Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନାଗା ଚୈତନ୍ୟଙ୍କ ପରେ ବର ସାଜିବେ ସାନ ଭାଇ ଅଖିଲ, ୯ ବର୍ଷ ବଡ ଜୈନବକୁ କରିବେ ବିବାହ

Entertainment

ନାଗା ଚୈତନ୍ୟଙ୍କ ପରେ ବର ସାଜିବେ ସାନ ଭାଇ ଅଖିଲ, ୯ ବର୍ଷ ବଡ ଜୈନବକୁ କରିବେ ବିବାହ

Ritu Das
Browse all articles by Ritu Das
·1 year ago·1 min read
ନାଗା ଚୈତନ୍ୟଙ୍କ ପରେ ବର ସାଜିବେ ସାନ ଭାଇ ଅଖିଲ, ୯ ବର୍ଷ ବଡ ଜୈନବକୁ କରିବେ ବିବାହ

ଅର୍ଗସ ବ୍ୟୁରୋ: ସାଉଥଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ବିବାହ ସରିଛି। ତାଙ୍କ ପରେ ବର୍ତ୍ତମାନ ନାଗାର୍ଜୁନଙ୍କ ସାନପୁଅ ଅଖିଲ ଅକ୍କିନେନି ବିବାହ କରିବାକୁ ଯାଉଛନ୍ତି। ଅଖିଲ ଅକ୍କିନେନି, ଚିତ୍ରଶିଳ୍ପୀ ଜୈନବ ରାବଦଜୀଙ୍କୁ ତାଙ୍କ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୨୦୨୪ରେ ଦୁହେଁ ନିର୍ବନ୍ଧ କରିଥିବା ବେଳେ ଏବେ ଦୁହିଁଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଅଖିଲ ଅକ୍କିନେନି ଏବଂ ଜୈନବ ୨୪ ମାର୍ଚ୍ଚ ୨୦୨୫ରେ ବିବାହ କରିବେ। ଅଖିଲ ଏବଂ ଜୈନବଙ୍କ ବିବାହ ମଧ୍ୟ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ହେବ। ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲା ମଧ୍ୟ ଏଠାରେ ବିବାହ କରିଥିଲେ।


ଅନ୍ନପୂର୍ଣ୍ଣା ଷ୍ଟୁଡିଓ ଅଖିଲଙ୍କ ଜେଜେବାପା ଅକ୍କିନେନୀ ନାଗେଶ୍ୱର ରାଓଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ‌ତେବେ ଅଖିଲ ଅକ୍କିନେନିଙ୍କ ପ୍ରେମିକା ଜୈନବ ରାବଦଜୀ ମୁମ୍ବାଇର ଜଣେ ଚିତ୍ରଶିଳ୍ପୀ ତଥା ଚିତ୍ରକଳା ପ୍ରଦର୍ଶକ । ଜୈନବଙ୍କ ଇନଷ୍ଟାଗ୍ରାମ ବାୟୋ ଅନୁଯାୟୀ, ସେ ଜଣେ ଲାଇଫଷ୍ଟାଇଲ ବ୍ଲଗର୍ ମଧ୍ୟ। ହାଇଦ୍ରାବାଦର ବାସିନ୍ଦା ଜୈନବ ଏକ ମୁସଲମାନ ପରିବାରର ଅଟନ୍ତି। ସେ ଶିଳ୍ପପତି ଜୁଲଫି ରାବଦଜୀଙ୍କ ଝିଅ ଏବଂ ଜେଡଆର ରିନିଉଏବଲ ଏନର୍ଜି ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍ ଜୈନ ରାବଦଜୀଙ୍କ ଭଉଣୀ। ଅଖିଲ ଅକ୍କିନେନି ପୂର୍ବରୁ ଜଣାଶୁଣା ବ୍ୟବସାୟ ମ୍ୟାଗ୍ନେଟ୍ ଜି ଭି କୃଷ୍ଣା ରେଡ୍ଡୀଙ୍କ ନାତୁଣୀ ଶ୍ରୀୟା ଭୁପାଲଙ୍କ ସହ ନିର୍ବନ୍ଧ କରିଥିଲେ। ହେଲେ ଫେବ୍ରୁଆରି ୨୦୧୭ରେ ଦୁହେଁ ନିର୍ବନ୍ଧ ଭାଙ୍ଗିଥିବା ଘୋଷଣା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
after-naga-chaitanya-his-younger-brother-akhil-will-get-married-to-zainab-9-years-his-senior | Argus News