୍ ତାଙ୍କର ପ୍ରଥମ ଫୁଲ୍-ଫ୍ଲେଜ୍ଡ୍ ଆକ୍ସନ୍ ରୋଲ୍। ଫ୍ୟାନ୍ମାନଙ୍କ ମତ, ଯଦି ଏହା ଫିଲ୍ମ୍ ହୁଏ, ତେବେ ବକ୍ସ୍ ଅଫିସ୍ରେ ବ୍ଲକ୍ବଷ୍ଟର୍ ଧମାକା ତ ନିଶ୍ଚିତ।
ଧୋନିଙ୍କର ଏଣ୍ଟରଟେନମେଣ୍ଟର ଇନିଙ୍ଗସ୍
ଧୋନି ଏବଂ ତାଙ୍କର ପତ୍ନୀ ସାକ୍ଷୀ ଧୋନି ବର୍ଷ୨୦୨୨ରେ ଧୋନି ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ କମ୍ପାନୀ ଆରମ୍ଭ କରିଥିଲେ। ଏହି ବ୍ୟାନର୍ରେ ୨୦୨୩ରେ ଏକ ରୋମାଣ୍ଟିକ୍ କମେଡି ନିର୍ମିତ Let’s Get Married ନିର୍ମିତ ହୋଇଥିଲା ଯାହା ବକ୍ସ୍ ଅଫିସ୍ରେ ଏତେଟା ସଫଳ ହୋଇପାରିନଥିଲା। ଏବେ ଧୋନିଙ୍କ ଏହି ନୂଆ ଆକ୍ସନ୍ ଅବତାରରୁ ଫ୍ୟାନ୍ମାନ ଅନେକ ଆଶା ରଖିଛନ୍ତି।
କ୍ୟାପଟେନ କୁଲ୍ ଭାବେ ପରିଚିତ ଧୋନୀ ଏକମାତ୍ର ଭାରତୀୟ ଅଧିନାୟକ ଭାବେ ୩ଟି ଆଇସିସି ଟ୍ରଫି-୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ, ୨୦୧୧ ଦିନିକିଆ ବିଶ୍ବକପ ଓ ୨୦୧୩ଚମ୍ପିଆନ୍ସ୍ ଟ୍ରଫି ଜିତିଛନ୍ତି। ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇ ସାରିଥିବା ଧୋନୀ ଏବେ କେବଳ ଆଇପିଏଲ୍ରେ ଖେଳୁଛନ୍ତି।
କ୍ରିକେଟରେ ଯେପରି ଶାନ୍ତ କିନ୍ତୁ ବିସ୍ଫୋରକ, ସେହିପରି ପରଦାରେ ମଧ୍ୟ ଧୋନୀଙ୍କୁ ଦେଖିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ।