Videos
|
Entertainment

'ପୁଷ୍ପା ୨' ଦଳାଚକଟା ଘଟଣା, ଆଜି ଅଲ୍ଲୁ ଅର୍ଜୁନଙ୍କ ଜାମିନ ଆବେଦନ ଉପରେ ଶୁଣାଣି

Banajyotshna Ray
Browse all articles by Banajyotshna Ray
·1 year ago
'ପୁଷ୍ପା ୨' ଦଳାଚକଟା ଘଟଣା, ଆଜି ଅଲ୍ଲୁ ଅର୍ଜୁନଙ୍କ ଜାମିନ ଆବେଦନ ଉପରେ ଶୁଣାଣି

ଅର୍ଗସ ବ୍ୟୁରୋ:  ବହୁ ଚର୍ଚ୍ଚିତ 'ପୁଷ୍ପା ୨' ଦଳାଚକଟା ଘଟଣା । ଆଜି ଅଲ୍ଲୁ ଅର୍ଜୁନଙ୍କ ଜାମିନ ଆବେଦନ ଉପରେ ଶୁଣାଣି । ହାଇଦ୍ରାବାଦର ନାମ୍ପଲ କୋର୍ଟରେ ହେବ ଏହାର ଶୁଣାଣି । ଅଲ୍ଲୁ ଅର୍ଜୁନଙ୍କ ଜାମିନ ଆବେଦନ ଉପରେ ପୋଲିସ କାଉଣ୍ଟର ପିଟିସନ ଦାଖଲ କରିପାରେ । ସନ୍ଧ୍ୟା ଥିଏଟର ସାମ୍ନାରେ ମୃତ୍ୟୁ ବରଣ କରିଥିବା ମହିଳା ରେଭାତିଙ୍କ ପକ୍ଷରୁ କାଉଣ୍ଟର ପିଟିସନ ଦାଖଲ କରିବାକୁ ପୋଲିସ ସମୟ ମାଗିଥିଲା ।


ଡିସେମ୍ବର ୧୩ ରେ ଗିରଫ ହୋଇଥିଲେ ଅଲ୍ଲୁ ଅର୍ଜୁନ । ଗୋଟିଏ ଦିନ ପରେ ତେଲେଙ୍ଗାନା ହାଇକୋର୍ଟ ଚାରି ସପ୍ତାହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ଡିସେମ୍ବର ୪ ରେ ସାନ୍ଧ୍ୟା ଥିଏଟର ସାମ୍ନାରେ ଏହି ଘଟଣା ଘଟିଥିଲା । ଅଲ୍ଲୁ ତାଙ୍କ ସୁରକ୍ଷା ଟିମ୍ ଏବଂ ଥିଏଟର ପରିଚାଳନା ବିରୋଧରେ ମାମଲା ଦାୟର କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Allu Arjun's bail hearing in theatre stampede case adjourned to December 30 | Argus News