Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ବଲିଉଡ ନାୟିକା ଇଲିଆନା ଡି’କ୍ରୁଜ୍

Ritu Das
Browse all articles by Ritu Das
·1 year ago·1 min read
ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ବଲିଉଡ ନାୟିକା ଇଲିଆନା ଡି’କ୍ରୁଜ୍

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ବଲିଉଡ ନାୟିକା ଇଲିଆନା ଡି’କ୍ରୁଜ୍। ନୂଆବର୍ଷରେ ଇଲିଆନା ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟରୁ ଏହି ଚର୍ଚ୍ଚା ହେଉଛି। ପୋଷ୍ଟ କରିଥିବା ଭିଡିଓରେ ଇଲିଆନା ୨୦୨୪ରେ ସମସ୍ତ ଅଭୁଲା ମୁହୂର୍ତ୍ତକୁ ମାନେ ପକାଇବା ସହିତ ୨୦୨୫ କୁ ସ୍ୱାଗତ କରିଛନ୍ତି। ଏହି ଭିଡିଓରେ 2024ର ପ୍ରତ୍ୟେକ ମାସରେ ଘଟିଥିବା ଘଟଣାବଳୀକୁ ସୁନ୍ଦର ଭାବେ ମାତ୍ର କିଛି ସେକେଣ୍ଡରେ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓରେ ଯେତେବେଳେ ଅକ୍ଟୋବର ମାସ ଆସୁଛି ସେତେବେଳେ ଇଲିଆନା ଭବବବିହ୍ଵଳ ହୋଇ ପ୍ରେଗନେନ୍ସି ଟେଷ୍ଟ କିଟ୍ କୁ କ୍ୟାମେରା ଆଗକୁ ଦେଖାଉଛନ୍ତି।


ଭିଡ଼ିଓର ପୋଷ୍ଟରେ ସେ ଲେଖିଛନ୍ତି, ଭଲପାଇବା, ଶାନ୍ତି, ଦୟା। ଆଶା କରୁଛି ୨୦୨୫ ରେ ଆହୁରି ସୁଖ ଶାନ୍ତି ଆସିବ। ଯଦିଓ ଇଲିଆନା ତାଙ୍କ କ୍ୟାପ୍ସନରେ ଦ୍ୱିତୀୟ ଗର୍ଭଧାରଣ ବିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିନାହାଁନ୍ତି, ପ୍ରଶଂସକମାନେ ତାଙ୍କ ସାଥୀ ମାଇକେଲ୍ ଡୋଲାନଙ୍କ ସହ ଆଉ ଏକ ସନ୍ତାନ ଆଶା କରୁଛନ୍ତି କି ନାହିଁ ତାହା ଅନୁମାନ କରିବାକୁ ତତ୍ପର ହୋଇପଡିଛନ୍ତି। ତାଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, “ତୁମେ ପୁଣି ଗର୍ଭବତୀ କି?” ଅନ୍ୟ ଜଣେ ଲେଖିଛନ୍ତି, “ଅପେକ୍ଷା କର … ଅକ୍ଟୋବର … ପୁଣି ଅଭିନନ୍ଦନ !!!”

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bollywood-actress-ileana-dcruz-is-going-to-be-a-mother-for-the-second-time | Argus News