Videos
|
Entertainment

ବଲିଉଡ ଅଭିନେତା ଟିକୁ ତଲସାନିଆଙ୍କର ହୋଇଛି ବ୍ରେନ୍‌ ଷ୍ଟ୍ରୋକ୍‌

Ritu Das
Browse all articles by Ritu Das
·1 year ago·1 min read
ବଲିଉଡ ଅଭିନେତା ଟିକୁ ତଲସାନିଆଙ୍କର ହୋଇଛି ବ୍ରେନ୍‌ ଷ୍ଟ୍ରୋକ୍‌

ଅର୍ଗସ ବ୍ୟୁରୋ: ବଲିଉଡର ଖ୍ୟାତନାମା ଅଭିନେତା ଟିକୁ ତଲସାନିଆ ଅସୁସ୍ଥ। ବ୍ରେନ୍‌ ଷ୍ଟ୍ରୋକ୍‌ ହେବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତତ କରାଯାଇଛି। ଶନିବାର ସକାଳେ ଅଭିନେତାଙ୍କୁ ହୃଦଘାତ ହୋଇଥିବା ନେଇ ଖବର ଆସିଥିଲା। ହେଲେ ଏବେ ତାଙ୍କ ପତ୍ନୀ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବା ସ୍ପଷ୍ଟ କରିଛନ୍ତି। ଦୀପ୍ତି କହିଛନ୍ତି, ଟିକୁଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି, ହୃଦଘାତ ନୁହେଁ। ସେ ରାତି ପ୍ରାୟ ୮ଟାରେ ଫିଲ୍ମର ସ୍କ୍ରିନିଂ ପାଇଁ ଯାଇଥିଲେ। ସେଠାରେ ତାଙ୍କୁ ଅସୁସ୍ଥ ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏବେ ସେ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସା ଜାରି ରହିଛି। ତେବେ ଟିକୁ ଏଭଳି ଜଣେ ଅଭିନେତା ଯିଏ ୨୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି।


ଏହାଛଡ଼ା ସେ ଅନେକ ଟେଲିଭିଜନ ଶୋ’ରେ ଅଭିନୟ କରିଛନ୍ତି। ବିଶେଷକରି ଜଣେ କମେଡିଆନ ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି। ଏବେ ତାଙ୍କୁ ନେଇ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି। ଅନେକ ତାଙ୍କ ଲାଗି ପ୍ରାର୍ଥନା କରୁଛନ୍ତି। ୧୯୮୪ରେ ଟେଲି ଧାରାବାହିକ ‘ୟେ ହୈ ଜିନ୍ଦେଗୀ’ରୁ ଟିକୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ୧୯୮୬ରେ ‘ପ୍ୟାର କେ ଦୋ ପଲ’ରୁ ଡେବ୍ୟୁ କରିଥିଲେ। ଶେଷ ଥର ପାଇଁ ସେ ‘ବିକ୍କି ବିଦ୍ୟା କି ବୋ ଓ୍ବାଲା ଭିଡିଓରେ ନଜର ଆସିଥିଲେ। ଏହା ଗତବର୍ଷ ଅକ୍ଟୋବରରେ ରିଲିଜ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bollywood actor Tiku Talsania has suffered a brain stroke | Argus News